ETV Bharat / bharat

ସଂଯୋଗ ହେବ ଭୋଟର କାର୍ଡ-ଆଧାର, ଲୋକସଭାରେ ନିର୍ବାଚନୀ ସଂସ୍କାର ବିଲ ଗୃହୀତ - Aadhaar-Voter ID linking news

ବିରୋଧୀଙ୍କ ପ୍ରତିବାଦ ଓ ହଟ୍ଟଗୋଳ ଭିତରେ ସୋମବାର ଲୋକସଭାରେ ପାରିତ ହୋଇଛି ନିର୍ବାଚନ ଆଇନ ସଂଶୋଧନ ବିଧେୟକ ବିଲ ୨୦୨୧ । ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଆଣିଥିବା ସଂଶୋଧନ ବିଲ ଗୃହୀତ (Lok Sabha passes Election Laws Amendment Bill) ହୋଇଛି । ଅଧିକ ପଢନ୍ତୁ

ସଂଯୋଗ ହେବ ଭୋଟର - ଆଧାର କାର୍ଡ
ସଂଯୋଗ ହେବ ଭୋଟର - ଆଧାର କାର୍ଡ
author img

By

Published : Dec 21, 2021, 9:04 AM IST

Updated : Dec 21, 2021, 9:16 AM IST

ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରତିବାଦ ଓ ହଟ୍ଟଗୋଳ ଭିତରେ ସୋମବାର ଲୋକସଭାରେ ପାରିତ ହୋଇଛି ନିର୍ବାଚନ ଆଇନ ସଂଶୋଧନ ବିଧେୟକ ବିଲ ୨୦୨୧ । ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଆଣିଥିବା ସଂଶୋଧନ ବିଲ ଗୃହୀତ (Lok Sabha passes Election Laws Amendment Bill) ହୋଇଛି । ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗ କରିବା (Aadhaar-Voter ID linking) ଲାଗି ଉପସ୍ଥାପିତ ହୋଇଥିବା ବିଲ ପାସ ହୋଇଛି ।

କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ନିର୍ବାଚନ ଆଇନ ସଂଶୋଧନ ବିଧେୟକ ବିଲ୍ ୨୦୨୧ ଉପସ୍ଥାପନ କରିଥିଲେ । ଭୋଟର କାର୍ଡ ସହ ଆଧାର ଲିଙ୍କ ବାଧ୍ୟତାମୂଳକ ନୂହେଁ ସ୍ବେଚ୍ଛାକୃତ ବୋଲି ସ୍ପଷ୍ଟ କରିଥିଲେ କେନ୍ଦ୍ର ଆଇନମନ୍ତ୍ରୀ । ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଲ । ଏହି ବିଲ ଦ୍ବାରା ନିର୍ବାଚନରେ ହେଉଥିବା ଜାଲିଆତିକୁ ରୋକା ଯାଇ ପାରିବ । ଜଣେ ବ୍ୟକ୍ତି ଏକାଧିକ ସ୍ଥାନରେ ଭୋଟ ଦେଇ ପାରିବେ ନାହିଁ । ନକଲି ଭୋଟ ପରିଚୟପତ୍ର ସଂକ୍ରାନ୍ତ ସମସ୍ୟାକୁ ଏଡାଯିବ ।

ପ୍ରଚଳିତ ବ୍ୟବସ୍ଥାରେ ପ୍ରତିବର୍ଷ ଜାନୁଆରୀ ୨ରେ ପ୍ରକାଶିତ ଭୋଟର ତାଲିକାରେ ଜଣଙ୍କର ନାଁ ନ ଥିଲେ ତାଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡୁଥିଲା । ଏଣିକି ଭୋଟର ତାଲିକାରେ ନାମ ପଞ୍ଜୀକରଣ ଲାଗି ବର୍ଷକୁ ୪ ଥର ସୁଯୋଗ ମିଳିବ । ଭୋଟର କାର୍ଡ ସହ ଆଧାର ସଂଯୋଗ ହେଲେ ପରିଚୟ ଖୋଜିବା ସହଜ ହେବ । ସମାନ ନାମରେ ଏକାଧିକ ସ୍ଥାନରେ ଥିବା ଜାଲ ଭୋଟରଙ୍କୁ ଚିହ୍ନଟ କରିହେବ ।

ବିଲ ଆଗତ ହେବା ସମୟରେ ବିରୋଧୀ ଦଳ ନେତା ଏହାକୁ ବିରୋଧ କରିଥିଲେ । କଂଗ୍ରେସ ଏମପି ଶଶୀ ଥରୁର କହିଥିଲେ ଆଧାର କାର୍ଡ କେବଳ ଏକ ବାସିନ୍ଦା ପ୍ରମାଣପତ୍ର ନାଗରିକତ୍ବର ପ୍ରମାଣ ନୁହେଁ । ଏପରି ବିଲ୍ ସମ୍ଭବତଃ ଅଣନାଗରିକତ୍ବ ଭୋଟ ଅଧିକାର ପ୍ରଦାନ କରିବ ବୋଲି କହିଥିଲେ ଶଶୀ ଥରୁର । ଏହାବାଦ ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ ୱୱୌସି କହିଥିଲେ ସରକାର ଏହି ବିଲ ଆଣି ନିର୍ବାଚନ କମିଶନଙ୍କ ସ୍ବାଧୀନତାକୁ ସଙ୍କୁଚିତ କରୁଛନ୍ତି । ଜବାବରେ କିରଣ ରିଜିଜ୍ଜୁ କହିଛନ୍ତି ସଦସ୍ୟମାନେ ବିଲକୁ ବିରୋଧ କରିବା ପାଇଁ ଯେଉଁ ଯୁକ୍ତି ଦର୍ଶାଉଛନ୍ତି ତାହା ସୁ୍ପ୍ରିମକୋର୍ଟଙ୍କ ରାୟକୁ ଭୁଲ ଉପାୟରେ ଉପସ୍ଥାପିତ କରିବାର ପ୍ରୟାସ । ଏହି ବିଲ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ପ୍ରସ୍ତୁତ ହୋଇଛି ।

@ANI

Last Updated : Dec 21, 2021, 9:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.