ETV Bharat / bharat

Parliament Winter Session: ଶୀତ ଅଧିବେଶନ ଆରମ୍ଭରୁ ହଙ୍ଗାମା, 12ଟା ଯାଏଁ ଉଭୟ ଗୃହ ମୁଲତବୀ

ସଂସଦ ଶୀତ ଅଧିବେଶନ (Winter session of Parliament) ବେଳେ ଆରମ୍ଭରୁ ହଟ୍ଟଗୋଳ । ବିରୋଧୀଙ୍କ ହୋହାଲ୍ଲାରେ କମ୍ପିଲା ଲୋକସଭା (Lok Sabha)। ଅଧିକ ପଢନ୍ତୁ

author img

By

Published : Nov 29, 2021, 11:42 AM IST

Updated : Nov 29, 2021, 12:41 PM IST

12ଟା ଯାଏଁ ଲୋକସଭା ମୁଲତବୀ
12ଟା ଯାଏଁ ଲୋକସଭା ମୁଲତବୀ

ନୂଆଦିଲ୍ଲୀ: ସଂସଦ ଶୀତ ଅଧିବେଶନ (Winter session of Parliament) ଆରମ୍ଭରୁ ହଟ୍ଟଗୋଳ । ପ୍ରଥମ ଦିନର ଆରମ୍ଭରୁ ବିରୋଧୀଙ୍କ ହୋ ହାଲ୍ଲାରେ କମ୍ପିଲା ଲୋକସଭା । ଅପରାହ୍ନ ୧୨ଟା ଯାଏଁ ମୁଲତବୀ ଲୋକସଭା (Lok Sabha adjourned )। । ସେହିପରି ଅପରାହ୍ନ ୧୨ଟା ୧୯ ଯାଏଁ ରାଜ୍ୟସଭା ମଧ୍ୟ ମୁଲତବୀ ହୋଇଛି ।

କେନ୍ଦ୍ର ସରକାରଙ୍କ ବିରୋଧରେ ସଂସଦ ବାହାରେ ବିରୋଧୀ ଦଳ ପ୍ରଦର୍ଶନ କରିଛନ୍ତି । ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଲୋକସଭାରେ କୃଷି ଆଇନ ଉପରେ ଆଲୋଚନା କରିବାକୁ ଦାବି କରି ହଙ୍ଗାମା କରିଛନ୍ତି । ଫଳରେ ବାଚସ୍ପତି ଓମ୍‌ ବିର୍ଲା ଉଭୟ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ସ୍ଥଗିତ ରଖିଛନ୍ତି । ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ତିନି କୃଷି ଆଇନ୍‌ ପ୍ରତ୍ୟାହାର ବିଲ୍‌ ପାରିତ ହୋଇଥାନ୍ତା । ତେବେ ଏହା ପୂର୍ବରୁ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି । ଗାନ୍ଧି ମୂର୍ତ୍ତି ଆଗରେ ସମସ୍ତ ନେତା ମନ୍ତ୍ରୀ ଏକାଠି ହୋଇ ହୋ ହାଲ୍ଲା କରିଛନ୍ତି।

ଲୋକସଭାରେ କୃଷକଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ଆଲୋଡ଼ନ ଉପରେ ବାଚସ୍ପତି ଓମ ବିର୍ଲା କହିଛନ୍ତି ଆଜି ସଂସଦର ପ୍ରଥମ ଦିନ, ଜନତା ସବୁ ଦେଖୁଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ଶାନ୍ତି ବଜାୟ ରଖି ପ୍ରଶ୍ନ ପ୍ରଚାରିବା ପାଇଁ ବିରୋଧୀଙ୍କୁ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ଏହି ଅନୁରୋଧକୁ ବିରୋଧୀ ମାନି ନାହାନ୍ତି ।

@ANI

Last Updated : Nov 29, 2021, 12:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.