ETV Bharat / bharat

Weather Update: ଜାଡ ମାଡରେ କଲବଲ ରାଜଧାନୀ, ରେକର୍ଡ ଭାଙ୍ଗୁଛି ତାପମାତ୍ରା - ଦିଲ୍ଲୀବାସୀଙ୍କୁ ଅଣାୟତ କଲାଣି ଅସହ୍ୟ ଜାଡ

ଦିଲ୍ଲୀବାସୀଙ୍କୁ କଲବଲ କଲାଣି ଅସହ୍ୟ ଜାଡ । ସଫଦରଜଙ୍ଗ ଅବଜରଭେଟୋରୀରେ ସର୍ବନିମ୍ନ ତାପମାତ୍ରା 1.4 ଡିଗ୍ରୀ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

cold wave in delhi
cold wave in delhi
author img

By

Published : Jan 16, 2023, 1:23 PM IST

ନୂଆଦିଲ୍ଲୀ: ଖସୁଛି ପାରଦ, ବଢୁଛି ଶୀତ । ରାଜଧାନୀ ଦିଲ୍ଲୀରେ ହାଡଭଙ୍ଗା ଶୀତ । ପ୍ରବଳ ଥଣ୍ଡା ଯୋଗୁଁ ଦିଲ୍ଲୀରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି ଅସହ୍ୟ ଜାଡ । ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି ଦିଲ୍ଲୀବାସୀ । ଆଜି ରାଜଧାନୀ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ର 1.4 ଡିଗ୍ରୀ ରେକର୍ଡ କରାଯାଇଛି । ଫଳରେ ଅସମ୍ଭାଳ ଜାଡ ଯୋଗୁଁ ଲୋକେ ସୂର୍ଯ୍ୟ କିରଣ ପଡିବା ପରେ ଘରୁ ବାହାରୁଥିବା ଦେଖିବାକୁ ମିଳିଛି ।

ସଫଦରଜଙ୍ଗ ଅବଜରଭେଟୋରୀରେ 1.4 ଡିଗ୍ରୀ ରେକର୍ଡ କରିଥିବାବେଳେ ପାଲାମ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା 5.3 ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି । ତେବେ ଆସନ୍ତା ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ସାଙ୍ଗକୁ ଉତ୍ତର-ପଶ୍ଚିମ ଭାରତରେ ଶୀତ ଜାରି ରହିବା ନେଇ ଆଇଏମଡି ଆକଳନ କରିଛି ।

ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ବିହାର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା 7-10 ଡିଗ୍ରୀ ମଧ୍ୟରେ ରହିଛି । ସେହିପରି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର କେତେକ ସ୍ଥାନରେ 3-7 ଡିଗ୍ରୀ ତାପମାତ୍ରା ରହିଛି ରାଜସ୍ଥାନର ଅନେକ ଅଞ୍ଚଳରେ ସର୍ବନିମ୍ନ ସର୍ବନିମ୍ନ ତାପମାତ୍ରା -0.7 ଡିଗ୍ରୀ ରେକର୍ଡ କରାଯାଇଥିଲା ଆଇଏମଡି କହିଛି ।

''ଆଗାମୀ ପାଞ୍ଚ ଦିନ ମଧ୍ୟରେ ବିହାରରେ ରାତି ଓ ସକାଳ ସମୟରେ ଘନ କୁହୁଡିର ସମ୍ଭାବନା ରହିଛି । ସେହିପରି ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ୨ଦିନ ଧରି କୁହୁଡି ସମ୍ଭାବନା ରହିଛି । ପଶ୍ଚିମବଙ୍ଗ, ଓଡ଼ିଶା, ମଧ୍ୟପ୍ରଦେଶ, ଆସାମ, ମେଘାଳୟ ଏବଂ ତ୍ରିପୁରାରେ ଆଗାମି ୨ଦିନ ଧରି ଘନ କୁହୁଡିର ପ୍ରଭାବ ରହିବ । ''

ଆଇଏମଡି ତରଫରୁ ଆହୁରି ମଧ୍ୟ କୁହାଯାଉଛି ଯେ, ''ଆସନ୍ତା ପାଞ୍ଚ ଦିନ ମଧ୍ୟରେ ପଞ୍ଜାବ ଏବଂ ହରିୟାଣା, ଚଣ୍ଡିଗଡ଼ରେ ଶୀତର ମାତ୍ରା ବଢିବ । ଆସନ୍ତା 2-3 ଦିନ ମଧ୍ୟରେ ଉତ୍ତରାଖଣ୍ଡ ଏବଂ ରାଜସ୍ଥାନ । ଜାନୁଆରୀ 16 ରୁ18 ମଧ୍ୟରେ ଉତ୍ତରପ୍ରଦେଶରେ ହାଡଭଙ୍ଗା ଶୀତ ହେବା ନେଇ ଆଇଏମଡି କହିଛି ।''ତେବେ ଘନ କୁହୁଡି ଯୋଗୁଁ ଆଜି ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି । ଉତ୍ତର ଭାରତରେ ୧୩ ଟି ଟ୍ରେନ ବିଳମ୍ବରେ ଚଳାଚଳ କରୁଥିବା ନେ୍ଇ ଭାରତୀୟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.