ETV Bharat / bharat

ବିଜୟ ପରେ ସରକାର ଗଠନ ଦାବି ପାଇଁ ରାଜ୍ୟପାଳଙ୍କୁ ଭେଟିବେ ମମତା

author img

By

Published : May 3, 2021, 5:17 PM IST

ବିଜୟ ପରେ ସରକାର ଗଠନ ଦାବି ନେଇ ଆଉ କିଛି ସମୟ ପରେ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଭେଟିବେ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ବିଜୟ ପରେ ସରକାର ଗଠନ ଦାବି ପାଇଁ ରାଜ୍ୟପାଳ ଧନକରଙ୍କୁ ଭେଟିବେ ମମତା

କୋଲକାତା: ବଙ୍ଗ ନିର୍ବାଚନରେ ବାଜି ମାରିଛି ତୃଣମୂଳ କଂଗ୍ରେସ । କ୍ରମାଗତ ତୃତୀୟ ଥର ପାଇଁ ହ୍ୟାଟ୍ରିକ ବିଜୟ ହାସଲ କରିଛି ଟିଏମସି । ପ୍ରଚଣ୍ଡ ବହୁମତ ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବରେ ସରକାର ଗଠନ କରିବ ଦଳ । ତେବେ ବିଜୟ ପରେ ସରକାର ଗଠନର ଦାବି ପାଇଁ ଆଉ କିଛି ସମୟ ପରେ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଭେଟିବେ ମମତା ବାନାର୍ଜୀ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ସଂଧ୍ୟା 7ଟାରେ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଭେଟି ସରକାର ଗଠନର ଦାବି ଜଣାଇବେ । ଏନେଇ ରାଜଭବନ ସୂତ୍ରରୁ ସୂଚନା ମିଳିଛି ।

ପଶ୍ଚିମବଙ୍ଗରେ ବିଜୟ ସତ୍ତ୍ବେ ନନ୍ଦିଗ୍ରାମ ଆସନରୁ ହାରିଯାଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ଏଭଳିସ୍ଥିତିରେ ସେ ମୁଖ୍ୟମନ୍ତ୍ରୀ ପଦରେ ଶପଥ କିଭଳି ନେବେ କି ଏବେ ଦାୟିତ୍ବ ତୁଲାଇବେ ସେନେଇ ସସପେନ୍ସ ଲାଗି ରହିଛି ।

ସେପଟେ ଶାନ୍ତି ବଜାୟ ରଖିବା ସହ ହିଂସା ନକରିବାକୁ ଦଳୀୟ କାର୍ଯ୍ୟକର୍ତ୍ତାହ୍କୁ ଅପିଲ କରିଛନ୍ତି ମମତା । ବିଜେପି ପୁରୁଣା ହିଂସାକାଣ୍ଡର ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ଦିଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.