ETV Bharat / bharat

ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ଅସୁସ୍ଥତା ନେଇ ମହାରାଷ୍ଟ୍ର ରାଜନୀତି ପୁଣି ହଲଚଲ - ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅସୁସ୍ଥ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ବର୍ତ୍ତମାନ ଅସୁସ୍ଥ । ଦେଢ ମାସ ହେଲା ମୁଖ୍ୟମନ୍ତ୍ରୀ ଘରୁ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ନେଇ ଏବେ ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ହୋଇପଡିଛି । ଅଧିକ ପଢନ୍ତୁ

Maharashtra bjp President
Maharashtra bjp President
author img

By

Published : Dec 22, 2021, 7:19 PM IST

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ବର୍ତ୍ତମାନ ଅସୁସ୍ଥ । ଦେଢ ମାସ ହେଲା ମୁଖ୍ୟମନ୍ତ୍ରୀ ଘରୁ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ନେଇ ଏବେ ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ହୋଇପଡିଛି ।

ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ଅସୁସ୍ଥତାକୁ ନେଇ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ (Chandrakant Patil) କହିଛନ୍ତି ମୁଖ୍ୟମନ୍ତ୍ରୀ ସୁସ୍ଥ ନହେବା ଯାଏଁ ମୁଖ୍ୟମନ୍ତ୍ରୀଙ୍କ ଭାର ଆଉ କାହାକୁ ହସ୍ତାନ୍ତର କରାଯିବା ଉଚିତ୍ । କାରଣ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଗରିମାମୟ ବିଧାନସଭା ଚାଲିବା ଶୋଭନୀୟ ନୁହେଁ । କାରଣ ଆଜି ଠାରୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି ।

ଏପରିକି ଚନ୍ଦ୍ରକାନ୍ତ ପାଟିଲ ଆଉ ପାଦେ ଆଗକୁ ଯାଇ କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଅସୁସ୍ଥ ଅଛନ୍ତି, ସୁସ୍ଥ ନହେବା ଯାଏଁ ସେ ମୁଖ୍ୟମନ୍ତ୍ରୀ ଭାର ଯଦି ଅନ୍ୟ ଦଳର ନେତାଙ୍କୁ ଭରସା ନାହିଁ, ତେବେ ମୁଖ୍ୟମନ୍ତ୍ରୀ (ରଶ୍ମି ଠାକରେ) ଉଦ୍ଧବଙ୍କ ପତ୍ନୀ କିମ୍ବା ମନ୍ତ୍ରୀ ଆଦିତ୍ୟ ଠାକରେ ( ଉଦ୍ଧବଙ୍କ ପୁଅ)ଙ୍କୁ ଦେବାକୁ ପରାମର୍ଶ ଦେଇଛନ୍ତି । ଏହାବାଦ ରାଜ୍ୟ ଖୁବଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀ ପାଇପାରେ ବୋଲି ମଧ୍ୟ କହିବାକୁ ପଛାଇ ନାହାଁନ୍ତି ବିଜେପି ସଭାପତି ।

ସୂଚନା ଅନୁସାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗତ ମାସରେ ସ୍ପାଇନାଲ ସର୍ଜରୀ ହୋଇଛି । ଫଳରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଘରୁ କାମ କରୁଛନ୍ତି । ଉଦ୍ଧବଙ୍କ ଲମ୍ବା ସମୟ ଧରି ଗଳାରେ କିଛି ସମସ୍ୟା ଥିଲା । ଯାହାକୁ ନେଇ ସେ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିଲେ । ଏଥିପାଇଁ ୬୧ ବର୍ଷୀୟ ଉଦ୍ଧବଙ୍କୁ ଗତ ୧୦ ନଭେମ୍ବରରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । 12 ତାରିଖରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ମହାରାଷ୍ଟ୍ର ମନ୍ତ୍ରୀ ତଥା ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ କହିଛନ୍ତି, ବିଜେପି ସଭାପତିଙ୍କ ମନ୍ତବ୍ୟର କୌଣସି ଆଧାର ନାହିଁ । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ଏହାବାଦ ଚନ୍ଦ୍ରକାନ୍ତ ଏହି ମନ୍ତବ୍ୟକୁ ନେଇ ଶିବସେନା, ଏନସିପି ଓ କଂଗ୍ରେସ ପାଲଟା ଆକ୍ରମଣ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.