ETV Bharat / bharat

ଆଖି ପାଇଁ କଜଳ କେତେ ଜରୁରୀ ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ଆଖିରେ କଜଳ ଲଗାଇବାକୁ ପସନ୍ଦ କରନ୍ତି ମହିଳା । କିନ୍ତୁ ଏହା ଲଗାଇବା ଦ୍ବାରା ଦେଖା ଦେଇଥାଏ ଆଖି ସମସ୍ୟା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 3, 2023, 12:47 PM IST

Kajal is Harmful For Eyes
Kajal is Harmful For Eyes

ଲକ୍ଷ୍ନୌ: ସୁନ୍ଦର ଦେଖାଯିବା ପାଇଁ ମହିଳାମାନେ ବିଭିନ୍ନ ପ୍ରକାରର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ଯାହା ମହିଳାଙ୍କ ତ୍ୱଚାକୁ ଗ୍ଲୋ କରାଇବା ସହ ସୁନ୍ଦର ଦିଶିବାରେ ସାହାଯ୍ୟ କରିଥାଏ । ହେଲେ ଆଖିରେ କଜଳ ଲଗାଇଲେ ସୁନ୍ଦରତା ଆହୁରି ଦ୍ବିଗୁଣିତ ହୋଇଯାଏ ।ତେଣୁ ମହିଳାଙ୍କର ସବୁଠୁ ପ୍ରିୟ ହେଉଛି କଜଳ । ଆଖି ସୁନ୍ଦର ଦେଖାଯିବା ପାଇଁ କଜଳ ଲଗାଇବାକୁ ସବୁ ମହିଳା ପସନ୍ଦ କରିଥାନ୍ତି । ସେହିପରି ବିଶ୍ବାସ ରହିଛି ଯେ କଜଳ ଲଗାଇବା ଦ୍ବାରା ଆଖି ସୁନ୍ଦର ଦେଖାଯାଏ । ହେଲେ ଏହାକୁ ନେଇ ଭିନ୍ନ ମତ ପ୍ରକାଶ କରିଛନ୍ତି ଚକ୍ଷୁ ବିଶେଷଜ୍ଞ ।

ଉତ୍ତରପ୍ରଦେଶ ବଲରାମପୁର ହସ୍ପିଟାଲର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡ. ସଞ୍ଜୀବ ଗୁପ୍ତା କହିଛନ୍ତି ଯେ, ଏହା କେବଳ ଏକ ଭୁଲ ଧାରଣା। ଅବଶ୍ୟ କଜଳ ଲଗାଇବା ଦ୍ବାରା ମୁହଁ ସୁନ୍ଦର ଦେଖାଯାଏ । କିନ୍ତୁ ଆଖି ବଡ଼ ଏବଂ ସୁସ୍ଥ ରହିବା ନେଇ ଥିବା ବିଶ୍ୱାସ ବୈଜ୍ଞାନିକ ଦୃଷ୍ଟିକୋଣରୁ ଆଦୌ ଯଥାର୍ଥ ନୁହେଁ । ଅନେକ ଥର ଆପଣ ହୁଏତ ଧ୍ୟାନ ଦେଇଥିବେ ଯେ କଜଳ ଲଗାଇବା ଦ୍ବାର ବେଳେବେଳେ ଆପଣଙ୍କ ଆଖି ପୋଡିବା କିମ୍ବା ଆଖି ବହୁତ ଶୁଖିଲା ଲାଗେ । ଆଉ ଏହି ଆଖି ସମସ୍ୟା ସଂକ୍ରମଣର କାରଣ ହୋଇପାରେ । ଆମର ତଳ ଆଖିରେ ପ୍ରାୟ 30-35 ଗ୍ରନ୍ଥି ଅଛି ଯାହା ଆଖିରେ ଲୁହ ରଖିବା ପାଇଁ ତେଲ ଉତ୍ପାଦନ କରିଥାଏ । ଆଖିର ହାଇଡ୍ରେସନ୍ ପାଇଁ ଲୁହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଗୁଡିକ ପରିବେଶର ଅନେକ କ୍ଷତିକୁ ରୋକିବାରେ ସାହାଯ୍ୟ କରେ ଏବଂ ଆଖି ଉପରେ ଏକ ପ୍ରତିରକ୍ଷା ସ୍ତର ସୃଷ୍ଟି କରେ, ଯାହାଦ୍ୱାରା ଆଖିକୁ ରକ୍ଷା କରେ । କିନ୍ତୁ କଜଳ ଲଗାଇବା ଦ୍ବାରା ତେଲ ଗ୍ରନ୍ଥି ଗୁଡ଼ିକୁ ଅବରୋଧ କରିଥାଏ ଯାହାଦ୍ବାରା ଅନେକ ଆଖି ସମସ୍ୟା ସୃଷ୍ଟି ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ-Watery Eyes: ବିନା କାରଣରେ ଆଖିରେ ଲୁହ ଆସୁଛି କି, ଆପଣାନ୍ତୁ ଏହି ଘରୋଇ ଉପଚାର

ଡ. ସଞ୍ଜୀବ ଆହୁରି ମଧ୍ୟ କହିଛନ୍ତି ଯେ ବହୁ ସଂଖ୍ୟକ ମହିଳା କଜଳ ଏବଂ ମେକଅପ ବ୍ୟବହାର କରନ୍ତି । ଆଖିପତାରୁ ଆରମ୍ଭ କରି ଆଖି ଭିତର ଧଳା ସ୍ତର ପର୍ଯ୍ୟନ୍ତ ଅତ୍ୟନ୍ତ ସୂକ୍ଷ୍ମ । ଯେତେବେଳେ ଧୂଳି କଣିକା ଆଖିରେ ପ୍ରବେଶ କରେ ସେତେବେଳେ ଆଖି ପୋଡିବାସହ କୁଣ୍ଡେଇ ହୋଇ ନାଲି ପଡିଯାଇଥାଏ । ତେବେ ଭାବନ୍ତୁ ଯେ ଆଖିରେ ଦୈନନ୍ଦିନ କଜଳ ବ୍ୟବହାର ଦ୍ୱାରା କେତେ କ୍ଷତି ଘଟିବ । କଜଳ ଏବଂ ଆଖି ମେକଅପ୍ ଲଗାଇବା ପରେ ଆଖିରେ ଭାରି ଅନୁଭବ ହୁଏ । ଲୋକମାନେ କଜଳବିଷୟରେ ସର୍ବଦା ଭୁଲ ଧାରଣା ରଖିଛନ୍ତି ।କଜଳ ପ୍ରୟୋଗ କରିବା ଦ୍ୱାରା ସୌନ୍ଦର୍ଯ୍ୟରେ ବୃଦ୍ଧି ହୋଇପାରେ, କିନ୍ତୁ ଆଖିର ଆକାରରେ ପରିବର୍ତ୍ତନ ବିଷୟରେ କହିବା ସମ୍ପୂର୍ଣ୍ଣ ଭୁଲ୍ । କଜଳର ଦୈନନିକ ବ୍ୟବହାର ମଧ୍ୟ ଦୃଷ୍ଟି ଶକ୍ତି ଉପରେ ପ୍ରଭାବ ପକାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.