ETV Bharat / bharat

ବିଜୟ ସ୍ବାଦ ଫିକା କରିଦେଲା ଫଳାଫଳ, ଆସନରେ ଜିତି ବି ହାରିଲେ କମଲନାଥ

author img

By ETV Bharat Odisha Team

Published : Dec 3, 2023, 5:39 PM IST

Madhyapradesh Assembly Election Result 2023: ଛିନ୍ଦୱାଡାରେ ବିଜୟୀ ହୋଇଛନ୍ତି କମଲନାଥ । ଏହି ଆସନରେ 35 ହଜାର ଭୋଟରେ କମଲନାଥ ବିଜୟ ହାସଲ କରି ଗଡ ବଞ୍ଚାଇଛନ୍ତି । ଅଧିକ ପଢନ୍ତୁ

Madhyapradesh Assembly Election Result
Madhyapradesh Assembly Election Result

ଭୋପାଳ: ସ୍ପଷ୍ଟ ହେଉଛି ମଧ୍ୟପ୍ରଦେଶ ଚିତ୍ର । ମଧ୍ୟପ୍ରଦେଶରେ ପୁଣି ଶିବରାଜ ସରକାର ଗଢିବାକୁ ଯାଉଛି । ବିଜେପି ସପକ୍ଷରେ ମଧ୍ୟପ୍ରଦେଶ ଜନାଦେଶ ଏକ ପ୍ରକାର ନିଶ୍ଚିନ୍ତ । ମଧ୍ୟପ୍ରଦେଶ ସମେତ 4 ରାଜ୍ୟରେ ନିର୍ବାଚନ ପରିଣାମ ଆସିଛି । ମଧ୍ୟପ୍ରଦେଶ ବୃହତ୍ତ ବିଜୟ ହାସଲ କରିଛି ବିଜେପି । ଏମପିରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ହେବ ବୋଲି କୁହାଯାଉଥିଲା । ମାତ୍ର ଗଣତି ଆରମ୍ଭରୁ ହିଁ ବିଜେପି ଆଗରେ ଥିଲା । ନିର୍ବାଚନରେ ଶିବରାଜ ଓ କମଳନାଥଙ୍କ ମଧ୍ୟରେ ମଧ୍ୟପ୍ରଦେଶବାସୀ କମଳନାଥଙ୍କୁ ବାଛିଛନ୍ତି । କମଳନାଥ ଛିନ୍ଦୱାଡା ଆସନରେ ବିଜୟ ହାସଲ କରିଛନ୍ତି ଦେଲେ ମଧ୍ୟପ୍ରଦେଶରେ ତାଙ୍କର ପରାସ୍ତ ହୋଇଛି ।

2018ରେ ସଞ୍ଜିବନୀ ସାଜିଥିଲେ କମଲନାଥ: ଛିନ୍ଦୱାଡାକୁ ବିକାଶ ମଡେଲ କରି 2018ରେ କଂଗ୍ରେସକୁ କ୍ଷମତାକୁ ଆଣିଥିଲେ କମଲନାଥ । ମାତ୍ର ସିନ୍ଧିଆଙ୍କ ସମର୍ଥକ ବିଧାୟକଙ୍କ ବିଦ୍ରୋହ ପାଇଁ ତାଙ୍କୁ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ । ପୁଣି ଥରେ କଂଗ୍ରେସକୁ ରାଜ୍ୟରେ କ୍ଷମତାକୁ ଆଣିବାକୁ ପ୍ରୟାସ କରିଥିଲେ ମାତ୍ର ମଧ୍ୟପ୍ରଦେଶ ଜନତା ତାଙ୍କ ପ୍ରତିଶ୍ରୁତି ଉପରେ ଭରସା କରିନାହାନ୍ତି ।

ମୁଖ୍ୟମନ୍ତ୍ରୀ ହେବା ଆଶାରେ ଥିଲେ କମଲନାଥ: ମଧ୍ୟପ୍ରଦେଶ ଜନତା କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ କରିନାହାନ୍ତି ସତ ମାତ୍ର ଛିନ୍ଦୱାଡାରେ ବିଜୟୀ ସେ ହୋଇଛନ୍ତି । ଆରମ୍ଭରୁ ହିଁ ଛିନ୍ଦୱାଡା ଆସନରେ ଆଗରେ ରହିଥିଲେ କମଲନାଥ । ଏହି ଆସନରେ 35 ହଜାର ଭୋଟରେ କମଲନାଥ ବିଜୟ ହାସଲ କରିଛନ୍ତି । ଛିନ୍ଦୱାଡା ଆସନରେ ନିଜ ଗଡ ବଞ୍ଚାଇଛନ୍ତି କମଲନାଥ ହେଲେ ଏହି ବିଜୟ ଫିକା ହୋଇଛି ।

ଏହା ବି ପଢନ୍ତୁ...ମଧ୍ୟପ୍ରଦେଶ ଜନାଦେଶ; ହାଇପ୍ରୋଫାଇଲ ସିଟ୍ ବୁଧନୀରେ ଶିବରାଜଙ୍କ ବୃହତ ବିଜୟ

ଏହା ବି ପଢନ୍ତୁ...ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କିଏ ? ମାମା, ମହାରାଜ ନା ସରପ୍ରାଇଜ

230 ବିଧାନସଭା ଆସନରେ ବିଜେପି 167 ଆସନରେ ଆଗୁଆ ଥିବାବେଳେ କଂଗ୍ରେସ 62ଟି ଆସନରେ ଆଗୁଆ ରହିଛି । ନଭେମ୍ବର 17 ତାରିଖରେ ମଧ୍ୟପ୍ରଦେଶ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 5 କୋଟି 60 ଲକ୍ଷ ଭୋଟରଙ୍କ ହାତରେ 2533 ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଥିଲା । ରାଜ୍ୟରେ 77.82 ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା । ଶିବରାଜ ସିଂହ ହାଇପ୍ରୋଫାଇଲ ସିଟ୍ ବୁଧନୀ ଆସନରେ ବୃହତ ବିଜୟ ହାସଲ କରିଛନ୍ତି । ଏମପିର 1 କୋଟି 31 ଲକ୍ଷ ମହିଳା ଚିତ୍ର ବଦଳାଇ ଦେଇଛନ୍ତି । ଶିବରାଜ ସିଂହଙ୍କୁ ବିଜୟୀ କରାଇଛନ୍ତି । ବିଜୟ ସହିତ ମୁଖ୍ୟମନ୍ତ୍ରୀ ଦୌଡରେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି ଶିବରାଜ ସିଂହ ଚୌହାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.