ETV Bharat / bharat

ଡିସେମ୍ବରରେ ହୋଇପାରେ ଲୋକସଭା ନିର୍ବାଚନ: ମମତା ବାନାର୍ଜୀ

author img

By ETV Bharat Odisha Team

Published : Aug 29, 2023, 8:28 AM IST

ଡିସେମ୍ୱରରେ ହୋଇପାରେ ଲୋକସଭା ନିର୍ବାଚନ । ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆକଳନ କରିଛନ୍ତି । ଅଧିକ ପଢନ୍ତୁ

ଡିସେମ୍ବରରେ ହୋଇପାରେ ଲୋକସଭା ନିର୍ବାଚନ
ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆକଳନ । ଚଳିତ ବର୍ଷ ଡିସେମ୍ବରରେ ହୋଇପାରେ ଲୋକସଭା ନିର୍ବାଚନ । କିଛି ଏପରି ଆକଳନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ।

ଏହା ବି ପଢନ୍ତୁ...Mamata warns Vishwabharti: ‘ଅମର୍ତ୍ତ୍ୟ ସେନଙ୍କ ଘରକୁ ଛୁଇଁକି ଦେଖ, ତାପରେ ଜାଣିବ ମୁଁ କଣ କରିବି’

ଆଗାମୀ ଲୋକସଭା ନିର୍ବାଚନକୁ ନେଇ ବୟାନ ଦେଇ ମମତା କହିଛନ୍ତି, "2024 ସାଧାରଣ ନିର୍ବାଚନ ଡିସେମ୍ବରରେ ହିଁ ହେବ । ଯଦିଓ ନିର୍ବାଚନ ତାରିଖ ସ୍ଥିତ ହୋଇନାହିଁ ତଥାପି ବିଜେପି ଆଗୁଆ ସମସ୍ତ ପ୍ରସ୍ତୁତ କରିସାରିଛି । ଡିସେମ୍ବରରେ ହିଁ ବିଜେପି ଲୋକସଭା ନିର୍ବାଚନ କରିବ । ଦଳ ପ୍ରଚାର ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି । ହେଲିକପ୍ଟରଗୁଡିକ ବୁକ୍‌ କରି ସାରିଛି । ଯାହା ଦ୍ବାରା ଅନ୍ୟ ରାଜନୈତିକ ଦଳଗୁଡିକର ପ୍ରଚାର କାର୍ଯ୍ୟ ପାଇଁ ହେଲିକପ୍ଟର ସୁବିଧା ମିଳିବ ନାହିଁ । ସେମାନେ ଭାବୁଛନ୍ତି ଟଙ୍କା ଦେଇ ସବୁ କିିଣିପାରିବେ । ମୁଁ ଅନୁମାନ କରୁଛି କି ବିଜେପି ଡିସେମ୍ବରରେ ଲୋକସଭାନ ନିର୍ବାଚନ କରିବ ।"

ଏହା ବି ପଢନ୍ତୁ...ପ୍ରଧାନମନ୍ତ୍ରୀଙ୍କ ବଙ୍ଗ ହିଂସା ସମାଲୋଚନା, ମଣିପୁର ପ୍ରସଙ୍ଗ ଉଠାଇ ପାଲଟା ବର୍ଷିଲେ ମମତା

ସେ ଆହୁରି କହିଛନ୍ତି, "ଆମେ ବେଙ୍ଗଲରେ ସିପିଏମ ଶାସନର ଅନ୍ତ ଘଟାଇଥିଲୁ । ଏବେ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବୁ । ସେହି ସମୟ ଏବେ ଆସି ଯାଇଛି । ରାଜ୍ୟପାଳ ସିଭି ଆନନ୍ଦଙ୍କୁ ଟାର୍ଗେଟ କରି ମମତା କହିଛନ୍ତି ନିର୍ବାଚିତ ସରକାରଙ୍କ ସହ ରାଜ୍ୟପାଳ ପଙ୍ଗା ନେବା ଉଚିତ ନୁହେଁ । ସେ ସାମ୍ବିଧାନିକ ନିୟମର ଉଲ୍ଲଘଂନ କରୁଛନ୍ତି । ମୁଁ ଏହି ପଦକୁ ସମ୍ମାନ ହେଉଛି ହେଲେ ତାଙ୍କର ସାମ୍ବିଧାନିକ ଗତିବିଧିକୁ ଆଦୌ ସମର୍ଥନ କରିପାରିବି ନାହିଁ ।"

ସେହିପରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦକୁ ଟାର୍ଗେଟ କରି ସେ କହିଛନ୍ତି, ବିଜେପିର ଛାତ୍ରଗୋଷ୍ଠୀ ଏବଂ ତାର ସ୍ଲୋଗାନ । ଏହା ଉତ୍ତରପ୍ରଦେଶ ନୁହେଁ ଯେ ''ଗୋଲି ମାରୋ'' ଭଳି ସ୍ଲୋଗାଲ ଦେଉଥିବା ଲୋକଙ୍କୁ ଗିରଫ କରାଯିବ ।"

ଏହା ବି ପଢନ୍ତୁ...India Alliance: କି’ଏ ହେବ ଆବାହକ ? ପୁଣି ଇଚ୍ଛା ନଥିବା ମନ୍ତବ୍ୟ ଦୋହରାଇଲେ ନୀତିଶ

ଟିଏମସି ଛାତ୍ର ପରିଷଦର 26ତମ ପ୍ରତିଷ୍ଠା ଦିବସ ଅବସରରେ କୋଲକାତାର ମେୟୋ ରୋଡରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରି ଲୋକସଭା ନିର୍ବାଚନ ନେଇ ଏପରି ଆକଳନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.