ETV Bharat / bharat

ଆଜି ବି ଅଚଳ ସଂସଦ, ବାରମ୍ବାର ଗୃହ ମୁଲତବୀ

ଆଜି ପୁଣି ସଂସଦକୁ ଅଚଳ କରିବ ପାଇଁ ବିରୋଧୀଙ୍କ ବୈଠକ ବସିଥିବା ବେଳେ ସରକାର ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆସନ୍ତା ଅଗଷ୍ଟ ୩ ରେ ବିଜେପିର ନିଜର ସଂସଦୀୟ ବୋର୍ଡ ବୈଠକ ମଧ୍ୟ ଡାକିଛି । ସଂସଦରେ ଆଜି ମହାମାରୀ ସ୍ଥିତି ଓ ମୁକାବିଲା ସମ୍ପର୍କିତ ପ୍ରସ୍ତାବ ଉପରେ ଆଲୋଚନା ହେବ ।

ଆଜିବି ଅଚଳ ସଂସଦ
ଆଜିବି ଅଚଳ ସଂସଦ
author img

By

Published : Jul 30, 2021, 12:19 PM IST

ନୂଆଦିଲ୍ଲୀ: ସ୍ବାଭାବିକ ହୋଇ ପାରୁନାହିଁ ସଂସଦର ଉଭୟ ସଦନ । ଆଜି ମୌସୁମୀ ଅଧିବେଶନର ନବମ ଦିବସ ଥିବାବେଳେ ରାଜ୍ୟସଭା ଆରମ୍ଭ ହେଉ ହେଉ ମୁଲତବୀ ଘୋଷଣା । ଅନ୍ୟପଟେ ହୋହାଲ୍ଲା ହଙ୍ଗାମା ମଧ୍ୟରେ ପୂର୍ବାହ୍ନ ୧୧.୩୪ ପର୍ଯ୍ୟନ୍ତ ଚାଲିଲା ପ୍ରଶ୍ନକାଳ ।

ସଂସଦରେ ବିରୋଧୀ ପେଗାସସ ଓ କୃଷି ଆଇନ ସମ୍ପର୍କରେ ସ୍ବତନ୍ତ୍ର ଆଲୋଚନା ଚାହୁଁଥିବା ବେଳେ ସରକାର ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସଂସଦ ଚଳାଇବା ପାଇଁ ଚାହୁଁଛନ୍ତି । ଯାହାକୁ ନେଇ ୧୦ ଦିନ ହେଲା ସରକାର-ବିରୋଧୀ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା । କାରଣ ଆଜି ମଧ୍ୟ ସ୍ବାଭାବିକ ହୋଇପାରିଲା ନାହିଁ ସଂସଦ । ରାଜ୍ୟସଭାକୁ ଗୋଟିଏ ମିନିଟ ମଧ୍ୟରେ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ମୁଲତବୀ ରଖିଥିବା ବେଳେ, ଲୋକସଭା ହୋହାଲ୍ଲା ମଧ୍ୟରେ ପାଖାପାଖି ୪୦ ମିନିଟ ଚାଲିଲା ପରେ ୧୨ ଟା ପର୍ଯ୍ୟନ୍ତ ଲୋକସଭା ମଧ୍ୟ ମୁଲତବୀ ରହିଛି ।

ଆଜି ପୁଣି ସଂସଦକୁ ଅଚଳ କରିବ ପାଇଁ ବିରୋଧୀଙ୍କ ବୈଠକ ବସିଥିବା ବେଳେ ସରକାର ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆସନ୍ତା ଅଗଷ୍ଟ ୩ ରେ ବିଜେପିର ନିଜର ସଂସଦୀୟ ବୋର୍ଡ ବୈଠକ ମଧ୍ୟ ଡାକିଛି । ସଂସଦରେ ଆଜି ମହାମାରୀ ସ୍ଥିତି ଓ ମୁକାବିଲା ସମ୍ପର୍କିତ ପ୍ରସ୍ତାବ ଉପରେ ଆଲୋଚନା ହେବ ।

ଅନ୍ୟପଟେ ବିରୋଧୀଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ସଂସଦରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ବିରୋଧୀ ମୁଦ୍ଦା ବିହୀନ ରାଜନୀତି କରୁଛନ୍ତି । ଲୋକଙ୍କ ସମସ୍ୟାକୁ ଉତ୍ଥାପନ କରିବା ବଦଳରେ ଅଯଥା ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ।

ଖବର ଲେଖାହେବା ବେଳେକୁ ରାଜ୍ୟସଭା ମୁଲତବୀ ଥିବାବେଳେ ଲୋକସଭା ପୁଣିଥରେ ହୋହାଲ୍ଲା ମଧ୍ୟରେ ଜାରି ରହିଛି । ଲୋକସଭାରେ ସାଧାରଣ ବୀମା ସଂଶୋଧନ ବିଲ ୨୦୨୧ ର ଚର୍ଚ୍ଚା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.