ETV Bharat / bharat

ତାମିଲନାଡୁରେ ଜୁନ୍ 21 ପର୍ଯ୍ୟନ୍ତ ବଢିଲା ଲକଡାଉନ - ସପ୍ତାହେ ବଢିଲା ଲକଡାଉନ ଅବଧି

ତାମିଲନାଡୁରେ ପୁଣି ସପ୍ତାହେ ବଢିଲା ଲକଡାଉନ ଅବଧି । ଜୁନ୍ 21 ପର୍ଯ୍ୟନ୍ତ ବୃଦ୍ଧି କଲେ ତାମିଲନାଡୁ ସରକାର । ଅଧିକ ପଢନ୍ତୁ...

ତାମିଲନାଡୁରେ ଜୁନ୍ 21 ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକଡାଉନ

author img

By

Published : Jun 12, 2021, 7:24 AM IST

ଚେନ୍ନାଇ: ତାମିଲନାଡୁରେ ପୁଣି ସପ୍ତାହେ ବଢିଲା ଲକଡାଉନ ଅବଧି । ଜୁନ୍ 14ରେ ଲକଡାଉନ ଅବଧି ଶେଷ ହେବାକୁ ଥିବା ବେଳେ ଏହାରୁ ଜୁନ୍ 21 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ତାମିଲନାଡୁ ସରକାର । ଏଥିସହ କଟକଣାକୁ ମଧ୍ୟ କୋହଳ କରାଯାଇଛି ।

27ଟି ଜିଲ୍ଲାରେ କଟକଣାକୁ କୋହଳ କରାଯାଇଥିବା ବେଳେ 11ଟି ଜିଲ୍ଲାରେ ସଂକ୍ରମଣ ଅଧିକ ଥିବାରୁ ସାମାନ୍ୟ କୋହଳ କରାଯାଇଛି । 27ଟି ଜିଲ୍ଲାରେ ଜୁନ୍ 14ରୁ 50 ପ୍ରତିଶତ ଲୋକଙ୍କୁ ନେଇ ସେଲୁନ, ବିୟୁଟି ପାର୍ଲର ଏବଂ ସ୍ପା ସେଣ୍ଟର ଖୋଲିବ । ସକାଳ 6ରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦିଆଯାଇଛି ।

ଏଥିସହ ମଦ ଦୋକାନ ଗୁଡିକୁ ସକାଳ 10ଟାରୁ 5ଟା ପର୍ଯ୍ୟନ୍ତ ଖୋଲା ରହିବ । ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଦ୍ୟାଳୟ ଏବଂ କଲେଜ ଗୁଡିକୁ କେବଳ ଆଡମିଶନ ପ୍ରକ୍ରିୟା ପାଇଁ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ । ଶିଳ୍ପାନୁଷ୍ଠାନ ଗୁଡିକରେ 33 ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାରୁ ଅନୁମତି ଦିଆଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.