ETV Bharat / bharat

ଦୁବାଇରେ ମହାଦେବ ବେଟିଂ ଆପ୍ ମାଲିକ ରବି ଉପ୍ପଲ ଗିରଫ

author img

By ETV Bharat Odisha Team

Published : Dec 13, 2023, 10:44 AM IST

Mahadev Betting App Owner Arrested: ଦୁବାଇରେ ମହାଦେବ ବେଟିଂ ଆପ୍‌ ମାଲିକ ରବି ଉପ୍ପଲ ଅଟକ । ଅଭିଯୁକ୍ତକୁ ଭାରତ ଆଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମହାଦେବ ଅନଲାଇନ ବେଟିଂ ଆପ୍‌ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ମାଲିକ ରବି ଉପ୍ପଲ ଦୁବାଇରେ ଧରାପଡିଛି । ଦୁବାଇ ପୋଲିସ ରବିକୁ ଉଠାଇ ନେଇଛି । ଅଭିଯୁକ୍ତକୁ ଧରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଅନୁରୋଧ କ୍ରମେ ଇଣ୍ଟରପୋଲ ଦ୍ବାରା ରେଡ୍ ନୋଟିସ ଜାରି କରାଯାଇଥିଲା । ଏହି ନୋଟିସ୍ ଆଧାରରେ ଦୁବାଇ ପୋଲିସ ଗତ ସପ୍ତାହରେ ଅନ୍ୟତମ ମାଷ୍ଟରମାଇଣ୍ଡ ୪୩ ବର୍ଷୀୟ ରବି ଉପ୍ପଲକୁ ହେପାଜତକୁ ନେଇଥିବା ସୂଚନା ମିଳିଛି । ବର୍ତ୍ତମାନ ତାକୁ ଭାରତ ଆଣିବାକୁ ଇଡି ଅଧିକାରୀ ଦୁବାଇ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଛନ୍ତି ।

ମହାଦେବ ବେଟିଂ ଆପ୍‌ର ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରର ସହଯୋଗୀ ହେଉଛି ରବି ଉପ୍ପଲ । ଦୁଇ ଜଣ ମହାଦେବ ଆପର ମୁଖ୍ୟ ମାଲିକ ଅଟନ୍ତି । ରବି ବିରୋଧରେ ଛତିଶଗଡ଼ ଏବଂ ମୁମ୍ବାଇ ପୋଲିସ ତଦନ୍ତ କରୁଛି । ଏହି ବେଟିଂ ଆପ୍ ସହ ଜଡିତ ଆର୍ଥିକ ଦୁର୍ନୀତି ମାମଲାରେ ଇଡି ଛାନଭିନ ଚଳାଇଛି । ସୂଚନା ଥାଉକି, ତଦନ୍ତକାରୀ ସଂସ୍ଥା ଇଡି ଗତ ଅକ୍ଟୋବରରେ ମହାଦେବ ଅନଲାଇନ ବେଟିଂ ଆପର ଦୁଇ ପ୍ରମୋଟର ସୌରଭ ଚନ୍ଦ୍ରକାର ଏବଂ ରବି ଉପ୍ପଲ ବିରୋଧରେ ରାୟଗଡା ସ୍ଥିତ ସ୍ପେଶାଲ ପ୍ରିଭେନସନ ଅଫ୍ ମନ ଲଣ୍ଡରିଂ(PMLA) କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ଏହାପରେ ଇଡି ଅନୁରୋଧରେ ଅଭିଯୁକ୍ତଙ୍କୁ ଧରିବାକୁ ଇଣ୍ଟରପୋଲ ଦ୍ବାରା ରେଡ୍ ନୋଟିସ୍ ଜାରି କରାଯାଇଥିଲା ।

ଚାର୍ଜସିଟରେ ଇଡି ସୂଚୀତ କରିଥିଲା ଯେ, ରବି ଉପ୍ପଲ ଭାରତୀୟ ନାଗରିକତ୍ବ ନ ଛାଡି ମଧ୍ୟ ପ୍ରଶାନ୍ତ ମହାସାଗରୀୟ ଦେଶ ଭାନୁଆଟୁର ପାସପୋର୍ଟ ନେଇଛି । ଦୁଇ ମୁଖ୍ୟ ଅଭିଯୁକ୍ତ ଏହି ବେଟିଂ ଆପ୍ ଜରିଆରେ ୬ ହଜାର କୋଟି ଟଙ୍କା ଠକେଇ କରିଛନ୍ତି । ମହାଦେବ ଆପ୍ ଭାରତରେ ବ୍ୟାନ କରାଯାଇଥିବା ବେଳେ ଅନ୍ୟ ଦେଶଗୁଡିକରେ ଏବେ ବି କାର୍ଯ୍ୟକ୍ଷମ ଅଛି ।

ଏହା ମଧ୍ୟ ପଢନ୍ତୁ: ଭିଡିଓ ଜାରି ନିଜକୁ ମହାଦେବ ଆପ୍‌ ମାଲିକ ଦାବି କଲେ ଯୁବକ: 'ଦୁବାଇ ଯିବାକୁ ବଘେଲ କହିଥିଲେ'

ଅଭିଯୁକ୍ତ ସୌରଭ ଏବଂ ରବି ଛତିଶଗଡର ଭିଲାଇ ନିବାସୀ ଅଟନ୍ତି । ଦୁହେଁ ମହାଦେବ ଆପ୍ ଜରିଆରେ ପ୍ରଥମେ ଦୁର୍ଗ ଭିଲାଇରେ ବେଟିଂ କାମ ଆରମ୍ଭ କରିଥିଲେ । ଯାହାକୁ ସେମାନେ ଧୀରେଧୀରେ ସାରା ଦେଶରେ ବିସ୍ତାର କରିଥିଲେ । ଏହାପରେ ବେରୋଜଗାରଙ୍କୁ ଚାକିରି ଦେବା ଆଳରେ କୋଟି କୋଟି କଳାଟଙ୍କା ଧରି ଦୁବାଇ ପଳାଇଥିଲେ । ଦୁବାଇରୁ ଦୁହେଁ ବେଟିଂ କାରବାର ଅପରେଟ୍‌ କରିବା ଆରମ୍ଭ କରିଥିଲେ । ଏହି ଘଟଣାରେ ପୂର୍ବରୁ ଇଡି ଚନ୍ଦ୍ରଭୂଷଣ ବର୍ମା, ସତୀଶ ଚନ୍ଦ୍ରାକର, ଅନୀଲ ଦମାନୀ ଏବଂ ସୁନୀଲ ଦମାନୀ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଏହି ଚାରି ଅଭିଯୁକ୍ତ ହାୱଲା ଜରିଆରେ ଟଙ୍କା ଟ୍ରାନ୍ସଫର କରୁଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.