ETV Bharat / bharat

ଆକାଶରୁ ଖସିଲା ମୃତ୍ୟୁ ! 4 ରାଜ୍ୟରେ 24 ଜଣଙ୍କ ଜୀବନ ନେଲା ବଜ୍ରପାତ - ବିହାର

ବଜ୍ରପାତ ଯୋଗୁଁ ୪ଟି ରାଜ୍ୟରେ ୨୪ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ...

ଆକାଶରୁ ଖସିଲା ମୃତ୍ୟୁ, ୪ ରାଜ୍ୟରେ ୨୪ ଜଣଙ୍କର ମୃତ୍ୟୁ

author img

By

Published : Aug 8, 2021, 10:51 AM IST

ହାଇଦ୍ରାବାଦ: ଦେଶର ବିଭିନ୍ନ ସ୍ଥାନରେ ଏବେ ଜାରି ରହିଛି ମୌସୁମୀ ବର୍ଷା । ଏହାର ପ୍ରଭାବରେ ବଜ୍ରପାତ ହେବାରୁ ଅତିକମରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଓଡିଶାରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ବଜ୍ରପାତ ବୃଦ୍ଧି ପାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଡ.ଜିତେନ୍ଦ୍ର ସିଂ ଶୁକ୍ରବାର କହିଛନ୍ତି।

ଓଡିଶାରୁ ୫ଜଣଙ୍କର ମୃତ୍ୟୁ

ବଜ୍ରପାତରେ ଓଡିଶାରୁ ୫ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ମହିଳା ରହିଛନ୍ତି । ତେବେ ୫ ଜଣ ମଧ୍ୟ ଆହତ ହୋଇଛନ୍ତି । ମୟୂରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାରେ ସମସ୍ତେ ଚାଷ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ସେପଟେ ବାଲେଶ୍ବର ଜିଲ୍ଲାରେ ବିଦ୍ୟୁତ ସଂସ୍ପର୍ଶରେ ଆସି କାସାବାଜୟପୁର ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପୋଲିସ ଅଧିକାରୀ କହିଛନ୍ତି ।

ବିହାରରେ ୭ଜଣଙ୍କର ମୃତ୍ୟୁ

ମୃତକଙ୍କ ମଧ୍ୟରୁ ବିହାରର ବାଙ୍କା ଜିଲ୍ଲାରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ସୂଚନା ଦେଇଛନ୍ତି ।

ପଶ୍ଚିମବଙ୍ଗରେ ୪ ଜଣଙ୍କର ମୃତ୍ୟୁ

ପଶ୍ଚିମବଙ୍ଗର ୨ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି । ମେଦିନୀପୁର ଜିଲ୍ଲାର ନନ୍ଦିଗ୍ରାମରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୂର୍ବ ବର୍ଦ୍ଧମାନର ଜିଲ୍ଲାରେ ବଜ୍ରପାତରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଆହତ ହୋଇଥିବା ୭ ଜଣ କ୍ଷେତରେ କାମ କରୁଥିବା ସମୟରେ ବଜ୍ରପାତର ଶିକାର ହୋଇ ଆହତ ହୋଇଥିବା କହିଛନ୍ତି ଜଣେ ଅଧିକାରୀ ।

ଝାଡଖଣ୍ଡରେ ୮ଜଣଙ୍କର ମୃତ୍ୟୁ

ଝାଡଖଣ୍ଡର ହାଜିରବାଗ୍ ଏବଂ ପାଲାମୁ ଜିଲ୍ଲାରେ ଶନିବାର ବଜ୍ରପାତ ଯୋଗୁଁ ୮ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ମହିଳା ହୋଇଥିବା ବେଳେ ୨ଜଣ ବାଳିକା ରହିଛନ୍ତି ଏବଂ ଜଣେ ୧୩ ବର୍ଷର ବାଳକ ଘରୁ ଫେରିଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଛି । ହଜରିବାଗ ଜିଲ୍ଲାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଲାମୁରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହ ଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.