ETV Bharat / bharat

ଲସ୍କର-ଇ-ତୋଇବାର ଜଣେ ସହଯୋଗୀଙ୍କୁ ବାନ୍ଧିଲା ସୁରକ୍ଷାବାହିନୀ - ଲସ୍କର-ଇ-ତୋଇବାର ଜଣେ ସହଯୋଗୀଙ୍କୁ ବାନ୍ଧିଲା ସୁରକ୍ଷାବାହିନୀ

ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର କେରି ଡୋଲିପୁରା ଅଞ୍ଚଳରେ ସେନାବାହିନୀକୁ ସଫଳତା । ଜମ୍ମୁ କଶ୍ମୀର ପୋଲିସ ଏବଂ ସୁରକ୍ଷାବାହିନୀର ମିଳିତ ଅପରେସନ୍ ସମୟରେ ଲସ୍କର-ଇ-ତୋଇବାର ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ଲସ୍କର-ଇ-ତୋଇବାର ଜଣେ ସହଯୋଗୀଙ୍କୁ ବାନ୍ଧିଲା ସୁରକ୍ଷାବାହିନୀ

author img

By

Published : Apr 8, 2022, 10:52 AM IST

ଶ୍ରୀନଗର: ଉତ୍ତର କାଶ୍ମୀରର ବାରମୁଲ୍ଲା ଜିଲ୍ଲାର କେରି ଡୋଲିପୁରା ଅଞ୍ଚଳରେ ସେନାବାହିନୀକୁ ସଫଳତା । ଜମ୍ମୁ କଶ୍ମୀର ପୋଲିସ ଏବଂ ସୁରକ୍ଷାବାହିନୀର ମିଳିତ ଅପରେସନ୍ ସମୟରେ ଲସ୍କର-ଇ-ତୋଇବାର ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଛି ।

ଖବର ଅନୁଯାୟୀ, କେରି ଡୋଲିପୁରାରେ ସର୍ଚ୍ଚ ଅପରେସନ ବେଳେ ସେନା ଓ ଜମ୍ମୁକଶ୍ମୀର ପୋଲିସ ଏବଂ ଏସସିବିର ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଜଣେ ଲସ୍କର-ଇ-ତୋଇବା ସହଯୋଗୀଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ କିଛି ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଗିରଫ ଆତଙ୍କବାଦୀ ଜଣକ ହେଲେ ଗୁଲାମ ନାବି ମିର ସାକିନା ମ୍ୟାନ୍ ଗାମ ୱାଗୁରାଙ୍କ ପୁଅ ଇକବାଲ ମିର ବୋଲି ଚିହ୍ନଟ ହୋଇଛି । ଏ ବାବଦରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଜାରି ହୋଇଛି ।

ଅନ୍ୟ ଏକ ଘଟଣାରେ ଆତଙ୍କବାଦୀମାନେ ଅନନ୍ତନାଗର ଆଶାଜିପୁରା ଅଞ୍ଚଳରେ ସିଆରିପିଏଫ ବଙ୍କର ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି । ସନ୍ଦିଗ୍ଧ ଆତଙ୍କୀ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଆଶଜିପୁରା ଅଞ୍ଚଳର ସିଆରପିଏଫ 40 ବାଟାଲିୟନ ମୁଖ୍ୟାଳୟରେ ଗ୍ରେନେଡ ମାଡ କରିଥିଲେ । ତେଣୁ ସୁରକ୍ଷାବାହିନୀ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

ଏହା ବି ପଢନ୍ତୁ...ଜମ୍ମୁ-କଶ୍ମୀର 11ଟି ସ୍ଥାନରେ NIAର ରେଡ୍‌, ଖୋଜା ଚାଲିଛି ଆତଙ୍କୀ ଲିଙ୍କ୍‌

ପ୍ରକାଶ ଥାଉ କି, ଜମ୍ମୁ ଏବଂ କାଶ୍ମୀରରେ ଜାତୀୟ ତଦନ୍ତ ଅଧିକାରୀଙ୍କ ତନାଘନା(NIA) ୧୧ଟି ସ୍ଥାନରେ ରେଡ ମାରିଛି । ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଇବା(LeT) ତଥା ଦ ରେଜିଷ୍ଟାଣ୍ଟ ଫ୍ରଣ୍ଟ ସମ୍ପୃକ୍ତି ଘଟଣାରେ ଏହି ସର୍ଚ୍ଚ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.