ହାଇଦ୍ରାବାଦ: ପ୍ରେମ ନିବେଦନ ପ୍ରତ୍ୟାକ୍ଷାନ କରିବାରୁ ଛାତ୍ରୀଙ୍କୁ ଆକ୍ରମଣ କଲେ ଯୁବକ । ନିୟମିତ ଭାବେ ହଇରାଣ କରୁଥିବା ଯୁବକଙ୍କୁ ଅଣଦେଖା କରିବା ସହ ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାକ୍ଷାନ କରିବାରୁ ଆକ୍ରମଣର ଶିକାର ହୋଇଛନ୍ତି ଛାତ୍ରୀ । ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ।
ପୋଲିସର କହିବା ଅନୁଯାୟୀ, ହାଇଦ୍ରାବାଦର କାକତିୟ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ରୀ MCA ପଢିବା ସହ ବିଭିନ୍ନ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନିୟମିତ ତାଙ୍କୁ ହଇରାଣ କରିବା ସହ ପ୍ରେମ ନିବେଦନ କରୁଥିଲେ । ମାତ୍ର ଛାତ୍ରୀ ଜଣକ ଯୁବକଙ୍କୁ ପ୍ରେମକୁ ପ୍ରତ୍ୟାକ୍ଷାନ କରି ଦେଇଥିଲେ ।
ଏଥିରେ ରାଗିଯାଇ, ଛାତ୍ରୀଙ୍କ ଘରକୁ ଯାଇ ଏକ ଧାରୁଆ ଅସ୍ତ୍ରରେ ବେକକୁ ଆକ୍ରମଣ କରିଛନ୍ତି ଯୁବକ । ଛାତ୍ରୀ ଜଣକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମାମଲାକୁ ପ୍ରବଳ ନିନ୍ଦା କରିଛନ୍ତି ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ