ETV Bharat / bharat

ବଡଦିନ ଓ ନୂଆବର୍ଷ ସେଲିବ୍ରେସନ, 543 କୋଟିର ମଦ ପିଇଲା କେରଳ !

author img

By ETV Bharat Odisha Team

Published : Jan 1, 2024, 9:51 PM IST

Liquor worth Rupees 543 Crores Record sale in kerala: ବଡଦିନ ଓ ନୂଆବର୍ଷ ମଧ୍ୟରେ କେରଳରେ ପିଇଗଲେ 543 କୋଟି । ଅଧିକ ପଢନ୍ତୁ

ବଡଦିନ ଓ ନୂଆବର୍ଷରେ ରେକର୍ଡ ଭାଙ୍ଗିଲା ମଦବିକ୍ରି, କେରଳରେ ପିଇଗଲେ 543 କୋଟି
ବଡଦିନ ଓ ନୂଆବର୍ଷରେ ରେକର୍ଡ ଭାଙ୍ଗିଲା ମଦବିକ୍ରି, କେରଳରେ ପିଇଗଲେ 543 କୋଟିବଡଦିନ ଓ ନୂଆବର୍ଷରେ ରେକର୍ଡ ଭାଙ୍ଗିଲା ମଦବିକ୍ରି, କେରଳରେ ପିଇଗଲେ 543 କୋଟି

ଥିରୁଅନନ୍ତପୁରମ: କେରଳରେ ବଡଦିନ ଓ ନୂଆବର୍ଷ ମଧ୍ୟରେ ରେକର୍ଡ ଭାଙ୍ଗିଲା ମଦବିକ୍ରି । ଅବକାରୀ ବିଭାଗର ସୂଚନା ଅନୁସାରେ, ଡିସେମ୍ବର 22 ତାରିଖରୁ ନୂଆବର୍ଷ ମଧ୍ଯରେ ରାଜ୍ଯରେ ମୋଟ 543.13 କୋଟିର ମଦବିକ୍ରି ହୋଇଛି । ଚଳିତବର୍ଷର ରେକର୍ଡ ଗତବର୍ଷ ରେକର୍ଡକୁ ମଧ୍ୟ ଟପିଛି । ଗତବର୍ଷ ଏହି ବିକ୍ରି ପରିମାଣ 516.26 କୋଟି ଟଙ୍କା ଥିଲା । ଏହା ବ୍ୟତୀତ କେବଳ ନୂଆବର୍ଷରେ ମାତ୍ର ଗୋଟିଏ ଦିନରେ କେରଳରେ 94.54 କୋଟି ଟଙ୍କାର ମଦ ବିକ୍ରି ହୋଇଛି । ଯାହା ଦୈନିକ ବିକ୍ରିଓ୍ବାରୀ ମଧ୍ୟ ସର୍ବକାଳୀନ ରେକର୍ଡ । 30 ତାରିଖରେ 61.91 ଟଙ୍କାର ମଦବିକ୍ରି ହୋଇଥିବା ବେଳେ ଗତବର୍ଷ ଡିସେମ୍ବର 30 ତାରିଖରେ ଏହି ପରିମାଣ ଥିଲା 55.04 କୋଟି ଟଙ୍କା ।

ସେହିପରି ଖ୍ରୀଷ୍ଟମାସ ବା ବଡଦିନରେ ମଧ୍ୟ କେରଳରେ ମଦ ବିକ୍ରି ରେକର୍ଡ କରିଥିଲା । ବଡଦିନ ପୂର୍ବଦିନ ଡିସେମ୍ବର 24 ତାରିଖରେ ସମଗ୍ର ରାଜ୍ୟରେ ମୋଟ 70.73 କୋଟି ଟଙ୍କା ମଦ ବିକ୍ରି ହୋଇଥିଲା । ଡିସେମ୍ବର 22 ଏବଂ 23 ରେ 84.04 କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଥିଲା । 22 ରୁ 31 ତାରିଖ ପର୍ଯ୍ୟନ୍ତ 10 ଦିନର ବିକ୍ରୟ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷର ବିକ୍ରୟ ବୋଲି ବିବେଚନା କରାଯାଏ । ମଦବିକ୍ରରୁ ସଂଗୃହିତ ମୋଟ 543.13 କୋଟି ମଧ୍ୟରୁ 90 ପ୍ରତିଶତ ସରକାରୀ ରାଜକୋଷକୁ ଯିବ । କାରଣ ମଦ ଟ୍ୟାକ୍ସ 250 ପ୍ରତିଶତରୁ ଅଧିକ ଧାର୍ଯ୍ୟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- କାନ୍ଧାହାର ମାଷ୍ଟରମାଇଣ୍ଡ ଅଜହର ମୃତ ! ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଅନନୋନ ମ୍ୟାନ’

ତେବେ ଅନ୍ୟପଟେ ନବବର୍ଷ ପୂର୍ବ ସଂଧ୍ୟାରେ ଜିରୋ ନାଇଟରେ ମଧ୍ୟ ମଦ୍ୟପାନ ଓ ଏହାଜନିତ ସୃଷ୍ଟି ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ଦେଶର ବିଭିନ୍ନ ସହରରେ ପୋଲିସ ଚେକିଂ କରାଯାଇଥିଲା । ବିଭିନ୍ନ ନାଇଟ କ୍ଲବରେ ଜିରୋ ନାଇଟ ସେଲିବ୍ରେସନ କରିବା ପରେ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇବା ଅନେକ ଦୁର୍ଘଟଣାକୁ ରୂପ ଦେଇଥାଏ । ଏଥିରେ ମଧ୍ୟ ବହୁସଂଖ୍ୟାରେ ଫାଇନ ଆଦାୟ ହୋଇଥିଲା । ତଥାପି ପ୍ରତିବର୍ଷ ବଡଦିନ ଓ ନୂଆବର୍ଷ ପଡୁଥିବା ଡିସେମ୍ବର ଶେଷ ସପ୍ତାହରେ ବିଭିନ୍ନ ସହର ଓ ରାଜ୍ଯରେ ରେକର୍ଡ ସଂଖ୍ୟକ ମଦ ବିକ୍ରି ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଗତବର୍ଷ ପରି କେରଳ ଏଥର ମଧ୍ୟ ରେକର୍ଡ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.