ETV Bharat / bharat

Ludhiana Blast ପରେ ପଞ୍ଜାବରେ ହାଇଆଲର୍ଟ: ସବିଶେଷ ରିପୋର୍ଟ ମାଗିଲା କେନ୍ଦ୍ର, ଉଦବେଗ ପ୍ରକାଶ କଲେ CJI - ବିସ୍ଫୋରଣ ଘଟଣାରେ ପଞ୍ଜାବକୁ ରିପୋର୍ଟ ମାଗିଲା କେନ୍ଦ୍ର

Ludhiana Blast ମାମଲାରେ ଆତଙ୍କୀ ଷଡଯନ୍ତ୍ର ସନ୍ଦେହ କଲା ପଞ୍ଜାବ ସରକାର । ରାଜ୍ୟରେ ହାଇ ଆଲର୍ଟ । ଆକ୍ରମଣ ଘଟଣାରେ ଉଦବେଗ ପ୍ରକାଶ କଲେ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା । ଆହତଙ୍କୁ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ ଚନ୍ନୀ । ପଞ୍ଜାବ ପୋଲିସକୁ ସବିଶେଷ ତଥ୍ୟ ମାଗିଲା କେନ୍ଦ୍ର । ଆବଶ୍ୟକ ପଡିଲେ ତଦନ୍ତଭାର ନେଇପାରେ ଏନଆଇଏ । ଅଧିକ ପଢନ୍ତୁ

Ludhiana Blast: ଆତଙ୍କୀ ହାମଲା ଆଶଙ୍କାରେ ହାଇ ଆଲର୍ଟ, ସବିଶେଷ ରିପୋର୍ଟ ମାଗିଲା କେନ୍ଦ୍ର

author img

By

Published : Dec 23, 2021, 8:19 PM IST

ଚଣ୍ଡିଗଡ : ଆଜି (ଗୁରୁବାର) ମଧ୍ୟାହ୍ନରେ ଲୁଧିଆନାର ଜିଲ୍ଲା କୋର୍ଟରେ ବିସ୍ଫୋରଣ ପରେ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି । ଆଜିର ବିସ୍ଫୋରଣରେ ଜଣେ ପ୍ରାଣ ହରାଇଥିବା ବେଳେ ମୃତ ବ୍ୟକ୍ତି ଜଣଙ୍କ ହିଁ ବୋମା ବିସ୍ଫୋରଣର ପ୍ରକୃତ ଷଡଯନ୍ତ୍ରକାରୀ ବୋଲି ପ୍ରାଥମିକ ଭାବେ ସନ୍ଦେହ କରୁଛି ପୋଲିସ । ସେହିପରି ଏହି ହାମଲା ପଛରେ ଆତଙ୍କୀ ଲିଙ୍କ ଥିବା ସନ୍ଦେହକୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା ।

ଆଜି କୋର୍ଟ ପରିସରରେ ଏପରି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି ଏନଭି ରମଣା । ନ୍ୟାୟିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ କୋର୍ଟରେ ପ୍ରମୁଖ ଭୂମିକା ଥିବାବେଳେ ସେଠାରେ ସୁରକ୍ଷା ନମିଳିବା ନେଇ CJI ଚିନ୍ତା ବ୍ୟକ୍ତ କରିଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ହସ୍ପିଟାଲରେ ଆହତଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆସରିଛି । ଖୁବ ଶୀଘ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନୀ ।

ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ଗଣମାଧ୍ୟମକୁ କହିଛନ୍ତି, ପଞ୍ଜାବ ଏକ ସୀମାବର୍ତ୍ତୀ ରାଜ୍ୟ ହୋଇଥିବାରୁ ପଞ୍ଜାବରେ ଅସ୍ଥିରତା ସୃଷ୍ଟି କରିବାକୁ ଷଡଯନ୍ତ୍ର ହୋଇଥାଇ ପାରେ । ବାହ୍ୟ ଆତଙ୍କବାଦୀ ଗୋଷ୍ଠୀ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହକୁ ମଧ୍ୟ ତଦନ୍ତ ପରିସରକୁ ଆଣିବା ପାଇଁ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ରାନ୍ଧାଓ୍ବା ।

କେନ୍ଦ୍ର ମଧ୍ୟ ଏହି ଘଟଣାରେ ତତ୍ପରତା ପ୍ରକାଶ କରିଛି । ଘଟଣା ସମ୍ପର୍କରେ ତଦନ୍ତ କରି ସବିଶେଷ ତଥ୍ୟ ଦେବାକୁ ପଞ୍ଜାବ ସରକାରଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାରେ ଆତଙ୍କୀ ଲିଙ୍କ ଥିବା ସନ୍ଦେହ ହେଉଥିବା ସାମାନ୍ୟ ସୂଚନା ବା ପ୍ରମାଣ ମିଳିଲେ ଜାତୀୟ ତଦନ୍ତକାରୀ ସଂସ୍ଥା NIAକୁ ଏହାର ତଦନ୍ତ ଭାର ଦିଆଯାଇପାରେ ।

Ludhiana Blast: ଆତଙ୍କୀ ହାମଲା ଆଶଙ୍କାରେ ହାଇ ଆଲର୍ଟ, ସବିଶେଷ ରିପୋର୍ଟ ମାଗିଲା କେନ୍ଦ୍ର

ତେବେ ବର୍ତ୍ତମାନ ସୁଦ୍ଧା ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇ ପଞ୍ଜାବ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନ ଅନୁଯାୟୀ ପ୍ରାଣ ହରାଇଥିବା ବ୍ୟକ୍ତିଜଣଙ୍କ ଆତ୍ମଘାତୀ ବିସ୍ଫୋରଣ କରିଥାଇ ପାରେ ବୋଲି ମଧ୍ୟ ସନ୍ଦେହ କରୁଛି ପୋଲିସ ।

ଲୁଧିଆନା ପୋଲିସ କମିଶନର ଗୁରୁପ୍ରୀତ ଭୁଲାର କହିଛନ୍ତି ଯେ କୋର୍ଟ ଭବନର ଦ୍ବିତୀୟ ମହଲାରେ ଥିବା ଶୌଚାଳୟ ନିକଟରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଏକାଧିକ ବ୍ୟକ୍ତି ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି । ଏହା ପ୍ରାଥମିକ ଭାବେ ଏକ ମାନବ ବୋମା ବିସ୍ଫୋରଣ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.