ETV Bharat / bharat

Lumpy fear: ବାରମରରେ 15 ହରିଣଙ୍କ ମୃତ୍ୟୁ, ହାଇଆଲର୍ଟରେ ଝାଡଖଣ୍ଡର ପାଲାମୁ ଟାଇଗର ରିଜର୍ଭ

author img

By

Published : Sep 29, 2022, 9:51 AM IST

ଲମ୍ଫି ଭୂତାଣୁ ନେଇ ବଢୁଛି ଭୟ । ରାଜସ୍ଥାନରେ ଅମୃତା ଦେବୀ ଓ୍ବାଇଲ୍ଡ ଲାଇଫ ରିଜର୍ଭରେ 15 ହରିଣଙ୍କ ମୃତ୍ୟୁ (15 deers dead Lumpy Skin Disease Rajasthan)। ହାଇଆଲର୍ଟରେ ଝାଡଖଣ୍ଡର ପାଲାମୁ ଟାଇଗର ରିଜର୍ଭ । ପଶୁଙ୍କ ଗତିବିଧି ଉପରେ ରଖାଯାଇଛି ଲକ୍ଷ୍ୟ । ଅଧିକ ପଢନ୍ତୁ

Lumpy fear: ରାଜସ୍ଥାନରେ ବାରମରରେ 15 ହରିଣଙ୍କ ମୃତ୍ୟୁ, ହାଇଆଲର୍ଟରେ ଝାଡଖଣ୍ଡର ପାଲାମୁ ଟାଇଗର ରିଜର୍ଭ

ଜୟପୁର/ରାଞ୍ଚି: ବିଭିନ୍ନ ରାଜ୍ୟରେ ଗୋରୁଙ୍କ ଠାରୁ ଅନ୍ୟ ପଶୁଙ୍କୁ ବ୍ୟାପିବାରେ ଲାଗିଲାଣି ଲମ୍ଫି ଭୂତାଣୁ । ଏବେ ଗୋରୁଙ୍କ ଠାରୁ ଏହା ଜଙ୍ଗଲୀ ଜନ୍ତୁଙ୍କୁ ମଧ୍ୟ ଆକ୍ରାନ୍ତ କରିବା ପରି ସ୍ଥିତି ମଧ୍ୟ ଦେଖାଗଲାଣି । ରାଜସ୍ଥାନର ବାରମେର ଜିଲ୍ଲାର ଧୋରିମାନାରେ ଥିବା ଅମୃତା ଦେବୀ ବନ୍ୟଜନ୍ତୁ ରିଜର୍ଭରେ ଚିନ୍ତା ବଢିଛି । ସେଠାରେ ଏହି ରୋଗରେ ବର୍ତ୍ତମାନ ସୁଦ୍ଧା 15 ହରିଣଙ୍କର ମୃତ୍ୟୁ ଘଟିଛି (15 deers dead Lumpy Skin Disease Rajasthan)। ଅନ୍ୟ 15 ହରିଣ ମଧ୍ୟ ବର୍ତ୍ତମାନ ସଂକ୍ରମିତ ଥିବା ରିଜର୍ଭର କର୍ମଚାରୀ ସୂଚନା ଦେଇଛନ୍ତି । ହରିଣଙ୍କ ଠାରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇବା ପରେ ସେମାନଙ୍କୁ ଅନ୍ୟତ୍ର ସଙ୍ଗରୋଧରେ ରଖାଯାଇଛି । ପଶୁ ଡାକ୍ତରୀ ଟିମ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଓ ଗତିବିଧିରେ ହେଉଥିବା ପରିବର୍ତ୍ତନକୁ ନିରୀକ୍ଷଣ କରୁଛନ୍ତି ।

ସେହିପରି ଝାଡଖଣ୍ଡର ପାଲାମୁ ଟାଇଗର ରିଜର୍ଭ (No cow in forest Palamu Tiger Reserve)ରେ ମଧ୍ୟ ଏହି ସଂକ୍ରମଣକୁ ନେଇ ଚିନ୍ତା ବଢିଛି । ସେଠାରେ ଥିବା ବନ୍ୟଜନ୍ତୁଙ୍କ ସଂସ୍ପର୍ଶରେରେ ଗୋରୁଗାଈଙ୍କୁ ନଆସିବା ପାଇଁ ବ୍ୟବସ୍ଥା କରାଯାଇଛି । ପାଲାମୁ ଟାଇଗର ରିଜର୍ଭ ନିର୍ଦ୍ଦେଶକ କୁମାର ଆଶୁତୋଷ ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି, ‘‘ସ୍ଥାନୀୟ ଅଞ୍ଚଳରେ ଥିବା ଗୃହପାଳିତ ଗୋରୁ ଗାଈଙ୍କୁ ଜଙ୍ଗଲୀ ଜୀବଙ୍କ ସହ ସଂସ୍ପର୍ଶରେ ନଆଣିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଗାଈଗୋରୁଙ୍କ ନିକଟରେ ପ୍ରଥମେ ଏହି ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ଏହା ଏବେ ହରିଣଙ୍କୁ ସଂକ୍ରମିତ କରୁଥିବା ଦେଖିବାକୁ ମିଳିଲାଣି । ତେଣୁ ରିଜର୍ଭରେ ଥିବା ହରିଣଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ବନ ବିଭାଗର କର୍ମଚାରୀଙ୍କ ପାଇଁ ଏନେଇ SOP ଜାରି କରିଛନ୍ତି ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ।’’

ଟାଇଗର ରିଜର୍ଭରେ 250ରୁ ଅଧିକ ଜଳ ଉତ୍ସ ଅଛି, ଯାହା ହରିଣଙ୍କ ସମେତ ଅନ୍ୟ ବନ୍ୟଜନ୍ତୁଙ୍କ ମଧ୍ୟ ଦ୍ୱାରା ବ୍ୟବହୃତ ହୁଏ । ଏପରିକି ସ୍ଥାନୀୟ ଅଞ୍ଚଳରେ ଥିବା ଗାଈଗୋରୁମାନେ ମଧ୍ୟ ଏହି ଜଳଉତ୍ସକୁ ବ୍ୟବହାର କରିଥାନ୍ତି । ତେଣୁ ଏହି ଜଳକୁ ସଂକ୍ରମିତ ପଶୁ ବ୍ୟବହାର କରିବା ଫଳରେ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଇବା ନେଇ ବନ ବଭାଗ ଚିନ୍ତା ପ୍ରକଟ କରୁଛି । ରୋଗର ଲକ୍ଷଣ ଓ ଅନ୍ୟାନ୍ୟ ସୂଚନା ସମ୍ପର୍କରେ ବନ ବିଭାଗର କର୍ମଚାରୀଙ୍କୁ ସଚେତନ କରାଯାଇଛି । ସେମାନେ ଜୀବଜନ୍ତୁଙ୍କ ଠାରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ନିରୀକ୍ଷଣ କରୁଛନ୍ତି ।

ଲମ୍ପିଂ ଭାଇରସ କଣ (what is Lumpy Virus) ?

ବିଶେଷଜ୍ଞଙ୍କ ମତରେ ମଣିଷ ଯେପରି ବସନ୍ତ ରୋଗରେ ପୀଡିତ ହୋଇଥାଏ,ସେହିପରି ଗାଈ ଗୋରୁଙ୍କୁ ଲମ୍ପ ସ୍କିନ ବା ଚର୍ମ ଫୋଟକା ଦେଖା ଦେଇଥାଏ । ଏହା ମୁଖ୍ୟତଃ ଏକ ପଶୁ ଚର୍ମ ରୋଗ । ଜ୍ବର ଆସେ ଓ ଗୋଡ ଫୁଲି ଯାଇଥାଏ । କ୍ରମଶଃ ଦେହରେ ଫୋଟକା ହୋଇ ଗୋରୁଟିର ମୃତ୍ୟୁ ହୋଇଥାଏ । ଏହାର ନିରାକରଣ ଔଷଧ କିଛି ନଥିବା ବେଳେ ପ୍ରତିଷେଧକ ଭାବରେ ହାୟର ଆଣ୍ଟିବାୟୋଟିକ ପ୍ରୟୋଗ କରାଯାଇ ପଶୁର ଶରୀରରେ ହୋଇଥିବା କ୍ଷତକୁ ଶୁଖାଇବା ପାଇଁ ପ୍ରୟାସ କରାଯାଇଥାଏ । ଏବେ ଦେଶର ଅନେକ ରାଜ୍ୟରେ ପଶୁମାନେ ଲମ୍ପିଂ ସ୍କିନରେ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଛି । ଏଥିସହ ରୋଗ ଦ୍ଵାରା ଅନେକ ମଧ୍ୟ ପଶୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.