ETV Bharat / bharat

ସିନ୍ଦେ ସରକାରଙ୍କ ବଡ ନିଷ୍ପତ୍ତି: ଶସ୍ତାରେ ପେଟ୍ରୋଲ ଓ ଡିଜେଲ ପାଇବେ ମହାରାଷ୍ଟ୍ରବାସୀ

author img

By

Published : Jul 14, 2022, 10:30 PM IST

ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ମହାରାଷ୍ଟ୍ରରେ ଏକ ବଡ଼ ଘୋଷଣା କରିଛନ୍ତି ସିନ୍ଦେ ସରକାର । ଇନ୍ଧନ ତୈଳ ଉପରୁ ଭ୍ୟାଟ୍‌ ଟ୍ୟାକ୍ସ କମାଇଛନ୍ତି ଏକନାଥ ସିନ୍ଦେ । ଅଧିକ ପଢ଼ନ୍ତୁ

ଶସ୍ତାରେ ପେଟ୍ରୋଲ ଓ ଡିଜେଲ ପାଇବେ ମହାରାଷ୍ଟ୍ରବାସୀ, ଟ୍ୟାକ୍ସ କାଟିଲେ ରାଜ୍ୟ ସରାକର

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ମହାରାଷ୍ଟ୍ରରେ ଏକ ବଡ଼ ଘୋଷଣା କରିଛନ୍ତି ସିନ୍ଦେ ସରକାର । ଇନ୍ଧନ ତୈଳ ଉପରୁ ଭ୍ୟାଟ୍‌ ଟ୍ୟାକ୍ସ କମାଇଛନ୍ତି ଏକନାଥ ସିନ୍ଦେ । ଯାହାଫଳରେ ମହାରାଷ୍ଟ୍ରବାସୀ ପେଟ୍ରଲ ଲିଟର ପିଛା ୫ ଟଙ୍କା ଶସ୍ତାରେ ପାଇବେ । ଏହିକ୍ରମରେ ଲୋକଙ୍କୁ ଡିଜେଲ ୩ ଟଙ୍କା ରିହାତୀରେ ମିଳିବ ।

  • Great relief to Maharashtrian & Marathi Manus !
    Happy to announce that new Government under CM Eknathrao Shinde has decided to reduce Petrol & Diesel prices by ₹5/litre & ₹3/litre respectively.#CabinetDecision #PetrolDieselPrice #Maharashtra

    — Devendra Fadnavis (@Dev_Fadnavis) July 14, 2022 " class="align-text-top noRightClick twitterSection" data=" ">

ମହାରାଷ୍ଟ୍ରରେ ଶୁକ୍ରବାରଠାରୁ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ଦରରେ ମିଳିବ । ସେହିଭଳି ଡିଜେଲେ ଲିଟର ପିଛା ୯୪ ଟଙ୍କାରେ ମିଳିବ । ଇନ୍ଧନ ତୈଳ ଉପରୁ ଭ୍ୟାଟ କର କାଟିବା ପରେ ରାଜ୍ୟକୁ ବର୍ଷକୁ ୬ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ତେବେ ଏହାଦ୍ବାରା ପେଟ୍ରୋଲ ଓ ଡିଜେଲର ଅତ୍ୟଧିକ ଦରବୃଦ୍ଧି ନିୟନ୍ତ୍ରଣ ହେବ ବୋଲି ସେ କହିଛନ୍ତି ।

ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରକୁ ଭ୍ୟାଟ ଟ୍ୟାକ୍ସ କମାଇବାକୁ ଅପିଲ୍‌ କରିଛନ୍ତି ସିନ୍ଦେ । ବିଜେପି ସହ ମିଶି ସରକାର ଗଢ଼ିବାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ସିନ୍ଦେ ସରକାରଙ୍କ ଏହା ଏକ ବଡ଼ ନିଷ୍ପତ୍ତି । ଯାହାଦ୍ବାରା ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳି ପାରିବ । ଏହାକୁ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.