ETV Bharat / bharat

ଆସନ୍ତା ସପ୍ତାହରେ ପୁଣି ବଢିପାରେ LPG ଦର, ଚାରି ମାସରେ ବଢିଲାଣି ୯୦ ଟଙ୍କା

ଦେଶର ତାଳ ଦେଇ ବଢ଼ି ଚାଲିଛି ତେଲ ସହ ସିଲିଣ୍ଡର ଦାମ । ପେଟ୍ରୋଲ-ଡିଜେଲ, ପନିପରିବା ଦର ଦାମ ବୃଦ୍ଧି ମଧ୍ୟରେ ଏହି ମାସରେ ଲଗାତାର ଦ୍ବିତୀୟ ଥର ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି । ଆସନ୍ତା ସପ୍ତାହରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ପୁଣି ବଢିପାରେ LPG ଗ୍ୟାସ ମୂଲ୍ୟ, ଚାରି ମାସରେ ବଢିଲାଣି ୯୦ ଟଙ୍କା

author img

By

Published : Oct 28, 2021, 1:32 PM IST

ନୂଆଦିଲ୍ଲୀ: ଦେଶର ତାଳ ଦେଇ ବଢ଼ି ଚାଲିଛି ତେଲ ସହ ସିଲିଣ୍ଡର ଦାମ । ପୁଣି ଖାଉଟିଙ୍କ ଉପରେ ପଡିଛି ମହଙ୍ଗା ମାଡ। ପେଟ୍ରୋଲ-ଡିଜେଲ, ପନିପରିବା ଦର ଦାମ ବୃଦ୍ଧି ମଧ୍ୟରେ ଏହି ମାସରେ ଲଗାତାର ଦ୍ବିତୀୟ ଥର ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି । ଆସନ୍ତା ସପ୍ତାହରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସୂତ୍ରରୁ ପ୍ରକାଶ ଯେ ଏଲପିଜି କ୍ଷେତ୍ରରେ, କମ୍ପାନୀ ପ୍ରତି ସିଲିଣ୍ଡର ପିଛା ପ୍ରାୟ 100 ଟଙ୍କାର କ୍ଷତି ସହୁଛି । ଏହି କାରଣରୁ ଏହାର ମୂଲ୍ୟ ବୃଦ୍ଧି ହୋଇପାରେ । ତେବେ ଏଲପିଜି ସିଲିଣ୍ଡରର ମୂଲ୍ୟ କେତେ ବୃଦ୍ଧି ପାଇବ, ତାହା ସରକାରଙ୍କ ଅନୁମତି ଉପରେ ନିର୍ଭର କରିବ।

ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ ଅକ୍ଟୋବର 6ରେ ଏଲପିଜି ସିଲିଣ୍ଡରର ମୂଲ୍ୟ 15 ଟଙ୍କା ବୃଦ୍ଧି କରାଯାଇଥିଲା। ଚଳିତ ବର୍ଷ ଜୁଲାଇରୁ ଏବେ ମଧ୍ୟରେ 14.2 କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ 90 ଟଙ୍କା ବୃଦ୍ଧି ପାଇସାରିଲାଣି ।

ସାଉଦି ଆରବରେ ଏଲପିଜି ହାର ଏହି ମାସରେ 60 ପ୍ରତିଶତକୁ ବୃଦ୍ଧି ପାଇ ପ୍ରତି ଟନ 800 ଡଲାରରେ ପହଞ୍ଚିଛି। ଅନ୍ୟ ଏକ ଉତ୍ସରୁ ଜଣାପଡ଼ିଛି ଯେ, ‘ଏଲପିଜି ବର୍ତ୍ତମାନ ଏକ ନିୟନ୍ତ୍ରିତ ଦ୍ରବ୍ୟ ଅଟେ। ଏଭଳି ପରିସ୍ଥିତିରେ ସରକାର ଏହାର ମୂଲ୍ୟ ନିୟନ୍ତ୍ରଣ କରିପାରିବେ। କିନ୍ତୁ ଏପରି କରିବା ଦ୍ବାରା ପେଟ୍ରୋଲିୟମ କମ୍ପାନୀଗୁଡ଼ିକୁ କ୍ଷତି ସହିବାକୁ ପଡ଼ିପାରେ । ବର୍ତ୍ତମାନ ଦିଲ୍ଲୀ ଏବଂ ମୁମ୍ବାଇରେ ଏଲପିଜି ସିଲିଣ୍ଡରର ମୂଲ୍ୟ 899.50 ଟଙ୍କା ରହିଛି। କୋଲକାତାରେ ଏହା 926 ଟଙ୍କା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.