ETV Bharat / bharat

ଆସୁଛି ଲଘୁଚାପ ! 24 ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା - ପାଣିପାଗ ଖବର

ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ ଆଣ୍ଡାମାନ ମଧ୍ୟରେ ଲଘୁଚାପ ସୃଷ୍ଟିହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି । ପ୍ରଭାବରେ କେତେକ ସ୍ଥାନରେ ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ...

ଆସୁଛି ଲଘୁଚାପ! 24 ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

author img

By

Published : Mar 30, 2021, 8:42 PM IST

Updated : Mar 30, 2021, 8:56 PM IST

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏବଂ ସମୁଦ୍ର ପତ୍ତନଠାରୁ 4.5 କିଲୋମିଟର ପର୍ଯ୍ୟନ୍ତ ଏକ ସାଇକ୍ଲୋନିକ୍ ସର୍କୁଲେସନ୍ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଉତ୍ତର ଆଣ୍ଡାମାନ ସମୁଦ୍ର ଏବଂ ଆଖପାଖ ଅଞ୍ଚଳରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି ।

ଏହାର ପ୍ରଭାବନେ ଆସନ୍ତାକାଲି(ବୁଧବାର) ଦକ୍ଷିଣ ଆସାମ, ମେଘାଳୟ, ତ୍ରିପୁରା ଏବଂ ମିଜୋରାମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଏପ୍ରିଲ 1 ରେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁକରିଛି ଆଇଏମଡି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 30, 2021, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.