ETV Bharat / bharat

ମହାରାଷ୍ଟ୍ର ATSକୁ ସଫଳତା: 5 କୋଟିର ହେରୋଇନ ଜବତ, 2 ଗିରଫ

5 କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ହେରୋଇନ ଜବତ । ଡ୍ରଗ୍ସ କାରବାର ଘଟଣାରେ ଦୁଇଜଣ ଗିରଫ କରିଛି ମହାରାଷ୍ଟ୍ର ATS । ଆତଙ୍କବାଦୀ ନିରୋଧୀ ସ୍କ୍ବାର୍ଡ ଦ୍ବାରା କରାଯାଇଥିବା ଅପରେସନ ବେଳେ ଡ୍ରଗ୍ସ ଜବତ ହୋଇଥିବା ସୂଚନା ରହିଛି । ଅଧିକ ପଢ଼ନ୍ତୁ

maharashtra ats seized heroin drugs in palghar
5 କୋଟି ଟଙ୍କାର ହେରୋଇନ ଡ୍ରଗ୍ସ ଜବତ, 2 ଗିରଫ
author img

By

Published : Feb 7, 2022, 11:33 AM IST

ମୁମ୍ବାଇ: 5 କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ହେରୋଇନ ଜବତ । ଡ୍ରଗ୍ସ କାରବାର ଘଟଣାରେ ଦୁଇଜଣ ଗିରଫ ହୋଇଥିବା ଜଣା ପଡ଼ିଛି । ଆତଙ୍କବାଦୀ ନିରୋଧୀ ସ୍କ୍ବାର୍ଡ ଦ୍ବାରା କରାଯାଇଥିବା ଅପରେସନ ବେଳେ ଡ୍ରଗ୍ସ ଜବତ ହୋଇଥିବା ସୂଚନା ରହିଛି ।

ସୂଚନା ମୁତାବକ, ମହାରାଷ୍ଟ୍ର ATSକୁ ପାଲଘରରେ ଡ୍ରଗ୍ସ କାରବାର ନେଇ ଖବର ମିଳିଥିଲା । ଏହାପରେ ସେହି ଅଞ୍ଚଳରେ ସ୍କ୍ବାର୍ଡ ପକ୍ଷରୁ ଅପରେସନ ଜୋରଦାର କରାଯାଇଥିଲା । ଅପରେସନ ବେଳେ 1 କେଜି 724 ଗ୍ରାମର ହେରୋଇନ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 5କୋଟିରୁ ଊର୍ଦ୍ଧ୍ବ ହେବ । ଏହି ଘଟଣାରେ 2ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କଠାରୁ 2ଟି ମୋବାଇଲ ଫୋନ ଓ 2ଲକ୍ଷ 60ହଜାର ଟଙ୍କା ଜବତ ହୋଇଥିବା ଏଟିଏସ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ଡ୍ରଗ୍ସ ଗୁଡ଼ିକ ମୁମ୍ବାଇରୁ ରାଜସ୍ଥାନକୁ ଚାଲାଣ ହେଉଥିଲା । ଏପରିକି ଅଭିଯୁକ୍ତମାନେ ନୂଆ ଜୋତା ଭିତରେ ଡ୍ରଗ୍ସକୁ ଭର୍ତ୍ତି କରି ନେଉଥିବା ଏଟିଏସ ଅଧିକାରୀ କହିଛନ୍ତି । ଦୁଇ ଅଭିଯୁକ୍ତ ଅଲିମ ମହମ୍ମଦ ଓ ଛୋଟା ମହମ୍ମଦ ନସିର ଉତ୍ତରାଖଣ୍ଡର ବାସିନ୍ଦା ହୋଇଥିବା ଜଣାପଡ଼ିଛି । ଏହି ଘଟଣା ନେଇ ତଦନ୍ତ ଆରମ୍ଭ କରିଛି ଆତଙ୍କବାଦ ନିରୋଧୀ ସ୍କ୍ବାର୍ଡ । ଏହାସହ ଆସନ୍ତା ଫେବୃଆରୀ 15 ଯାଏ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ATS ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.