ନୂଆଦିଲ୍ଲୀ: ମହଙ୍ଗା ମାଡକୁ ନେଇ ଜନସାଧାରଣ ଚିନ୍ତାରେ ଥିବାବେଳେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଅହେତୁକ ଦର ବୃଦ୍ଧି ମୁଣ୍ଡବ୍ୟଥାର କାରଣ ସାଜିଥିବାବେଳେ ଏବେ ପୁଣି ଗ୍ୟାସ ଦାମ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି ସରକାର(Commercial LPG price rise) ।
ଆଜି(ବୁଧବାର) ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ସିଲିଣ୍ଡର ପିଛା ୧୦୦ ଟଙ୍କା ବୃଦ୍ଧି ପାଇଛି । ଗତ ମାସରେ ଗ୍ୟାସ ଦର ୨୬୬ ଟଙ୍କା ବଢ଼ିଥିବାବେଳେ ଚଳିତ ବର୍ଷ ଆରମ୍ଭରୁ ପୁଣି ୧୦୦ ଟଙ୍କା ବଢିଛି । ମାତ୍ର କମ୍ପାନୀଗୁଡ଼ିକ ବ୍ୟବସାୟିକ ବା କମ୍ର୍ସିଆଲ ଗ୍ୟାସର ଦାମ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି । ଏହାର କୌଣସି ପ୍ରଭାବ ରନ୍ଧନ ଗ୍ୟାସ ଉପରେ ପଡିବ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ