ETV Bharat / bharat

27ରେ ବଙ୍ଗୋପସାଗରରେ ଲଘୁଚାପ !

author img

By

Published : Jan 25, 2023, 6:46 PM IST

ଓଡିଶା ଉପକୂଳରେ ସୃଷ୍ଟି ହୋଇପାରେ ଲଘୁଚାପ । 27 ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାକଳନ । ଅଧିକ ପଢନ୍ତୁ

27 ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ IMDର ପୂର୍ବାକଳନ

ହାଇଦ୍ରାବାଦ: ରାଜ୍ୟରେ ଏବେ ଶୀତର ମାତ୍ରା କମିବାରେ ଲାଗିଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ଓଡିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନର ପାଣିପାଗ ପରିବର୍ତ୍ତନକୁ ଦେଖି 27 ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପ୍ରାଥମିକ ଭାବେ ପୂର୍ବାକଳନ କରିଛି । ଏହାର ଗତିପଥ ଓ ପ୍ରଭାବକ୍ଷେତ୍ର ସମ୍ପର୍କରେ କୌଣସି ସ୍ପଷ୍ଟତା ଆସିନଥିବା ବେଳେ କ୍ରମଶଃ ଚିତ୍ର ସ୍ପଷ୍ଟ ହେବ । ସେହିପରି ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ସହ ପାଗ ଶୁଖିଲା ରହିବ ।

ନୂଆଦିଲ୍ଲୀ ସ୍ଥିତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନିୟମିତ ବୁଲେଟିନରେ ମିଳିଥିବା ସୂଚନା ଅନୁସାରେ, “ଭାରତ ମହାସାଗରର ପୂର୍ବ ବିଷୁବମଣ୍ଡଳ କ୍ଷେତ୍ର ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ନିମ୍ନ ଟ୍ରପୋସଫେରିକ୍ ସ୍ତରରେ ଏକ ଘୁର୍ଣ୍ଣିବଳୟ କ୍ଷେତ୍ର (cyclonic circulation) ସୃଷ୍ଟି ହୋଇପାରେ । ଯାହାର ପରବର୍ତ୍ତୀ ପ୍ରଭାବରେ, ଚଳିତ ମାସ (ଜାନୁଆରୀ 27)ରେ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଉପକୂଳ ସଲଗ୍ନ କ୍ଷେତ୍ର ଓ ଭାରତ ମହାସାଗରର ପୂର୍ବ ବିଷୁବମଣ୍ଡଳୀୟ କ୍ଷେତ୍ରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସର୍ବାଧିକ ସମ୍ଭାବନା ରହିଛି ।’’

ଏହା କ୍ରମଶଃ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପରବର୍ତ୍ତୀ 3 ଦିନ ମଧ୍ୟରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରକୃତ ଗତିପଥ ଓ ପ୍ରଭାବ କ୍ଷେତ୍ର ଧିରେ ଧିରେ ସ୍ପଷ୍ଟ ହେବା ନେଇ ମଧ୍ୟ ଅନୁମାନ କାରଯାଉଛି । ପ୍ରାଥମିକ ପୂର୍ବାକଳନ ଅନୁସାରେ ଏହି ଲଘୁଚାପର ପ୍ରଭାବ ଆନ୍ଧ୍ର ପ୍ରଦେଶ ଓ ଓଡିଶା ଉପକୂଳରେ ଅନୁଭୂତ ହୋଇପାରେ । ଏହାର ଗତିପଥର ସଠିକ ନିର୍ଦ୍ଧାରଣ ପରେ ଏହା ପଶ୍ଚିମବଙ୍ଗ ଉପକୂଳକୁ ପ୍ରଭାବିତ କରିବ କି ନାହିଁ ତାହା ଜଣାପଡିବ ।

ତେବେ ରାଜ୍ୟରେ ଜାରି ରହିଥିବା ପାଣିପାଗ ସ୍ଥିତି ନେଇ ଆଇଏମଡି କହିଛି, ଆସନ୍ତାକାଲି (ଗୁରୁବାର) ପର୍ଯ୍ୟନ୍ତ କେତେକ ଉପକୂଳବର୍ତ୍ତୀ ଓ ଉତ୍ତର ଓଡିଶାର ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖାଯିବ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପୁର, ଖୋର୍ଦ୍ଧା, ପୁରୀ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ସ୍ଥାନରେ ସକାଳ ପ୍ରାୟ 8 ରୁ 9ଟା ପର୍ଯ୍ୟନ୍ତ କୁହୁଡିର ପ୍ରଭାବ ରହିବ । ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ସେହିପରି ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନ ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଗତ 24ଘଣ୍ଟା ମଧ୍ୟରେ କନ୍ଧମାଳର ଜି-ଉଦୟଗିରିରେ 7.2 ଡିଗ୍ରୀ ସହ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.