ETV Bharat / bharat

Strange Friendship: ପ୍ରତିଦିନ ଅଙ୍କିତାକୁ ଭେଟ କରେ ମିଠୁ, ସ୍କୁଲକୁ ନ ଆସିଲେ ଘରେ ପହଞ୍ଚେ

author img

By

Published : Mar 14, 2023, 10:41 PM IST

ଚର୍ଚ୍ଚାରେ କୁନିଝିଅ ଅଙ୍କିତା ଓ ବଣି ପକ୍ଷୀର ବନ୍ଧୁତା । ଅଙ୍କିତାକୁ ଭେଟିବା ଲାଗି ମିଠୁ ପ୍ରତିଦିନ ସ୍କୁଲରେ ପହଞ୍ଚୁଥିବା ବେଳେ ତା' ହାତରୁ ଖାଦ୍ୟ ଗ୍ରହଣ କରେ । ପଶ୍ଚିମବଙ୍ଗ କଙ୍କସାଠାରେ ଏପରି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Strange Friendship
Strange Friendship

କୋଲକାତା: ଚର୍ଚ୍ଚାରେ ଅଙ୍କିତା ଓ ମିଠୁର ନିବିଡ଼ ବନ୍ଧୁତା । କୁନି ଝିଅ ଅଙ୍କିତାର ପ୍ରେମରେ ପଡ଼ିଛି ବଣି । ଆଉ ନୀତି ସକାଳେ ହେଲା ମାତ୍ରେ ଅଙ୍କିତାକୁ ନ ଦେଖିଲେ ଯେପରି ମିଠୁର ଦିନ କଟେ ନାହିଁ । ଅଙ୍କିତା କ୍ଲାସରୁମ ହେଉ କି ପଡ଼ିଆରେ ଯେଉଁଠି ବି ଥାଉ ମିଠୁ ଆସି ତା' ନିକଟରେ ପହଞ୍ଚେ । ଅଙ୍କିତାକୁ ଦେଖିବା ପରେ ଯେମିତି ମିଠୁର ଦିନ ଆରମ୍ଭ ହୁଏ । କୁନିଝିଅ ମଧ୍ୟ ସମାନ ଭାବରେ ମିଠୁକୁ ପ୍ରେମ କରେ । ଉଭୟଙ୍କ ଏହି ନିବିଡ଼ ବନ୍ଧୁତା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ମଣିଷ ଓ ପକ୍ଷୀ ମଧ୍ୟରେ ଏହି ନିବିଡ଼ ସମ୍ପର୍କକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟ ସମ୍ମାନ ଜଣାନ୍ତି । ପଶ୍ଚିମବଙ୍ଗ କଙ୍କସାଠାରେ ଦେଖିବାକୁ ମିଳିଛି ଏହି ନିଆରା ଦୃଶ୍ୟ ।

କଙ୍କସା ଶିବପୁର ପ୍ରାଥମିକ ବିଦ୍ୟାଳୟରେ ପଢେ କୁନିଝିଅ ଅଙ୍କିତା ବାଗଦି । ପ୍ରତିଦିନ ଅଙ୍କିତାକୁ ଭେଟିବା ଲାଗି ସ୍କୁଲରେ ହାଜର ହୋଇଯାଏ ମିଠୁ । ତେବେ ଅଙ୍କିତା ପ୍ରାର୍ଥନା ସଭା, କ୍ଲାସରୁମ, ସାଙ୍ଗମାନଙ୍କ ଗହଣରେ ହେଉ ନା କାହିଁକି ମିଠୁ ତାକୁ ଖୋଜିନିଏ । ଆଉ ଅଙ୍କିତା ମୁଣ୍ଡ ଉପରେ ବସିଯାଏ । ଅଙ୍କିତା ମିଠୁକୁ କିଛି ନା କିଛି ଖାଇବାକୁ ମଧ୍ୟ ଦିଏ । ଏ ନେଇ ବିଦ୍ୟାଳୟର ଜଣେ ଶିକ୍ଷକ ରାମଦାସ ସୋରେନ କହିଛନ୍ତି, " ଉଭୟଙ୍କ ମଧ୍ୟରେ ଏକ ପ୍ରକାର ନିବିଡ଼ ବନ୍ଧୁତା ରହିଛି । ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ମିଠୁ ପ୍ରେମରେ ପଡ଼ିଛନ୍ତି । ମିଠୁ ଅଙ୍କିତାଙ୍କ ବନ୍ଧୁମାନଙ୍କ ସହିତ ଖେଳୁଥିବା ମଧ୍ୟ ଦେଖିବାକୁ ମିଳେ ।"

ଏହା ବି ପଢନ୍ତୁ- କୋର୍ଟଙ୍କ ଚର୍ଚ୍ଚିତ ରାୟ: ଦୁଇ ପତ୍ନୀଙ୍କ ସହ 3ଦିନ ଲେଖାଏଁ ରହିବେ ସ୍ବାମୀ, ଅବଶିଷ୍ଟ ଗୋଟିଏ ଦିନ ଇଚ୍ଛା ଅନୁସାରେ

ତେବେ ଯେତେବେଳେ ଅଙ୍କିତା ବିଦ୍ୟାଳୟକୁ ଆସିନଥାଏ, ମିଠୁ ମଧ୍ୟ ଆସେ ନାହିଁ । ଯେବେ ଅଙ୍କିତା ବିଦ୍ୟାଳୟକୁ ଆସେ ନାହିଁ, ସେତେବେଳେ ମିଠୁ ତା ଘରେ ପହଞ୍ଚିଥାଏ । ଅଙ୍କିତା ମିଠୁ ସମ୍ପର୍କରେ ଇଟିଭି ଭାରତ ସହିତ ମଧ୍ୟ ଆଲୋଚନା କରିଛନ୍ତି । ସେ କହିଛନ୍ତି, " ଯେତେବେଳେ ସ୍କୁଲ ଶେଷ ହୁଏ, ମିଠୁ ତା' ଘରକୁ ଫେରିଯାଏ । ମିଠୁ ସବୁବେଳେ ସଠିକ ସମୟରେ ବିଦ୍ୟାଳୟରେ ପହଞ୍ଚିଯାଏ । ଯେବେ ମିଠୁ ବିଳମ୍ବରେ ଆସେ ସେତେବେଳେ ମୋ ମନ ଦୁଃଖ ହୋଇଯାଏ । ବିଳମ୍ବରେ ହେଲେ ବି ମିଠୁ ସବୁବେଳେ ମୋତେ ଭେଟିବା ଲାଗି ଆସିଥାଏ ।"

ଏ ନେଇ ଜଣେ ଅଭିଭାବକ କହିଛନ୍ତି ଯେ ସେ ପ୍ରତିଦିନ ସ୍କୁଲରେ ମିଠୁକୁ ଦେଖିଥାନ୍ତି । ବିଦ୍ୟାଳୟରେ ଅନେକ ଲୋକ ଥିଲେ ମଧ୍ୟ ମିଠୁକୁ କୌଣସି ଫରକ ପଡିନଥାଏ । ସେ ଅଙ୍କିତା ଓ ଶିକ୍ଷକମାନଙ୍କ ହାତରୁ ଖାଦ୍ୟ ଗ୍ରହଣ କରିଥାଏ । ହେଲେ କୌଣସି ଅଭିଭାବକ ବା କର୍ମଚାରୀଙ୍କ ନିକଟକୁ ଆସିନଥାଏ । ମିଠୁ ଛୋଟ ପିଲାମାନଙ୍କ ସହିତ ରହିବାକୁ ବେଶୀ ପସନ୍ଦ କରିଥାଏ । ଅଙ୍କିତା ଓ ମିଠୁର ବନ୍ଧୁତା ଦେଖିଲେ ଫିଲ୍ମ The Jungle Book ମନେ ପଡେ । ଏହି ଫିଲ୍ମରେ ଅନାଥ ଶିଶୁ ମୋଗଲି ପକ୍ଷୀ, ପଶୁ, ସରୀସୃପଙ୍କ ସହ ବନ୍ଧୁତା ସ୍ଥାପନ କରିଥିବା ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.