ETV Bharat / bharat

ମଧ୍ୟପ୍ରଦେଶ ଜନାଦେଶ; ହାଇପ୍ରୋଫାଇଲ ସିଟ୍ ବୁଧନୀରେ ଶିବରାଜଙ୍କ ବୃହତ ବିଜୟ

author img

By ETV Bharat Odisha Team

Published : Dec 3, 2023, 5:16 PM IST

Madhyapradesh Assembly Election Result 2023: ବୁଧନୀ ଆସନରେ ଶିବରାଜ ସିଂ ଚୌହ୍ବାନଙ୍କ ବୃହତ ବିଜୟ ହାସଲ କରିଛନ୍ତି । ଅଧିକ ପଢନ୍ତୁ

Madhyapradesh Assembly Election Result 2023
Shivraj Singh Chouhan Win

ଭୋପାଳ: ଧିରେ ଧିରେ ସ୍ପଷ୍ଟ ହେଉଛି ମଧ୍ୟପ୍ରଦେଶ ଚିତ୍ର । ମଧ୍ୟପ୍ରଦେଶରେ ପୁଣି ଶିବରାଜ ସରକାର ଗଢିବାକୁ ଯାଉଛନ୍ତି । ବିଜେପି ସପକ୍ଷରେ ମଧ୍ୟପ୍ରଦେଶ ଜନାଦେଶ ଏକ ପ୍ରକାର ନିଶ୍ଚିନ୍ତ । ମଧ୍ୟପ୍ରଦେଶର ହାଇପ୍ରୋଫାଇଲ ବୁଧନୀ ଆସନରେ ଶିବରାଜ ସିଂହ ବାଜି ମାରି ନେଇଛନ୍ତି । ବୁଧନୀରେ ବୃହତ ବିଜୟ ହାସଲ କରିଛନ୍ତି ଶିବରାଜ । 1 ଲକ୍ଷ ଭୋଟରେ ବାଜି ମାରିଛନ୍ତି ଶିବରାଜ । ଏପରି ବମ୍ପର ବିଜୟ କେବେ ଆଶା କରାଯାଇନଥିଲା । କଂଗ୍ରେସର ବିକ୍ରମ ମସ୍ତଲଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି ଶିବରାଜ ସିଂହ ।

  • #WATCH | Bhopal: BJP workers pour milk on a poster portraying Madhya Pradesh CM Shivraj Singh Chouhan as Lord Hanuman as the party leads towards a landslide victory in the state pic.twitter.com/JHi638VZsq

    — ANI (@ANI) December 3, 2023 " class="align-text-top noRightClick twitterSection" data=" ">

ମଧ୍ୟପ୍ରଦେଶ ମାଆ ଉଭଣୀ ଦେଲେ ରିଟର୍ଣ୍ଣ ଗିଫ୍ଟ: ଏମପିର 1 କୋଟି 31 ଲକ୍ଷ ମହିଳା ଚିତ୍ର ବଦଳାଇ ଦେଇଛନ୍ତି । ଶିବରାଜ ସିଂହଙ୍କୁ ବିଜୟୀ କରାଇଛନ୍ତି । ବିଜୟ ସହିତ ମୁଖ୍ୟମନ୍ତ୍ରୀ ଦୌଡରେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି ଶିବରାଜ ସିଂହ ଚୌହାନ । ସରକାରୀ ଯୋଜନା, ସ୍ବଚ୍ଛ ଭାବମୂର୍ତ୍ତୀ, ତ୍ବରିତ ନିଷ୍ପତ୍ତି, ପ୍ରଶାସନିକ ଅନୁଭବ, ଲମ୍ବା ରାଜନୈତିକ ଯାତ୍ରା, ବିରୋଧୀଙ୍କୁ ସଠିକ ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ରହିଛନ୍ତି ଶିବରାଜ ସିଂହ ଚୌହ୍ବାନ । ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଶିବରାଜ ।

ଶିବରାଜଙ୍କୁ ହମୁମାନ କରି କ୍ଷୀର ଢାଳିଲେ ସମର୍ଥକ: ମଧ୍ୟପ୍ରଦେଶର ବିଜେପିର ବିଜୟ ନେଇ ସେଲିବ୍ରେସନ ଆରମ୍ଭ ହୋଇଛି । ବୁଧନୀ ଆସନରେ ବୃହତ ବିଜୟ ହାସଲ କରିଛନ୍ତି ଶିବରାଜ ସିଂହ ଚୌହାନ । ପୋଷ୍ଟରରେ ଶିବରାଜଙ୍କୁ ଭଗବାନ ହନୁମାନ ସଜାଇ ଫୋଟରେ କ୍ଷୀର ଢାଳିଛନ୍ତି ବିଜେପି କର୍ମୀ ।

ଏହା ବି ପଢନ୍ତୁ...ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କିଏ ? ମାମା, ମହାରାଜ ନା ସରପ୍ରାଇଜ

ଦିମନୀରୁ ଜିତିଲେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର: ମଧ୍ୟପ୍ରଦେଶରେ ବିଜେପି ସପକ୍ଷରେ ବିଜୟ ପବନ ବହିଛି । ବିଜୟ ଅଭିମୁଖେ ବଢୁଛି ଦଳ । ଦିମନୀ ଆସନରୁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବିଜୟ ହାସଲ କରିଛନ୍ତି । ମୋଦି କ୍ୟାବିନେଟରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମୁଖ୍ୟମନ୍ତ୍ରୀ ଦାବିଦାର ରହିଛନ୍ତି । ଶିବରାଜଙ୍କ ବିକଳ୍ପ ହୋଇପାରନ୍ତି ତୋମାର । 2018ରେ ଏହି ଆସନରେ କଂଗ୍ରେସ ବିଜୟ ହାସଲ କରିଥିଲା । ମାତ୍ର ଏଥର 24 ହଜାରରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି ତୋମାର । ଏହି ଆସନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ବିଏସପି ପ୍ରାର୍ଥୀ ବଲବୀର ସିଂହ ଦଡୋତିଆ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ତୃତୀୟ ଥର ପାଇଁ ଏହି ଆସନରୁ ବିଜୟ ହାସଲ କରିଛନ୍ତି ନରେନ୍ଦ୍ର ସିଂହ ତୋମାର ।

ସେହିପରି ଅମରବାଡା ଆସନରେ ବିଜେପି ପ୍ରାର୍ଥୀ ମୋନିକା ଶାହ ବଟ୍ଟି ବିଜୟୀ ହୋଇଛନ୍ତି । ଭୋପାଳ ଉତ୍ତରରେ ବିଜେପି ପ୍ରାର୍ଥୀ ଆଲୋକ ଶର୍ମା ହାରିଛନ୍ତି । ସେହିପରି ଭୋପାଳ ଗୋବିନ୍ଦପୁର ଆସନରେ ବିଜେପି କୃଷ୍ଣା ଗୌର ବାଜି ମାରିଛନ୍ତି ।

ଛିନ୍ଦୱାଡାରୁ ଜିତିଲେ କମଳନାଥ: ଆରମ୍ଭରୁ ହିଁ ଛିନ୍ଦୱାଡା ଆସନରେ ଆଗରେ ରହିଥିଲେ କମଳନାଥ । ଏହି ଆସନରେ 35 ହଜାର ଭୋଟରେ କମଳନାଥ ବିଜୟ ହାସଲ କରିଛନ୍ତି । ଛିନ୍ଦୱାଡା ଆସନରେ ନିଜ ଗଡ ବଞ୍ଚାଇଛନ୍ତି କମଳନାଥ ।

ଏହା ବି ପଢନ୍ତୁ...ମଧ୍ୟପ୍ରଦେଶରେ ବିଜେପିକୁ ଝଟକା, ହାରିଲେ କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ

ଏହା ବି ପଢନ୍ତୁ...ମୋଦିଜୀ ଏମପି ମନରେ ଆଉ ଏମପି ମୋଦିଜୀଙ୍କ ମନରେ ଅଛି: ଶିବରାଜ ସିଂହ

230 ବିଧାନସଭା ଆସନରେ ବିଜେପି 163 ଆସନରେ ଆଗୁଆ ଥିବାବେଳେ କଂଗ୍ରେସ 63ଟି ଆସନରେ ଆଗୁଆ ରହିଛି । ନଭେମ୍ବର 17 ତାରିଖରେ ମଧ୍ୟପ୍ରଦେଶ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 5 କୋଟି 60 ଲକ୍ଷ୍ୟ ଭୋଟରଙ୍କ ହାତରେ 2533 ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଥିଲା । ରାଜ୍ୟରେ 77.82 ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.