ETV Bharat / bharat

ଔରଙ୍ଗାବାଦ ସହର ପାଇଁ ଟଣାଓଟରା ଶିବସେନା-କଂଗ୍ରେସ - ଔରଙ୍ଗାବାଦ ନାଁ ପରିବର୍ତ୍ତନ

ଔରଙ୍ଗାବାଦକୁ ନେଇ ମହାରାଷ୍ଟ୍ର ସରକାରେ ଦୁଇ ସହଯୋଗୀ ଶିବସେନା ଓ କଂଗ୍ରେସ ମଧ୍ୟରେ ଜାରି ରହିଛି ଟଣାଓଟରା । ଶିବସେନା ବୟାନର ପାଲଟା ଜବାବ ଦେଇ କଂଗ୍ରେସ କହିଛି ଯେ ଶିବସେନା ଓ ବିରୋଧୀ ଦଳ ବିଜେପି ନାଁ ପରିବର୍ତ୍ତନର ରାଜନୀତି କରୁଛନ୍ତି । ଅଧିକ ପଢନ୍ତୁ...

ଔରଙ୍ଗାବାଦ ସହର ପାଇଁ ଟଣାଓଟରା ଶିବସେନା-କଂଗ୍ରେସ

author img

By

Published : Jan 17, 2021, 9:05 PM IST

ମୁମ୍ବାଇ: ଔରଙ୍ଗାବାଦକୁ ନେଇ ମହାରାଷ୍ଟ୍ର ସରକାରେ ଦୁଇ ସହଯୋଗୀ ଶିବସେନା ଓ କଂଗ୍ରେସ ମଧ୍ୟରେ ଜାରି ରହିଛି ଟଣାଓଟରା । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ବାଧିନ ଶିବସେନାର କହିବାନୁଯାୟୀ ଯଦି କେହି କୃର ଓ ଧାର୍ମିକ ଦୃଷ୍ଟିହୀନ ସମ୍ରାଟ ଔରଙ୍ଗଜେବଙ୍କୁ ପ୍ରିୟ ବୋଲି ମାନେ ତେବେ ଏହା ଧର୍ମନିରପେକ୍ଷତାର ବାହାରେ ନୁହେଁ ।

ଶିବସେନା ବୟାନର ପାଲଟା ଜବାବ ଦେଇ କଂଗ୍ରେସ କହିଛି ଯେ ଶିବସେନା ଓ ବିରୋଧୀ ଦଳ ବିଜେପି ନାଁ ପରିବର୍ତ୍ତନର ରାଜନୀତି କରୁଛନ୍ତି । ଗତ 5 ବର୍ଷ ଯେବେ ବିଜେପି ସହ ମିଶି ଶିବସେନା କ୍ଷମତାରେ ଥିଲା ସେତେବେବେଳେ କଣ ପାଇଁ ନାଁ ପରିବର୍ତ୍ତନ କରୁନଥିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ସେପଟେ ଏହି ଟଣାଓଟରା ମଧ୍ୟରେ ସରକାର ସ୍ଥିର ଥିବା ନେଇ କହିଛନ୍ତି ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ବାଲାସାହେବ ଥୋରାଟ କହିଛନ୍ତି । ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥୋରାଟ କହିଛନ୍ତି ଯେ ସରକାର ସର୍ବନିମ୍ନ କାର୍ଯ୍ୟକ୍ରମ ଅନୁଯାୟୀ କାର୍ଯ୍ୟ କରନ୍ତି ଏବଂ ଭାବପ୍ରବଣତା ପାଇଁ କୌଣସି ସ୍ଥାନ ନଥିବା ସେ ନିଜ ବୟାନରେ ପ୍ରତିକ୍ରିୟା ଦେଇଛନ୍ତି ।

ଶିବସେନା ଏବଂ ବିଜେପି ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ଶମ୍ଭାଜୀଙ୍କ ନାଁରେ ଔରଙ୍ଗାବାଦର ନାମକରଣ କରିବାକୁ ଚାହୁଁଛନ୍ତି। ଶିବସେନା ମୁଖପତ୍ର ସାମାନାର ସାପ୍ତାହିକ ସ୍ତମ୍ଭରେ ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ କଂଗ୍ରେସ ଭଳି ଧର୍ମନିରପେକ୍ଷ ଦଳର ମତ ହେଉଛି ଯେ ଔରଙ୍ଗାବାଦକୁ ଶମ୍ଭାଜିନଗର ନାମରେ ନାମିତ କରାଯିବା ଉଚିତ ନୁହେଁ। ସେ କହିଛନ୍ତି ଯେ ଏହି ଦଳଗୁଡିକ ଅନୁଭବ କରୁଛନ୍ତି କି ମୁସଲମାନମାନଙ୍କ ପରି ସଂଖ୍ୟାଲଘୁ ସମ୍ପ୍ରଦାୟ ଔରଙ୍ଗାବାଦର ନାଁ ପରିବର୍ତ୍ତନ କରିବାରେ ଖୁସି ହେବେ ନାହିଁ ଏବଂ ଏହା ସେମାନଙ୍କର ଭୋଟ୍ ବ୍ୟାଙ୍କ ଉପରେ ପ୍ରଭାବ ପକାଇବ।

ରାଉତ କହିଛନ୍ତି ଯେ ଔରଙ୍ଗଜେବ ଧର୍ମନିରପେକ୍ଷ ନୁହଁନ୍ତି ବରଂ ଜଣେ ନିଷ୍ଠୁର ଶାସକ ଥିଲେ। ସେ ଲେଖିଛନ୍ତି ଯେ ଔରଙ୍ଗଜେବ ଧାର୍ମିକ ଦୃଷ୍ଟିହୀନ ଏବଂ ଅନ୍ୟ ଧର୍ମ ପ୍ରତି ଘୃଣାଭାବ ରଖୁଥିଲେ। ମୋଗଲ ସମ୍ରାଟ ଛତ୍ରପତି ଶିବାଜୀ ମହାରାଜଙ୍କୁ ଶତ୍ରୁ ଭାବରେ ଦେଖୁଥିଲେ ଏବଂ ଛତ୍ରପତି ଶମ୍ବାଜୀ ମହାରାଜଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ।

ରାଉତ କହିଛନ୍ତି ଯେ କୌଣସି ସହର ଔଙ୍ଗଜେବଙ୍କ ନାଁରେ ନାମିତ ହେବା ଉଚିତ ନୁହେଁ, ଅନ୍ତତଃ ମହାରାଷ୍ଟ୍ରରେ ନୁହେଁ। ଏହା ଧର୍ମାନ୍ଧତା ନୁହେଁ । ଏହା ହେଉଛି ଶିବ ଭକ୍ତି ଓ ମହାରାଷ୍ଟ୍ରର ଆତ୍ମ ସମ୍ମାନ ବୋଲି ରାଉତ ଲେଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.