ETV Bharat / bharat

କଂଗ୍ରେସ DNAରେ ପାକିସ୍ତାନ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

author img

By

Published : Jan 24, 2023, 2:14 PM IST

ସର୍ଜିକାଲ ଷ୍ଟ୍ରାଇକ ଓ ପୁଲୱାମା ଆଟାକ ଉପରେ କଂଗ୍ରେସ ବରିଷ୍ଠ ନେଦା ଦିଗବିଜୟ ବବୃତ୍ତି। କଂଗ୍ରେସକୁ ବାଣ ମାରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିରରାଜ ସିଂ ଚୌହାନ । ଅଧିକ ପଢନ୍ତୁ

Shivraj Singh Chouhan targets congress
କଂଗ୍ରେସକୁ ଶିରରାଜ ସିଂ ଚୌହାନଙ୍କ ଟାର୍ଗେଟ

ଭୋପାଳ: କଂଗ୍ରେସକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିରରାଜ ସିଂ ଚୌହାନ ଟାର୍ଗେଟ କରିଛନ୍ତି । ସର୍ଜିକାଲ ଷ୍ଟ୍ରାଇକ ଓ ପୁଲୱାମା ଆଟାକ ଉପରେ କଂଗ୍ରେସ ବରିଷ୍ଠ ନେଦା ଦିଗବିଜୟ ଦେଇଥିବା ବବୃତ୍ତିକୁ ନେଇ ମୁହାମୁହିଁ ହୋଇଛନ୍ତି ଶିବରାଜ ଓ ଦିଗବିଜୟ । ଉକ୍ତ ବୟାନକୁ ନେଇ ରାଜନୈତିକ ମହଲରେ ଚହଳ ସୃଷ୍ଟି ହୋଇଛି । ଦିଗବିଜୟ ଦେଇଥିବା ବୟାନ ଜବାବରେ କଂଗ୍ରେସକୁ ବାଣ ମାରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି କଂଗ୍ରେସ ଡିଏନଏରେ ପାକିସ୍ତାନ ରହିଛି ।

  • #WATCH | Congress's DNA is in favour of Pakistan. They are asking for proof of surgical strike. It's an attempt to demoralize Army. Rahul Gandhi ji what kind of Bharat Jodo yatra is this? Tukde-tukde gang is walking with you: Madhya Pradesh CM Shivraj Singh Chouhan pic.twitter.com/m5QByTHwbW

    — ANI (@ANI) January 24, 2023 " class="align-text-top noRightClick twitterSection" data=" ">

ଶିବରାଜ କହିଛନ୍ତି, "କଂଗ୍ରେସ ଡିଏନଏରେ ପାକିସ୍ତାନ ରହିଛି । ସେ କେତେବେଳ ସର୍ଜିକାଲ ଷ୍ଟ୍ରାଇକ ତ ପୁଣି କେତେବେଳେ ପୁଲୱାମା ଆଟାକର ପ୍ରମାଣ ମାଗୁଛି ତ ପୁଣି କେତେବେଳେ ଭଗବାନ ରାମଙ୍କ ଅସ୍ତିତ୍ବ ଓ ରାମ ସେତୁକୁ ନେଇ ପ୍ରମାଣ ମାଗୁଛନ୍ତି ।"

ଏହା ବି ପଢନ୍ତୁ...ଭାରତ ଯୋଡୋରେ ସର୍ଜିକାଲ ଷ୍ଟ୍ରାଇକ ଓ ପୁଲଓ୍ବାମା ଆକ୍ରମଣ ପ୍ରଶ୍ନ , ଦିଗବିଜୟ ସିଂ କହିଲେ ନାହିଁ ପ୍ରମାଣ

କଂଗ୍ରେସ ନେତାଙ୍କୁ ନିଶାନା କରି ଶିବରାଜ ଆହୁରି କହିଛନ୍ତି, "ଭାରତ ଯୋଡ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଦିଗବିଜୟ ସିଂ ଚାଲୁଛନ୍ତି । ଆଉ ଏତିକି ବେଳେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମଧ୍ୟ ମାଗୁଛନ୍ତି । ଏଭଳି ପ୍ରଶ୍ନ କରି ସେ ସେନାର ମନୋବଳ କମ କରିବା ଭଳି ପାପ କରୁଛନ୍ତି । ସେ ପାକିସ୍ତାନ ସହ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଏହା କେମିତିକା ଭାରତ ଯୋଡ ଯାତ୍ରା । ଦିଗବିଜୟଙ୍କ ଶାସନ ବେଳେ ମଧ୍ୟପ୍ରଦେଶ ସିମିଙ୍କ ଗଡ ଥିଲା । ସେନାଙ୍କ ମନବୋଳ ଭାଙ୍ଗୁଛି କଂଗ୍ରେସ । ଏପରି ପାପ କଂଗ୍ରେସ ନ କରୁ ।"

ଏହା ବି ପଢନ୍ତୁ...ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ମୋଦି ବିରୋଧି BBC ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ

ପ୍ରକାଶ ଥାଉ କି, ଗତକାଲି ଜମ୍ମୁରେ କଂଗ୍ରେସର ଭାରତ ଯୋଡ ଯାତ୍ରା ପହଞ୍ଚିଛି । ସେଠାରେ କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂ ପୁଲଓ୍ବାମା ଆକ୍ରମଣ ଓ ସର୍ଜିକାଲ ଷ୍ଟ୍ରାଇକର ସତ୍ୟତା ନେଇ ପ୍ରଶ୍ନ ଉଠାଇବା ସହିତ ପ୍ରମାଣ ମାଗିଥିଲେ । ଏହା ସହିତ ମିଛ ଆଧାରରେ କେନ୍ଦ୍ର ସରକାର ଚାଲିଥିବା କହିଥିଲେ । ଭାରତରେ ମଧ୍ୟ ବିଭିନ୍ନ ବିରୋଧୀ ଦଳ ଏହି ସାମରିକ କାର୍ଯ୍ୟାନୁଷ୍ଠାନର ସତ୍ୟତାକୁ ନେଇ ପ୍ରଶ୍ନ କରିବା ସହ ଭାରତୀୟ ଜନତା ପାର୍ଟି ସରକାରର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଶାସକ ବିଜେପିକୁ ଏକାଧିକ ଥର ଟାର୍ଗେଟ କରିସାରିଛି । ପୁଣି ଦଳ ଦ୍ବାରା ଆୟୋଜିତ ଭାରତ ଯୋଡ଼ୋ ଯାତ୍ରାରେ ଦଳର ଅନ୍ୟତମ ବରିଷ୍ଠ ନେତା ଦିବବିଜୟ ସିଂ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.