ETV Bharat / bharat

Mahant Narendra Giri Death Case; କେବେ କିଛି ଲେଖିନଥିବା ମହନ୍ତ କେମିତି ଲେଖିଲେ ୭ ପୃଷ୍ଠାର ଲେଖା !

ନିରଞ୍ଜନୀ ଆଖଡା ମୁଖ୍ୟ ତଥା ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କ ସନ୍ଦିଗ୍ଧ ନିଧନକୁ ନେଇ ଏବେ ଧାର୍ମିକ ଓ ସନ୍ଥ ସମାଜରେ ଶୋକର ବାତାବରଣ । ମହାରାଜଙ୍କ ନିଧନକୁ ନେଇ ପ୍ରତି ମୁହୁର୍ତ୍ତରେ ଆସୁଛି ନୂଆ ନୂଆ ପ୍ରସଙ୍ଗ ।

Mahanat Narendra giri
Mahanat Narendra giri
author img

By

Published : Sep 21, 2021, 8:14 PM IST

ପ୍ରୟାଗରାଜ: ନିରଞ୍ଜନୀ ଆଖଡା ମୁଖ୍ୟ ତଥା ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କ ସନ୍ଦିଗ୍ଧ ନିଧନକୁ ନେଇ ଏବେ ଧାର୍ମିକ ଓ ସନ୍ଥ ସମାଜରେ ଶୋକର ବାତାବରଣ । ମହାରାଜଙ୍କ ନିଧନକୁ ନେଇ ପ୍ରତି ମୁହୂର୍ତ୍ତରେ ଆସୁଛି ନୂଆ ନୂଆ ଟ୍ବିଷ୍ଟ ।

ତେବେ ବର୍ତ୍ତମାନ ସୁଦ୍ଧା ପୋଲିସର ତଦନ୍ତକୁ ନେଇ ଆସିଥିବା ତଥ୍ୟ ଅନୁସାରେ ମହାରାଜ ନରେନ୍ଦ୍ର ଗିରିଙ୍କୁ କୌଣସି ଏକ ଭିଡିଓ ଦେଖାଇ ବ୍ଲାକମେଲ କରାଯାଉଥିଲା । ଯାହାକୁ ନେଇ ଏକ ସ୍ଥାନୀୟ ନେତା ମଧ୍ୟ ଏବେ ପୋଲିସର କବଜାରେ । ସମ୍ପୃକ୍ତ ନେତାଙ୍କୁ ପୋଲିସ ଏବେ ମାରାଥନ ଜେରା କରୁଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ତଦନ୍ତ ଯେତେ ଆଗକୁ ବଢୁଛି ସେତେ ନୂଆ ନୂଆ ଫର୍ଦ ବାହାରୁଛି । ପୋଲିସ ଆତ୍ମହତ୍ୟା ମାମଲା ରୁଜୁ କରୁଛି ସତ, କିନ୍ତୁ ହତ୍ୟା ଅଭିଯୋଗକୁ ନେଇ ମଧ୍ୟ ତଦନ୍ତ ହେବ ।

ପୋଲିସ ଆତ୍ମହତ୍ୟା ମାମଲା ଆଧାରରେ ତଦନ୍ତ କରୁଛି । ତଦନ୍ତ ପାଇଁ ଏସଆଇଟି ଗଠନ ହୋଇସାରିଛି । ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ ‘ଏସଓଜି’ ପ୍ରୟାଗରାଜରେ ଆନନ୍ଦ ଗିରିଙ୍କୁ ମଧ୍ୟ ଜେରା କରୁଛନ୍ତି । ଆଉ ବଡ କଥା ହେଉଛି , ଏହି ସମସ୍ତ ଘଟଣାରେ ଜଣେ ସମାଜବାଦୀ ପାର୍ଟି ନେତାଙ୍କ ସମ୍ପୃକ୍ତି ମଧ୍ୟ ଆସୁଛି । ଯାହାକୁ ନେଇ ପୋଲିସ କୌଣସି ପତ୍ତା ଖୋଲୁନାହିଁ । ତଦନ୍ତକୁ ଆହୁରି କ୍ରିୟାଶୀଳ କରିବା ପାଇଁ ପୋଲିସ ୮ ଜଣଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଯୋଜନା କରିଛି । ଏହାବାଦ ସମଗ୍ର ଅଞ୍ଚଳ ସମେତ ମଠର ସମସ୍ତ ସିସିଟିଭିକୁ ତନ୍ନ ତନ୍ନ କରି ପୋଲିସ ଯାଞ୍ଚ କରୁଛି ।

ଅନ୍ୟପଟେ ପୋଲିସ ଜବତ କରିଥିବା ଚିଠିକୁ ନେଇ ଏବେ ଭିନ୍ନ ଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ଶିଷ୍ୟ ବଲାଉଥିବା ଆନନ୍ଦ ଗିରି ଚିଠି ଉପରେ ପ୍ରଶ୍ନ ଉଠାଇଛନ୍ତି । ଆନନ୍ଦ ଗିରିଙ୍କ ଅଭିଯୋଗ ମହନ୍ତ ମହାରାଜ ଓ ତାଙ୍କ ମଧ୍ୟରେ କୌଣସି ବିବାଦ ନଥିଲା । ମଠର ଜମି ଉପରେ ଟଙ୍କା ରୋଜଗାର କରୁଥିବା ମୁଷ୍ଟିମେୟ ଲୋକଙ୍କ ଏହା ଷଡଯନ୍ତ୍ର । କିଛି ଲୋକ ଟଙ୍କା ପାଇଁ ମହନ୍ତଙ୍କୁ ବ୍ଲାକମେଲ କରୁଥିଲେ । ଗୁରୁଜୀ କେବେ ଆତ୍ମହତ୍ୟା କରିବା ଲୋକ ନଥିଲେ । ତାଙ୍କର ହତ୍ୟା ହୋଇଛି । ଗୁରୁଜୀ କେବେ କୌଣସି ଚିଠି କିମ୍ବା ଅନ୍ୟ କୌଣସି ବାର୍ତ୍ତା ନିଜେ ଲେଖନ୍ତି ନାହିଁ । ଗୁରୁଜୀଙ୍କ ହାତ ଲେଖା ଚିଠି କୁହାଯାଉଥିବା ତାହାକୁ ଯାଞ୍ଚ କରାଯାଉ ବୋଲି ସେ ଦାବି କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.