ETV Bharat / bharat

ମଧ୍ୟପ୍ରେଦଶ, ଛତିଶଗଡ଼ରେ ସରିଲା ମତଦାନ: ଇଭିଏମରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ - ଛତିଶଗଡ଼ରେ ସରିଲା ମତଦାନ

ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ଲାଗି ସରିଲା ମତଦାନ । ଇଭିଏମରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଡିସେମ୍ବର ୩ରେ ଭୋଟ ଗଣତି । ଅଧିକ ପଢନ୍ତୁ

assembly election voting
assembly election voting
author img

By ETV Bharat Odisha Team

Published : Nov 17, 2023, 9:53 PM IST

ହାଇଦ୍ରାବାଦ: ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ଲାଗି ସରିଲା ମତଦାନ । ଆଜି (ଶୁକ୍ରବାର) ମଧ୍ୟପ୍ରଦେଶର ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ଛତିଶଗଡ଼ରେ ପଡ଼ିଥିଲା ଦ୍ବିତୀୟ ପର୍ଯ୍ୟାୟ ଭୋଟ । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ୫ କୋଟି ୬୧ ଲକ୍ଷ ମତଦାତାମାନେ ଭୋଟ ଦେଇଥିବା ବେଳେ ୭୦ ବିଧାନସଭା ଆସନ ବିଶିଷ୍ଟ ଛତିଶଗଡ଼ରେ ୬୮ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ସନ୍ଧ୍ୟା ସୁଦ୍ଧା ମତଦାନ ଶେଷ ହୋଇଥିବା ବେଳେ ଇଭିଏମରେ ସିଲ୍‌ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ ।

ଛତିଶଗଡ଼ ୨ୟ ପର୍ଯ୍ୟାୟ ମତଦାନ: ସକାଳ ୭ଟା ପରେ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିଲା । ଭୋଟ ଗ୍ରହଣ ଲାଗି ୧୮୮୦୦ ମତଦାନ କେନ୍ଦ୍ର ସ୍ଥାପନ ହୋଇଥିଲା । ୭୦ ବିଧାନସଭା ଆସନ ବିଶିଷ୍ଟ ଛତିଶଗଡ଼ରେ ୯୫୮ ପ୍ରାର୍ଥୀ ରହିଥିଲେ । ବିନ୍ଦ୍ରାନବାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ ବାକି ୬୯ଟି ନିର୍ବାଚନ ମଣ୍ଡଳୀରେ ସକାଳ ୮ଟା ପରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ଛତିଶଗଡ଼ରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୫୫.୩୧ ପ୍ରତିଶତ ମତଦାନ ହୋଇଥିବା ବେଳେ ମୋଟ ୬୮ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ- ନିର୍ବାଚନ ବେଳେ ଛତିଶଗଡ଼ରେ ଆଇଡି ବିସ୍ଫୋରଣ, ଜଣେ ITBP ଯବାନ ଶହୀଦ

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଲାଗି ରାଜ୍ୟର ୧ କୋଟି ୬୩ ଲକ୍ଷ ୧୪ ହଜାର ୪୭୯ ଭୋଟର ମତଦାନ କରିଥିଲେ । ଏଥିମଧ୍ୟରେ ୮୧ ଲକ୍ଷ ୪୧ ହଜାର ୬୨୪ ପୁରୁଷ ଭୋଟର ରହିଥିବା ବେଳେ ୮୧ ଲକ୍ଷ ୭୨ ହଜାର ୧୭୧ ମହିଳା ଭୋଟର ଏବଂ ୬୮୪ ତୃତୀୟ ଲିଙ୍ଗ ଭୋଟର ଅନ୍ତର୍ଭୁକ୍ତ । ସେହିପରି ୧୮-୧୯ ବର୍ଷ ବୟସର ୫ ଲକ୍ଷ ୬୪ ହଜାର ୯୬୮ ଭୋଟର ରହିଥିବା ବେଳେ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ହେଉଛି ୧,୩୦,୯୦୯ । ୮୦ ବର୍ଷ ବୟସ ବର୍ଗରେ ୧,୫୮,୨୫୪ ଭୋଟର ଏବଂ ୧୦୦ ବର୍ଷରୁ ଅଧିକ ୨,୧୬୧ ଭୋଟର ମତଦାନ କରିଛନ୍ତି ।

ଏହା ବି ପଢନ୍ତୁ- ରାତି ପାହିଲେ ଭୋଟ ଦେବ ମଧ୍ୟ ପ୍ରଦେଶ, 2,533 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସାଢେ 5 କୋଟି ଭୋଟର

ମଧ୍ୟପ୍ରଦେଶରେ ମତଦାନ: ଗୋଟିଏ ପର୍ଯ୍ୟାୟରେ ଆଜି ମଧ୍ୟପ୍ରଦେଶରେ ମତଦାନ ଶେଷ ହୋଇଛି । ୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ୫ କୋଟି ୬୧ ଲକ୍ଷ ମତଦାତା ଭୋଟ ଦେଇଛନ୍ତି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ଓ ଛୋଟ ଜିଲ୍ଲାରେ ଅଧିକ ଭୋଟିଂ ହୋଇଛି । ଶାଜାପୁର ୮୦% ମତଦାନ ରେକର୍ଡ ହୋଇଥିବା ବେଳେ ଆଦିବାସୀ ଅଞ୍ଚଳରେ ୭୦ ପ୍ରତିଶତ ଭୋଟିଂ ପାର କରିଛି । ସେହିପରି ମହିଳା ଓ ପୁରୁଷ ଭୋଟରଙ୍କ ଅନୁପାତ ୫୦-୫୦ ରହିଛି । ରାଜ୍ୟରେ ପୁରୁଷ ଓ ମହିଳା ଭୋଟିଂ ପ୍ରତିଶତ ଯଥାକ୍ରମେ ୭୧.୧୯ ଓ ୭୧.୧୪ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.