ETV Bharat / bharat

AAPକୁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ, ବିଜ୍ଞାପନରେ ଖର୍ଚ୍ଚ ହୋଇଥିବା ୯୭ କୋଟି ଟଙ୍କା ଫେରସ୍ତ କର - ବିଜ୍ଞାପନରେ ଖର୍ଚ୍ଚ ହେଉଛି ରାଜସ୍ବ ଧନ

ଆପ୍‌ ଶାସିତ ଦିଲ୍ଲୀ ସରକାରଙ୍କ ଦ୍ବାରା ବିଜ୍ଞାପନରେ ସରକାରୀ ଟଙ୍କା ଖର୍ଚ୍ଚ ହେଉଥିବା ନେଇ ଅଭିଯୋଗ ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ବିଜ୍ଞାପନରେ ଖର୍ଚ୍ଚ ହୋଇଥିବା ୯୭.୧୪ କୋଟି ଟଙ୍କା ଫେରସ୍ତ କରିବାକୁ ଆପ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ ବିନୟ କୁମାର ସକ୍ସେନା । ଅଧିକ ପଢନ୍ତୁ

LG and Delhi government
LG and Delhi government
author img

By

Published : Dec 20, 2022, 8:56 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା (LG and Delhi government) ବିଜ୍ଞାପନରେ ଖର୍ଚ୍ଚ ହୋଇଥିବା ୯୭.୧୪ କୋଟି ଟଙ୍କା ଅର୍ଥକୁ ସୁଧ ସହିତ ଆମ୍ ଆଦମୀ ପାର୍ଟି (AAP)ରୁ ଫେରସ୍ତ କରିବାକୁ ଦିଲ୍ଲୀ ସରକାରଙ୍କ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୦୧୬ ମସିହାରେ ଆପ୍‌ ଶାସିତ ଦିଲ୍ଲୀ ସରକାରଙ୍କ ଦ୍ବାରା ବିଜ୍ଞାପନରେ ସରକାରୀ ଟଙ୍କା ଖର୍ଚ୍ଚ କରିବା ନେଇ ଅଭିଯୋଗ ଆସିଥିଲା । ଯାହା ପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେପଟେ ଉପରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶ ଉପରେ ପ୍ରତିକ୍ରିୟା ରଖିଛି ଦଳ । ତାଙ୍କ ନିକଟରେ ଆଦେଶ ଦେବାର କୌଣସି ଅଧିକାର ନାହିଁ ଓ ସେ ଔରଙ୍ଗଜେବଙ୍କ ପରି ଆଚରଣ କରୁଥିବା ଦଳ କହିଛି ।

ଏହି ମାମଲା ନେଇ ଆପ୍‌ କୋର୍ଟକୁ ଯାଇଥିଲା, କିନ୍ତୁ ସରକାରୀ ଅର୍ଥର ଅପବ୍ୟବହାର ହୋଇଥିବା ନେଇ କୋର୍ଟ କହିଥିଲେ । ଉକ୍ତ ରାଶିକୁ ରାଜକୋଷରେ ଜମା କରିବାକୁ AAPକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଦର୍ଶାଇ ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କୁ ୧ ମାସ ମଧ୍ୟରେ ଆମ୍ ଆଦମୀ ପାର୍ଟିରୁ ଏହି ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜ୍ଞାପନ ଆଇଟମରେ ସରକାରୀ ପାଣ୍ଠିର ବେଆଇନ ବ୍ୟବହାରକୁ ନେଇ କଂଗ୍ରେସ ନେତା ଅଜୟ ମାକେନ୍ ପ୍ରଥମେ ଅଭିଯୋଗ କରିଥିଲେ।

ଏହା ବି ପଢନ୍ତୁ- Telangana Girl Kidnap Case: ଅପହରଣ ପରେ ବଧୂ ବେଶରେ ଭିଡ଼ିଓ ଜାରି କଲେ ଯୁବତୀ

ଏଥିରେ କୁହାଯାଇଥିଲା ଯେ ଦିଲ୍ଲୀ ସରକାର ଆପ୍‌ ଦଳର ଚିନ୍ତାଧାରା, ଯୋଜନା ଆଦିର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ସରକାରୀ ଅର୍ଥକୁ ବିଜ୍ଞାପନ ଲାଗି ବ୍ୟବହାର କରୁଛନ୍ତି । ଏଥିରେ ଆପ୍‌ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ଯାଞ୍ଚ କରିବା ଲାଗି ତତ୍କାଳୀନ ଉପରାଜ୍ୟପାଳ ନଜୀବ ଜଙ୍ଗଙ୍କ ଆଦେଶରେ ଏକ କମିଟି ଗଠନ ହୋଇଥିଲା । ଏବେ ୫ ବର୍ଷ ୮ ମାସ ପରେ କୋର୍ଟ କମିଟିର ରିପୋର୍ଟ ଯାଞ୍ଚ କରିବା ପରେ ଆପ୍‌କୁ ଟଙ୍କା ଫେରସ୍ତ ଲାଗି ଆଦେଶ ଦେଇଛନ୍ତି ।

ଉପରାଜ୍ୟପାଳ ଏ ନେଇ ନିର୍ଦ୍ଦେଶ ଦେବା ପରେ ପ୍ରତିକ୍ରିୟା ରଖିଛି ଆପ୍‌ ମୁଖପାତ୍ର ସୌରଭ ଭରଦ୍ବାଜ (Spokesperson Saurabh Bhardwaj) । ସେ ଉପରାଜ୍ୟପାଳଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି କହିଛନ୍ତି ତାଙ୍କ ନିକଟରେ ଏଭଳି ଆଦେଶ ଦେବା ଲାଗି ଅଧିକାର ନାହିଁ । ସେ ଔରଙ୍ଗଜେବଙ୍କ ପରି ଆଚରଣ କରୁଥିବା ଦଳ କହିଛି । ଭରଦ୍ବାଜ ଅନେକ ଖବରକାଗଜ ଦେଖାଇ କହିଛନ୍ତି ଯେ ଅନ୍ୟ ରାଜ୍ୟରେ ବିଜେପି ଏବଂ କଂଗ୍ରେସ ଶାସିତ ସରକାର ରାଜଧାନୀ ଦିଲ୍ଲୀର ଖବରକାଗଜରେ ବଡ଼ ବିଜ୍ଞାପନ ଦେଉଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ରାଜଧାନୀ ଦିଲ୍ଲୀର ଖବରକାଗଜ ଏବଂ ଟିଭି ଚ୍ୟାନେଲରେ ବିଜେପି ଶାସିତ ରାଜ୍ୟର ସରକାର ପ୍ରାୟ ୨୨ ହଜାର କୋଟି ମୂଲ୍ୟର ବିଜ୍ଞାପନ ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିବେ ବିଜେପି ଏହି ୨୨ ହଜାର କୋଟି ଟଙ୍କା କେବେ ଦେବେ ?

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.