ETV Bharat / bharat

ମେହୁଲ ଚୋକସିଙ୍କ ଜାମିନ ଆବେଦନ ଖାରଜ କଲା ଡୋମିନିକା କୋର୍ଟ - ଡୋମିନିକା କୋର୍ଟ

ପଳାତକ ମେହୁଲ ଚୋକସି ଦେଶରେ ବେଆଇନ ପ୍ରବେଶ ମାମଲାକୁ ପ୍ରତ୍ୟାଖାନ କରିଛନ୍ତି ଡୋମିନିକା କୋର୍ଟ । ଅଧିକ ପଢନ୍ତୁ...

ମେହୁଲ ଚୋକସିର ଜାମିନ ଆବେଦନ ଖାରଚ
ମେହୁଲ ଚୋକସିର ଜାମିନ ଆବେଦନ ଖାରଚ
author img

By

Published : Jun 3, 2021, 9:37 AM IST

ନୂଆଦିଲ୍ଲୀ: PNB ଘୋଟାଲା ମାମଲାରେ ଅଭିଯୁକ୍ତ ମେହୁଲ ଚୋକସିର ଜାମିନ ଆବେଦନ ଖାରଜ । ଡୋମିନିକାର ଏକ ମାଜିଷ୍ଟ୍ରେଟ୍ କୋର୍ଟ ପଳାତକ ମେହୁଲ ଚୋକସିର ଦେଶରେ ବେଆଇନ ପ୍ରବେଶ ମାମଲାକୁ ପ୍ରତ୍ୟାଖାନ କରିଛନ୍ତି ।

କିଛିଦିନ ପୂର୍ବରୁ ଆଣ୍ଟିଗୁଆରୁ ଫେରାର ହୋଇ ଡୋମିନିକା ପହଞ୍ଚିଥିବା ମେହୁଲ ଚୋକସିଙ୍କୁ ଭାରତ ଆଣିବା ନେଇ ସେଠାକାର ସ୍ଥାନୀୟ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ମେହୁଲଙ୍କୁ ଭାରତ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ଏନେଇ ଗତକାଲି ଡୋମିନିକା କୋର୍ଟରେ ଶୁଣାଣି ହୋଇଥିଲା । ମାତ୍ର ଏନେଇ କିଛି ନିଷ୍ପତ୍ତି ନିଆଯାଇ ନଥିଲା । ତାଙ୍କୁ ଆଣ୍ଟିଗୁଆ ପଠାଯିବ କି ଭାରତ ସେ ରାସ୍ତା ଏଯାଏଁ ସଫା ହୋଇନାହିଁ । ଏନେଇ କୋର୍ଟଙ୍କ ନିଷ୍ପତ୍ତି ଉପରେ ରହିଛି ସମସ୍ତଙ୍କ ନଜର । ଆଜି (ଗୁରୁବାର) ମେହୁଲ ଚୋକସିଙ୍କ ଜାମିନ ଆବେଦନର ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି ଡୋମିନିକା କୋର୍ଟ ।

ପ୍ରକାଶ ଥାଉକି, ଗତ ମେ 23 ତାରିଖ ଦିନ ମେହୁଲ ଚୋକସି କୁଆଡେ ଫେରାର୍ ହୋଇଯାଇଥିଲେ । ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣିସ ଖବର ମିଳିନଥିଲା । ପୋଲିସ ଏହି ଖୋଜାଖୋଜି ଜାରି ରଖିଥିଲା । ଆଣ୍ଟିଗୁଆ ଏବଂ ବାରବୁଡାର ନାଗରିକତା ଗ୍ରହଣ କରିଥିବା ଚୋକସି ରବିବାର ଦିନ ଆଣ୍ଟିଗୁଆର ଦକ୍ଷିଣ ଅଞ୍ଚଳରେ ନଜର ଆସିଥିଲେ । ହେଲେ ପୋଲିସ ସେଠାରେ ପହଞ୍ଚିବା ପୂର୍ବରୁ ସେ ଖସି ପଳାଇଥିଲେ ଏବଂ କେବଳ ତାଙ୍କର ଗାଡିକୁ ଉଦ୍ଧାର କରାଯାଇଥିଲା । ତେବେ ଶେଷରେ ପଳାତକ ହୀରା ବ୍ୟବସାୟୀ ତଥା ପିଏନବି ସ୍କାମ୍ ମାମଲାର ଅଭିଯୁକ୍ତ ଚୋକସି ଧରା ପଡିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.