ମୁମ୍ବାଇ: ଚାଲିଛି ନବରାତ୍ର ପୂଜା । ଏନେଇ ସାରାଦେଶ ଉତ୍ସବ ମୁଖର । ବିଭିନ୍ନ ଶକ୍ତିପୀଠ ଗୁଡିକରେ ୯ଦିନ ଧରି ୯ଟି ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା । ଦେଶର ବିଭିନ୍ନ ମନ୍ଦିରରେ ନବରାତ୍ରୀ ପର୍ବ ଚାଲିଥିବା ବେଳେ ବିଭିନ୍ନ ମନ୍ଦିରର ଭିନ୍ନ ଭିନ୍ନ ଇତିହାସ ରହିଛି । ପୁଣେର ସରସବାଗରେ ଥିବା ଶ୍ରୀ ମହାଲକ୍ଷ୍ମୀ ମନ୍ଦିରର ଏକ ଭିନ୍ନ ଇତିହାସ ରହିଛି । ମନ୍ଦିର ପ୍ରଶାସନଙ୍କ ଦ୍ବାରା ବର୍ଷକୁ ଦୁଇଥର ଏଠାରେ ମା’ଙ୍କୁ ୧୬ କିଲୋ ସୁନାର ଶାଢୀ ଆଭୂଷଣ କରାଯାଏ ।
ଏହା ମଧ୍ୟ ପଢନ୍ତୁ: ଳଚଞ୍ଚଳ ମା’ ବୁଢୀ ଠାକୁରାଣୀ ପୀଠ, ଚାଲିଛି ନବରାତ୍ରୀ ପୂଜା
ପୁଣେର ସରସବାଗରେ ଥିବା ଶ୍ରୀ ମହାଲକ୍ଷ୍ମୀ ମନ୍ଦିରର ଦେବୀଙ୍କୁ ଏକ ସୁନା ଶାଢୀ ଅର୍ପଣ କରାଯାଇଛି । ତେବେ ଜଣେ ଭକ୍ତ ମା’ଙ୍କୁ ଏହି ଶାଢୀ ଦେଇଥିବା ସୂଚନା ରହିଛି । ଏହି ସୁନା ଶାଢୀର ଓଜନ ୧୬ କିଲୋଗ୍ରାମ ହୋଇଥିବା ନେଇ ସୂଚନା ଦିଆଯାଇଛି ।
ସୂଚନାଅନୁସାରେ, ମାଆଙ୍କୁ ବର୍ଷକୁ ଦୁଇଥର ଏହି ସୁନା ଶାଢୀ ପରିଧାନ କରାଯାଇଥାଏ । ଦଶହରା ଏବଂ ଦିପାବଳୀ ଏହି ଦୁଇଦିନ ମା’ ଏହି ଶାଢୀ ପରିଧାନ କରିଥାନ୍ତି । ଏହି ଦୁଇଦିନରେ ମାଆଙ୍କୁ ସୁନାବେଶରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ଗହଳି ଲାଗିଥାଏ । ମାଙ୍କ ଦୁର୍ଲଭ ବେଶ ଦେଖିବା ପାଇଁ ଦୂରାଦୂରାନ୍ତରରୁ ଭକ୍ତଙ୍କ ଗହଳି ଛୁଟିଥାଏ । ତେବେ ଏହି ସୁନା ଶାଢୀଙ୍କୁ ୨୦ ବର୍ଷ ପୂର୍ବେ ଦକ୍ଷିଣ ଭାରତୀୟ କାରିଗରମାନେ ଏହି ଶାଢୀ ତିଆରି କରିଥିଲେ ।
ଏହି ଶାଢୀକୁ ତିଆରି କରିବା ପାଇଁ କାରିଗରଙ୍କୁ ୬ ମାସ ସମୟ ଲାଗିଥିଲା । ଏହି ଶାଢୀର ମୁଖ୍ୟ ଆକର୍ଷଣ ସୁନା ରହିଥିବା ବେଳେ ଏହା ସହ ଶାଢୀର ଏମ୍ରୋଡୋରି ଲୋକଙ୍କୁ ବିମୋହିତ କରୁଛି । ମାଆଙ୍କର ସୁନା ଶାଢୀ ପିନ୍ଧିବାର ଏହା ୨୦ତମ ବର୍ଷ । ଏହି ଶାଢୀ ପରମ୍ପରା ପୂର୍ବରୁ ରହିଆସିଥିବା ବେଳେ ଦଶହରା ଦିନ ମାଙ୍କୁ ଏହି ଶାଢୀ ଅର୍ପଣ କରାଯାଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ