ETV Bharat / bharat

କୋରୋନା ସଂକ୍ରମିତ ଶିଶୁଙ୍କ ଫୁସଫୁସରେ ୨ ମାସ ରୁହେ ସଂକ୍ରମଣ - କୋରୋନା ସଂକ୍ରମିତ ଶିଶୁଙ୍କ ଲକ୍ଷଣ

ସାର୍ସ-କୋଭ୍‌-୨(SARS-CoV-2)ଦ୍ବାରା ଆକ୍ରାନ୍ତ ପିଲାଙ୍କ ଫୁସ୍‌ଫୁସ୍‌ ଅନ୍ୟୂନ ୨ ମାସ ପର୍ଯ୍ୟନ୍ତ ରୁହେ ସଂକ୍ରମଣ । ଏନେଇ ଆଜି(ଗୁରୁବାର) ଦିନ ଦି ଲାନ୍‌ସେଟ୍‌ ଚାଇଲ୍‌ଡ୍‌ ଆଣ୍ଡ୍‌ ଆଡୋଲେସେଣ୍ଟ୍‌ ହେଲ୍‌ଥ୍‌ ଜର୍ଣ୍ଣାଲ୍‌(Lancet Child & Adolescent Health journal) ପକ୍ଷରୁ ଏକ ବିବୃତ୍ତିରେ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ

କୋରୋନା ସଂକ୍ରମିତ ଶିଶୁଙ୍କ ଫୁସଫୁସରେ ୨ମାସ ରୁହେ ସଂକ୍ରମଣ

author img

By

Published : Jun 23, 2022, 1:44 PM IST

ନୂଆଦିଲ୍ଲୀ: SARS-CoV-2 ଦ୍ବାରା ଆକ୍ରାନ୍ତ ପିଲାଙ୍କ ଫୁସ୍‌ଫୁସ୍‌ ଅନ୍ୟୂନ ୨ ମାସ ପର୍ଯ୍ୟନ୍ତ ରୁହେ ସଂକ୍ରମଣ । ଏନେଇ ଆଜି(ଗୁରୁବାର) ଦିନ ଦି ଲାନ୍‌ସେଟ୍‌ ଚାଇଲ୍‌ଡ୍‌ ଆଣ୍ଡ୍‌ ଆଡୋଲେସେଣ୍ଟ୍‌ ହେଲ୍‌ଥ୍‌ ଜର୍ଣ୍ଣାଲ୍‌(Lancet Child & Adolescent Health journal) ପକ୍ଷରୁ ଏକ ବିବୃତ୍ତିରେ ପ୍ରକାଶ କରାଯାଇଛି । ୦-୧୪ ବର୍ଷ ବୟସର ପିଲାଙ୍କ ଫୁସ୍‌ଫୁସ୍‌ରେ କୋଭିଡ୍‌-୧୯ ଲକ୍ଷଣ ଉପରେ କରାଯାଇଥିବା ଉକ୍ତ ଅଧ୍ୟୟନରେ ଡେନ୍‌ମାର୍କରେ ସଂଗୃହୀତ ଜାତୀୟସ୍ତରର ନମୁନା ବ୍ୟବହୃତ ହୋଇଥିଲା ।

ଡେନ୍‌ମାର୍କ ସ୍ଥିତ କୋପେନ୍‌ହେଗେନ୍‌ ୟୁନିଭର୍ସିଟି ହସ୍ପିଟାଲ୍‌ର ପ୍ରଫେସର୍‌ ସେଲିନା କିକେନ୍‌ବୋର୍ଗ ବର୍ଗ କହିଛନ୍ତି ଯେ, "ପିଲା ଏବଂ ଶିଶୁଙ୍କ ଶରୀରରେ କେତେ ଦିନ ଧରି ଲକ୍ଷଣ ଦେଖାଯାଉଛି, ତାହା ନିର୍ଦ୍ଧାରଣ କରିବା । ସେମାନଙ୍କ ଜୀବନଯାପନର ମାନ, ସ୍କୁଲ୍‌ ଅଥବା ‘ଡେ କୟୋର୍‌’ରେ ସେମାନଙ୍କ ଅନୁପସ୍ଥିତି ଆଦି ଉପରେ ବି ଅଧ୍ୟୟନ କରାଯାଇଥିଲା ।" ୨୦୨୦ରୁ ଜୁଲାଇ ୨୦୨୧ ମସିହା ପର୍ଯ୍ୟନ୍ତ ଏହି ସର୍ଭେ କରାଯାଇଥିଲା । ସୂଚନାଅନୁସାରେ, ୦-୩ ବର୍ଷର ପିଲାମାନଙ୍କ ମଧ୍ୟରେ ସାଧାରଣତଃ ମୁଡ୍ ସୁଇଙ୍ଗ୍, ରାସ୍ ଏବଂ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇଥାଏ ।

୪-୧୧ ବୟସ ପିଲାଙ୍କ ମଧ୍ୟରେ ମୁଡ୍ ସୁଇଙ୍ଗ୍, ମନେରଖିବାରେ କିମ୍ବା ଏକାଗ୍ର ହେବାରେ ଅସୁବିଧା, ଏବଂ ୧୨-୧୪ ବର୍ଷ ମଧ୍ୟରେ ଥକ୍କା, ମୁଡ୍ ସୁଇଙ୍ଗ୍, ଏବଂ ମନେରଖିବା କିମ୍ବା ଏକାଗ୍ର କରିବାରେ ଅସୁବିଧା ଭଳି ଲକ୍ଷଣ ଦେଖାଦେଇଥିଲା । ଅଧ୍ୟୟନରୁ ପ୍ରକାଶିତ ହୋଇଥିଲା ଯେ, କୋଭିଡ୍‌ ଦ୍ବାରା ସଂକ୍ରମିତ ହୋଇ ନ ଥିବା ପିଲାମାନଙ୍କ ଅପେକ୍ଷା କୋଭିଡ୍‌ ଦ୍ବାରା ସଂକ୍ରମିତ ପିଲାମାନଙ୍କଠାରେ ଲକ୍ଷଣ ସବୁ ଦୀର୍ଘ ଦିନ ରହୁଛି ।

ଏହି ଅଧ୍ୟୟନ ଅନୁସାରେ, ୪ରୁ ୧୧ ବର୍ଷ ବୟସ୍କ ପିଲାମାନଙ୍କ ମଧ୍ୟରୁ ୩୮% ଓ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ମଧ୍ୟରୁ ୪୬% ପିଲାଙ୍କଠାରେ ଫୁସ୍‌ଫୁସ୍‌ ସଂକ୍ରମଣ ପ୍ରାୟ ଦୁଇ ମାସ ରହୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.