ଚଣ୍ଡିଗଡ: କୋରୋନା ମହାମାରୀ ସଙ୍କଟ ବର୍ତ୍ତମାନ ଟଳିନାହିଁ ପରନ୍ତୁ ସଂକ୍ରମଣର ଗତି କମିଛି । ଏତିକିବେଳେ ହରିୟାଣା ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ରାଜ୍ୟରେ ଜାରି ଥିବା ଲକଡାଉନକୁ ବଢାଇବାକୁ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଦୁଇ ସପ୍ତାହ ପାଇଁ ଏହି ଅବଧିକୁ ବଢାଇଛନ୍ତି । ଅର୍ଥାତ, ଅଗଷ୍ଟ ୯ ରେ ଶେଷ ହେବାକୁ ଥିବା ଲକଡାଉନ ଏବେ ୨୩ ଅଗଷ୍ଟ ସକାଳ ୫ ଟା ପର୍ଯ୍ୟନ୍ତ ଲାଗୁ ରହିବ ।
ନୂଆ ନିୟମ ମୁତାବକ, ସମୟ ସମ୍ବନ୍ଧିତ କଟକଣା ହଟାଇ ଦିଆଯାଇଛି । ଏଥିସହିତ ନାଇଟ କର୍ଫ୍ୟୁ ମଧ୍ୟ ହଟାଇ ଦିଆଯାଇଛି । ଏଥିପାଇଁ ରାଜ୍ୟର ମୁଖ୍ୟ ସଚିବ ବିଜୟ ବର୍ଦ୍ଧନ ସମସ୍ତ ଜିଲ୍ଲା ଉପାୟକ୍ତ ଓ ହରିୟାଣା ପୋଲିସ ମହାନିର୍ଦ୍ଦେଶକଙ୍କୁ ଆଦେଶ ଜାରି କରିଛନ୍ତି ।