ନୂଆଦିଲ୍ଲୀ: ଆଜି ସଂସଦ ଶୀତ ଅଧିବେଶନର (Winter session of Parliament) ତୃତୀୟ ଦିନ । ନିଲମ୍ବିତ ୧୨ ରାଜ୍ୟସଭା ସାଂସଦ (12 RS MP) ଆଜି ଗାନ୍ଧୀମୂର୍ତ୍ତି ତଳେ ତାଙ୍କ ନିଲମ୍ବନକୁ ବିରୋଧ କରି ଧାରଣା ଦେଇଛନ୍ତି । ସେମାନଙ୍କୁ ଧାରଣାରେ ବସିବାକୁ ଦିଆଯାଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ (Union Minister Pralhad Joshi) ।
ଗାନ୍ଧୀ ମୂର୍ତ୍ତି ତଳେ ନିଲମ୍ବିତ ୧୨ ରାଜ୍ୟସଭା ସାଂସଦ (12 RS MP) ଧାରଣାରେ ବସିଛନ୍ତି । ଏ ନେଇ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ (Union Minister Pralhad Joshi) କହିଛନ୍ତି ଯଦି ରାଜ୍ୟସଭାର 12 ଜଣ ନିଲମ୍ବିତ ସଦସ୍ୟ ଗୃହକୁ ଆସିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଅନୁତାପ କରିବାକୁ ପଡିବ । ନହେଲେ ସେମାନଙ୍କୁ ଧାରଣାରେ ବସିବାକୁ ଦିଅନ୍ତୁ । ସେ ଆହୁରି କହିଛନ୍ତି ‘ମୁଁ ପ୍ରାର୍ଥନା କରୁଛି ମହାତ୍ମା ଗାନ୍ଧୀ ସେମାନଙ୍କୁ ବୁଦ୍ଧି ଦିଅନ୍ତୁ’ ।
ତିନିଦିନ ହେବ ୧୨ ସଦସ୍ୟଙ୍କ ନିଲମ୍ବନକୁ ନେଇ ଉଭୟ ଗୃହରେ ହଟଚମଟ ଦେଖିବାକୁ ମିଳିଛି । ବିଭିନ୍ନ ନାରାବାଜି ଦେଇ କେନ୍ଦ୍ର ସରକାରଙ୍କୁ ବିରୋଧ କରୁଛନ୍ତି ବିରୋଧୀ । ସଂସଦ ପରିସରରେ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ମୌସୁମୀ ଅଧିବେଶନର ହଟ୍ଟଗୋଳ ପାଇଁ ଶୀତ ଅଧିବେଶନରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ ।
ପ୍ରକାଶ ଥାଉ କି, ପ୍ରଥମ ଦିନରେ ଗତ ମୌସୁମୀ ଅଧିବେଶନ (Monsoon session)ରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଚଳିତ ଅଧିବେଶନ (winter session)ରୁ ୧୨ ରାଜ୍ୟସଭା ସାଂସଦ ନିଲମ୍ବିତ ହୋଇଛନ୍ତି ।
@ANI