ETV Bharat / bharat

Umesh Pal murder case: ମାଫିଆ ଅତିକ ଅହମ୍ମଦ ପୁଅକୁ ଏନକାଉଣ୍ଟର - ଉମେଶ ପାଲ ହତ୍ୟାକାଣ୍ଡ ଘଟଣା

ଉମେଶ ପାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ମାଫିଆ ଅତିକ ଅହମ୍ମଦର ପୁଅକୁ ଏନକାଉଣ୍ଟର କରିଛି ୟୁପି ଏସଟିଏଫ । ଅଧିକ ପଢନ୍ତୁ

Umesh Pal murder case
ମାଫିଆ ଅତିକ ଅହମ୍ମଦର ପୁଅକୁ ଏନକାଉଣ୍ଟର
author img

By

Published : Apr 13, 2023, 1:45 PM IST

ଲକ୍ଷ୍ନୌ: ଉମେଶ ପାଲ ହତ୍ୟାକାଣ୍ଡରେ ଜଡିତ ଘଟଣାରେ ବଡ ଖବର ସାମ୍ନାକୁ ଆସିଛି । ପୋଲିସ ମାଫିଆ ଅତିକ ଅହମ୍ମଦର ପୁଅ ଅସଦ ଅହମ୍ମଦକୁ ଏନକାଉଣ୍ଟର କରିଛି । ଏହାଛଡା ମାମଲାରେ ଜଡିତ ଅନ୍ୟ ଜଣେ ଗୁଲାମ ନାମକ ବ୍ୟକ୍ତିକୁ ପୋଲିସ ଏନକାଉଣ୍ଟର କରିଛି । ଝାନ୍ସିଂରେ ଏହି ଏନକାଉଣ୍ଟର ହୋଇଛି । ଦୁଇ ଜଣ ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଥିଲେ । ଦୁଇଜଣଙ୍କ ଉପରେ 5 ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା ।

  • Asad, son of mafia-turned-politician Atiq Ahmed and Ghulam S/o Maksudan, both wanted in Umesh Pal murder case of Prayagraj and carrying a reward of Rupees five lakhs each; killed in encounter with the UPSTF team led by DySP Navendu and DySP Vimal at Jhansi. Sophisticated foreign… pic.twitter.com/dAIS6iMM3G

    — ANI (@ANI) April 13, 2023 " class="align-text-top noRightClick twitterSection" data=" ">

ମାଫିଆ ନେତା ଅତିକ ଅହମ୍ମଦ ପୁଅ ଅସଦ ଏବଂ ଗୁଲାମ ଦୁଇ ଜଣ ପ୍ରୟାଗରାଜର ଉମେଶ ପାଲ ହତ୍ୟାକାଣ୍ଡରେ ଜଡିତ ଥିଲେ । ସେମାନଙ୍କ ବିଷୟରେ ସୂଚନା ଦେଲେ 5 ଲକ୍ଷ ଲେଖାଏଁ ପୁରସ୍କାର ଦିଆଯିବ ବୋଲି ଘୋଷଣା ହୋଇଥିଲା । ଦୁଇଜଣ ଝାନ୍ସିଂ ଡିଏସପି ନବେନ୍ଦଙ୍କ ନେତୃତ୍ବରେ ୟୁପି ଏସଟିଏଫ ଟିମ ହାବୁଡରେ ପଡିଥିଲେ । ପୋଲିସ ଦୁଇଜଣଙ୍କୁ ଏନକାଉଣ୍ଟର କରଥିଲା । ଏହା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି । ମାଫିଆରୁ ରାଜନେତା ହୋଇଥିବା ଅତିକ ଅହମ୍ମଦର ପୁଅ ପୁଅ ଅସଦ ଫେରାର ଥିଲା । ପୋଲିସକୁ ସୂଚନା ମିଳିବା ମାତ୍ରେ ଆଲର୍ଟରେ ରହିଥିଲା ।

ଏହା ବି ପଢନ୍ତୁ...Rozgar Mela: 71 ହଜାର ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...ପୁଣି ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଫୁଟିଲା ଗୁଳି, ଜଣେ ଯବାନ ମୃତ

କଣ ପୁରା ମାମଲା: 2005 ଜାନୁଆରେ 25 ତାରିଖରେ ବସପା ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଉମେଶ ପାଲ ଏକମାତ୍ର ସାକ୍ଷୀ ଥିଲେ । ମାଫିଆ ଅତିକ ଅହମ୍ମଦ ତାଙ୍କୁ ମାମଲାରୁ ଓହରି ଯିବାକୁ କରିଥିଲା । ଉମେଶ ପାଲ ତା କଥା ଶୁଣି ନଥିଲେ । ଏହାପରେ 2006 ଫେବୃଆରୀ 28 ତାରିଖରେ ଉମେଶ ପାଲଙ୍କୁ ଅପହରଣ କରାଯାଇଥିଲା । ତାଙ୍କୁ ପ୍ରମାଣ ପରିବର୍ତ୍ତନ କରିବାକୁ ମାଫିଆ ଚାପ ପକାଇଥିଲେ । ଗ୍ୟାଙ୍ଗଷ୍ଟର ଅତିକ କଥା ନ ମାନିବାକୁ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିଲା । ଉମେଶଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା । ଏହି ଅପହରଣ ଘଟଣାରେ 11ଜଣ ଅଭିଯୁକ୍ତ ଥିଲେ । ବିଧାୟକ ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ବର୍ତ୍ତମାନ ଉମେଶ ପାଲ ହତ୍ୟା ଘଟଣାର ସଜା କାଟୁଛି ଅତିକ ଅହମ୍ମଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.