ETV Bharat / bharat

Ayodhya: ଆସନ୍ତାବର୍ଷ ଜାନୁଆରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ, ପ୍ରଧାନମନ୍ତ୍ରୀଙ୍କୁ ଗଲା ନିମନ୍ତ୍ରଣ

author img

By

Published : Jul 25, 2023, 10:49 PM IST

ଆସନ୍ତାବର୍ଷ ଜାନୁଆରୀ 15 ରୁ 24 ତାରିଖ ମଧ୍ୟରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଅତିଥି ହେବେ ପ୍ରଧାନମନ୍ତ୍ରୀ । ନିମନ୍ତ୍ରଣ ପତ୍ର ପଠାଇଲା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ଅଧିକ ପଢନ୍ତୁ

Yodhya: ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବ, ପ୍ରଧାମନ୍ତ୍ରୀଙ୍କୁ ଗଲା ନିମନ୍ତ୍ରଣ

ଲକ୍ଷ୍ନୌ: ଅଯୋଧ୍ୟାରେ ଜାରି ରହିଛି ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ । ଆସନ୍ତାବର୍ଷ (2024) ଜାନୁଆରୀରେ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ବିଗ୍ରହ ସଂସ୍ଥାପନ ହେବା ସହ ପୂଜାର୍ଚ୍ଚନା ଆରମ୍ଭ ହେବ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପଠାଇଛି ।

ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ଆସନ୍ତାବର୍ଷ ଜାନୁଆରୀ 15 ରୁ 24 ତରିଖ ମଧ୍ୟରେ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହେବ । ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ସାମିଲ ହେବେ । ଏଥିପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଟ୍ରଷ୍ଟ ନିମନ୍ତ୍ରଣ ପତ୍ର ପଠାଇସାରିଛି । ଏହି ଭବ୍ୟ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ପ୍ରାୟ 10 ହଜାର ଅତିଥି ସାମିଲ ହେବେ । ଦେଶର ପ୍ରତ୍ୟେକ ମନ୍ଦିର ଏବଂ ପ୍ରତ୍ୟେକ ଗ୍ରାମକୁ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ କରାଯିବାକୁ ପ୍ରୟାସ କରାଯାଉଛି ।

ସେହିପରି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଆରମ୍ଭ ହୋଇଯିବ । ଅନ୍ୟପଟେ ମନ୍ଦିରର ଅବଶିଷ୍ଟ କାର୍ଯ୍ୟ ଓ ସମଗ୍ର ପ୍ରକଳ୍ପ କାର୍ଯ୍ୟର ନିର୍ମାଣ କାର୍ଯ୍ୟ ଜାରି ରହିବ । 2024 ସୁଦ୍ଧା ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ଆରମ୍ଭ କରିବାକୁ ପ୍ରଥମ ଦିନରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ସେହପରି 2026 ସୁଦ୍ଧା ଏହି ବିଶାଳ ପ୍ରକଳ୍ପ ସମ୍ପୂର୍ଣ୍ଣ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ:-Ayodhya Ram Mandir Construction: ଜାରି ହେଲା ଲାଟେଷ୍ଟ ଫଟୋ, ଦେଖନ୍ତୁ

ସୁପ୍ରିମକୋର୍ଟଙ୍କ ପକ୍ଷରୁ ହିନ୍ଦୁ ପକ୍ଷ ସପକ୍ଷରେ ରାୟ ଆସିବା ପରେ 2020 ମସିହା ଅଗଷ୍ଟ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜନ କାର୍ଯ୍ୟକ୍ରମରେ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିଥିଲେ । 2024 ସୁଦ୍ଧା ମନ୍ଦିରର ମୂଳ ଢାଞ୍ଚା ଓ ଗର୍ଭଗୃହ ସମେତ ପ୍ରଥମ ମହଲା କାର୍ଯ୍ୟ ଶେଷ ହେବାକୁ ଯାଉଛି । ଗର୍ଭଗୃହରେ ବିଗ୍ରହ ସଂସ୍ଥାପିତ ହେବା ପରେ ସାଧାରଣ ଦର୍ଶନ ଆରମ୍ଭ ହେବ । ପ୍ରକଳ୍ପର ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଜାରି ରହିବା ସହ 2026 ରେ ନିର୍ଦ୍ଧାରିତ ସମୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବହୁପ୍ରତୀକ୍ଷିତ ମନ୍ଦିରକୁ ଅତ୍ୟନ୍ତ ଭବ୍ୟ କାରିଗରୀ ଓ ଭିତ୍ତିଭୂମି ସହ ନିର୍ମାଣ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.