ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଗୁରବୀରପାଲ ସିଂ ହେଲେ ଜାତୀୟ ସମର ଶିକ୍ଷାର୍ଥୀ ବାହୀନି (ଏନସିସି)ର ମହାନିର୍ଦ୍ଦେଶକ । ଆଜି(ସୋମବାର) ଏନସିସିର ୩୪ତମ ମହାନିର୍ଦ୍ଦେଶକ ଭାବେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି ।
ଲେଫ୍ଟନାଣ୍ଟ ଜେନେରାଲ ସିଂଙ୍କୁ ୧୯୮୭ ରେ ପାରାଚ୍ୟୁଟ ରେଜିମେଣ୍ଟରେ କମିଶନ ମିଳିଥିଲା । ଲେଫ୍ଟନାଣ୍ଟ ଜେନେରାଲ ସିଂ ରାଷ୍ଟ୍ରୀୟ ସୁରକ୍ଷା ଏକାଡେମୀ, ଖଡକୱାସଲା, ଭାରତୀୟ ସୈନ୍ୟ ଏକାଡେମୀ ଡେରାଡୁନ ଓ ଏନସିସିର ପୂର୍ବତନ ଛାତ୍ର ସହ, ସେ ୱେଲିଂଟନ ଡିଫେନ୍ସ ସର୍ଭିସ କୋର୍ସ, ସହ ନୂଆଦିଲ୍ଲୀ ରାଷ୍ଟ୍ରୀୟ ଡିଫେନ୍ସ କଲେଜରେ ମଧ୍ୟ ଶିକ୍ଷା ଗ୍ରହଣ କରିଛନ୍ତି ।
ଏହାବାଦ ଲେଫ୍ଟନାଣ୍ଟ ଜେନେରାଲ ନାଗାଲାଣ୍ଡ ଓ ସିଆଚେନ ଗ୍ଲାସିୟରରେ ଆତଙ୍କବାଦ ବିରୋଧୀ କମ୍ପାନୀ କମାଣ୍ଡରର ନେତୃତ୍ବ ନେଇଥିଲେ । ସେହିପରି କାଶ୍ମୀର ଭେଲି ସେକ୍ଟରରେ ଆତଙ୍କବାଦୀ ଅପରେଶନ ସହ ଜାତିସଂଘ ଶାନ୍ତିଦୂତ ସୈନ୍ୟ ୟୁନିଟରେ ମଧ୍ୟ ଦାୟିତ୍ବ ନେଇଛନ୍ତି । ଖାଲି ଏତିକି ନୁହେଁ ଲେଫ୍ଟନାଣ୍ଟ ଜେନେରାଲ ମାଉଣ୍ଟେନ ବ୍ରିଗେଡ ଓ ଇନଫେଣ୍ଟ୍ରି ଡିଭିଜନର କମାଣ ମଧ୍ୟ ସମ୍ଭାଳିଛନ୍ତି ।
ନିକଟରେ ଏନସିସିକୁ ଆହୁରି କ୍ରିୟାଶୀଳ ଓ ସଶକ୍ତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିଶେଷଜ୍ଞ କମିଟି ଗଠନ କରିଛି । କମିଟି ଏନସିସିର ବର୍ତ୍ତମାନର କାର୍ଯ୍ୟକଳାପ, ଆଗାମୀ ଭବିଷ୍ୟତରେ ଏହାର ଆବଶ୍ୟକତା ଓ କ୍ରିୟାଶୀଳତାକୁ ନେଇ ସରକାରଙ୍କୁ ବିଭିନ୍ନ ପରାମର୍ଶ ସୁପାରିଶ କରିବ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ୧୫ ଜଣ ସଦସ୍ୟ ରହିଛନ୍ତି ।
@IANS