ETV Bharat / bharat

BJP manifesto for MP: 450 ଟଙ୍କାରେ ସିଲିଣ୍ଡର, ଗହମ ଓ ଚାଉଳ ଏମଏସପିରେ ବୋନସ - ବିଧାନସଭା ନିର୍ବାଚନ 2023

ମଧ୍ୟ ପ୍ରଦେଶ ପାଇଁ ବିଜେପି ଜାରି କଲା ଘୋଷଣାପତ୍ର । 450 ଟଙ୍କାରେ ସିଲିଣ୍ଡର, ଗହମ ଓ ଚାଉଳ ଏମଏସପିରେ ମିଳିବ ବୋନସ । ଫୋକସରେ ମହିଳା, ଚାଷୀ ଓ ଯୁବପିଢି । ଅଧିକ ପଢନ୍ତୁ

Madhya Pradesh polls: BJPର ଘୋଷଣାପତ୍ରରେ 450 ଟଙ୍କାରେ ସିଲିଣ୍ଡର, ଗହମ ଉପରେ ଏମଏସପି

author img

By ETV Bharat Odisha Team

Published : Nov 11, 2023, 7:24 PM IST

ଭୋପାଲ: ମଧ୍ୟ ପ୍ରଦେଶରେ ନିର୍ବାଚନୀ ଘୋଷଣାପତ୍ର ଜାରି କରିଛି ଶାସକ ଭାରତୀୟ ଜନତା ପାର୍ଟି । ‘ମୋଦି କି ଗ୍ୟାରେଣ୍ଟି, ଭାଜପା କି ଭରୋସା’ ନାମରେ ଏହି ଘୋଷଣାପତ୍ରରେ ଦଳ ରାଜ୍ୟବାସୀଙ୍କ ପାଇଁ ଏକାଧିକ ପ୍ରତିଶୃତି ଦେଇଛି । ମତଦାନର 6 ଦିନ ପୂର୍ବରୁ ଜାରି ଘୋଷଣାପତ୍ରରେ ଦଳ ଯୁବପିଢି, ମହିଳା ଓ କୃଷକଙ୍କୁ ସର୍ବାଧିକ ଧ୍ୟାନ ଦେଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଭୋପାଳର କୁସାଭାଉ ଠାକେର କନଭେନସନ୍ ସେଣ୍ଟରରେ ଏହି ଇସ୍ତାହାର ବା ସଙ୍କଳ୍ପପତ୍ର ଉନ୍ମୋଚିତ କରିଛନ୍ତି । ନଡ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ ।

  • मोदी की गारंटी मतलब हर गारंटी पूरी होने की गारंटी!

    भारतीय जनता पार्टी, मध्य प्रदेश के "संकल्प पत्र" के प्रमुख संकल्प। #भाजपा_पर_भरोसा pic.twitter.com/spyQNCObzF

    — BJP Madhya Pradesh (@BJP4MP) November 11, 2023 " class="align-text-top noRightClick twitterSection" data=" ">

ଆଗାମୀ 5 ବର୍ଷ ପାଇଁ ମାଗଣା ରାସନ:

ଆଗାମୀ 5ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ଦଳ ଘୋଷଣା କରିଛି । ଏହା ବ୍ୟତୀତ ଏହି ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀ ପରିବାରକୁ ଡାଲି, ସୋରିଷ ତେଲ ଓ ଚାଉଳ ମଧ୍ୟ ରିହାତି ଦରରେ ଯୋଗାଇ ଦିଆଯିବ । ରାଜ୍ୟରେ କୌଣସି ପରିବାର ଗୃହହୀନ ରହିବେ ନାହିଁ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନା ସହ ମୁଖ୍ୟମନ୍ତ୍ରୀ ଜନଆବାସ ଯୋଜନା ଶୁଭାରମ୍ଭ କରାଯିବା ନେଇ ଦଳ କହିଛି । ସେହିପରି ରାଜ୍ୟରେ ମହିଳାଙ୍କ ପାଇଁ ଆରମ୍ଭ ହେବ ‘ଲାଡଲୀ ବେହନୋ’ ଯୋଜନା । ଏଥିରେ ମହିଳାମାନେ ସେମାନଙ୍କୁ ଆର୍ଥିକ ସହାୟତା ସହ ଘର ମଧ୍ୟ ମିଳିବ । ଲାଡଲୀ ବେହେନୋ ଯୋଜନାରେ ମହିଳାଙ୍କ ପାଇଁ ଉଜ୍ଜଳା ଯୋଜନା ଅଧୀନରେ 450 ଟଙ୍କାରେ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ ।

କୃଷକଙ୍କ ପାଇଁ ଅଧିକ ଏମଏସପି:-

କୃଷକଙ୍କ ଠାରୁ କ୍ବିଣ୍ଟାଲ ପିଚ୍ଛା 2,700 ଟଙ୍କା ଦରରେ ଧାନ ଓ କ୍ବିଣ୍ଟାଲ ପିଚ୍ଛା 3100 ଟଙ୍କା ଦରର ଗହମ କିଣିବେ ସରକାର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଓ ମୁଖ୍ୟମନ୍ତ୍ରୀ କିଷାନ କଲ୍ୟାଣ ଯୋଜନାରେ ଅନ୍ତର୍ଗତ ରାଜ୍ୟର କୃଷକଙ୍କୁ ବାର୍ଷିକ 12 ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦିଆଯିବ । ବରିଷ୍ଠ ନାଗରିକଙ୍କୁ ମାସିକ 1500 ଭତ୍ତା । ରାଜ୍ୟରେ ବାଳିକା ସୈନିକ ସ୍କୁଲ ଖୋଲାଯିବ । ସରକାରୀ ସ୍କୁଲ ଓ କଲେଜରେ ମିଳିବ ମାଗଣା ସାନିଟାରୀ ପ୍ୟାଡ । 10 ହଜାର ପର୍ଯ୍ୟନ୍ତ ମିଳିବ ଷ୍ଟାଇପେଣ୍ଡ । ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ଛାତ୍ରୀଙ୍କୁ ମାଗଣା ଶିକ୍ଷା । ଆଦିବାସୀ ସମାଜର ଉନ୍ନତି ପାଇଁ 3 ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ରାଶି । ରାଜ୍ୟରେ ଏକାଧିକ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା । ଦୁଇଟି ସ୍ଥାନରେ ବିମାନ ବନ୍ଦର ମଧ୍ୟ ପ୍ରତିଷ୍ଠା ହେବା ନେଇ ମଧ୍ୟ ଦଳ ଘୋଷଣାପତ୍ରରେ ପ୍ରତିଶୃତି ଦେଇଛି ।

ଏହା ମଧ୍ୟ ପଢନ୍ତୁ :- Tamil Nadu Bus Accident: ଦୁଇ ବସ ମୁହାଁମୁହିଁ ଧକ୍କାରେ 6 ମୃତ, 40ରୁ ଅଧିକ ଆହତ

ଚଳିତ 17 ତାରିଖରେ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମୋଟ 230 ଆସନରେ ଏକକାଳୀନ ଭୋଟଗ୍ରହଣ ହେବା ସହ ଡିସେମ୍ବର 3 ତାରିଖରେ ଫଳାଫଳ ପ୍ରକାଶ ପାଇବ । ରାଜ୍ୟରେ ଏବେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ସରକାରରେ ଥିବା ବେଳେ ମୁଖ୍ୟ ପ୍ରତିନ୍ଦ୍ବନ୍ଦ୍ବୀ ଭାବେ କଂଗ୍ରେସ ରହିଛି । ଏଠାରେ ଏକପାଖିଆ ପରିବର୍ତ୍ତେ କଡା ମୁକାବିଲା ଦେଖାଯିବା ନେଇ ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.