ETV Bharat / bharat

ବଢୁଛି ଛଟେଇ ସଂଖ୍ୟା: 2023 ରେ 84 ଷ୍ଟାର୍ଟଅପରୁ ନିଯୁକ୍ତି ହରାଇଲେଣି 24 ହଜାର କର୍ମଚାରୀ - ବିଦେଶରେ କାର୍ଯ୍ୟରତ ପ୍ରବାସୀ ଭାରତୀୟ

ଚଳିତବର୍ଷ 84 ଷ୍ଟାର୍ଟଅପରୁ ଛଟେଇ ହେଲେଣି 24 ହଜାର କର୍ମଚାରୀ । ବିଭିନ୍ନ କାରଣ ପାଇଁ ମାନବ ସମ୍ବଳ ହ୍ରାସ ମାଧ୍ୟମରେ ଖର୍ଚ୍ଚ କାଟ କରୁଛନ୍ତି ବିଭିନ୍ନ ଘରୋଇ ସଂସ୍ଥା । ଅଧିକ ପଢନ୍ତୁ

2023 ରେ 84 ଷ୍ଟାର୍ଟଅପରୁ ଛଟେଇ ହୋଇଛନ୍ତି 24 ହଜାର କର୍ମଚାରୀ

author img

By

Published : Apr 10, 2023, 6:31 PM IST

ନୂଆଦିଲ୍ଲୀ: ବର୍ଷ 2023 ରେ ଛଟେଇ ହୋଇଛନ୍ତି ରେକର୍ଡ ସଂଖ୍ୟକ କର୍ମଚାରୀ । ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କୁ ନିଯୁକ୍ତି ହରାଇବାକୁ ପଡିଛି । ଏକ ସଂସ୍ଥା ଦ୍ବାରା କରାଯାଇଥିବା ଅନୁଧ୍ୟାନରେ ସାମ୍ନାକୁ ଆସିଥିବା ରିପୋର୍ଟ ଆଶ୍ଚର୍ଯ୍ୟ କରିବା ପରି । କେବଳ ଚଳିତବର୍ଷ ଆରମ୍ଭରୁ ଏବେ ପର୍ଯ୍ୟନ୍ତ 84ଟି ଘରୋଇ ଷ୍ଟାର୍ଟଅପ ବା ସଂସ୍ଥାରୁ ମୋଟ 24 ହଜାର କର୍ମଚାରୀ ଛଟେଇ ହୋଇସାରିଛନ୍ତି । ତେବେ ଏହି ସଂସ୍ଥାଗୁଡିକ ଆର୍ଥିକ ସଂଙ୍କଟ ଓ ଖର୍ଚ୍ଚ ହ୍ରାସ କରିବା ପାଇଁ ମାନବ ସମ୍ବଳ ହ୍ରାସ ନିଷ୍ପତ୍ତି ଗ୍ରହଣ କରୁଥିବାରୁ ଏହି ଛଟେଇ ପ୍ରକ୍ରିୟା ଜାରି ରହିଛି ।

ଅଗ୍ରଣୀ ଷ୍ଟାର୍ଟଅପ୍ କଭରେଜ୍ ପୋର୍ଟାଲ୍ ଆଇଏନସି-42 (Inc-42)ର ସର୍ବଶେଷ ଅନୁଧ୍ୟାନରୁ ମିଳିଥିବା ତଥ୍ୟ ଅନୁଯାୟୀ, 84ଟି ଷ୍ଟାର୍ଟଅପ୍ ଦ୍ବାରା ମୋଟ 24,256 କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି । ଦେଶରେ କର୍ମଚାରୀଙ୍କୁ ଛଟେଇ କରୁଥିବା ଷ୍ଟାର୍ଟଅପ୍ ତାଲିକା ମଧ୍ୟ କ୍ରମାଗତ ବୃଦ୍ଧି ପାଉଛି । ଏହାର କୌଣସି ଗୌଟିଏ ନିର୍ଦ୍ଦିଷ୍ଟ କାରଣ ନୁହେଁ ବରଂ ଏକାଧିକ କାରଣ ରହିଥିବା ଅନୁଧ୍ୟାନରେ ପ୍ରକାଶ ପାଇଛି । ଏହି ଛଟେଇ ତାଲିକାରେ ବିଭିନ୍ନ ବର୍ଗରେ ତଥା ପ୍ରାୟ ସମସ୍ତ ପ୍ରକାରର କମ୍ପାନୀ ସାମିଲ ଥିବା ଦେଖିବାକୁ ମିଳୁଛି । ତେବେ ଏପରି ଅବସ୍ଥା ଭାରତୀୟ ଯୁବବର୍ଗ ବିଶେଷ କରି ବିଭିନ୍ନ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ବେକାରୀ ସମସ୍ୟା ପରି ସ୍ଥିତି ସୃଷ୍ଟି କରିବାରେ ଲାଗିଛି ।

ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁର ‘ଜେଷ୍ଟମନି’ କମ୍ପାନୀ ନିଜ ମୋଟ ମାନବ ସମ୍ବଳର 20 ପ୍ରତିଶତ ହ୍ରାସ କରିଛି । ଏହି ଅନୁପାତରେ ପ୍ରାୟ 100 ଜଣ କର୍ମଚାରୀ ନିଯୁକ୍ତି ହରାଇଛନ୍ତି । ଅନ୍ୟ ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କଳ୍ପନା ଇ-ସ୍ପୋର୍ଟସ ଷ୍ଟାର୍ଟଅପ୍ ଫ୍ୟାନକ୍ଲାସ୍ କମ୍ପାନୀ ମଧ୍ୟ ନିଜର 75% କର୍ମଚାରୀଙ୍କୁ ଛୁଟେଇ କରିଛି । ସୂତ୍ରରୁ ରିପୋର୍ଟ ଅନୁସାରେ,ଏହି ଷ୍ଟାର୍ଟଅପ୍ ପ୍ରାୟ 100 କର୍ମଚାରୀଙ୍କୁ ପର୍ଯ୍ୟାୟକ୍ରମେ ତିନି ରାଉଣ୍ଡରେ ବରଖାସ୍ତ କରିଛି । ସଂସ୍ଥାର ଏହି ନିଷ୍ପତ୍ତିରେ ପ୍ରଭାବିତ କର୍ମଚାରୀମାନେ ଥଇଥାନ ସ୍ବରୂପ ଦୁଇ ମାସର ବେତନ ପ୍ୟାକେଜ୍ ଭାବରେ ପାଇଛନ୍ତି ।

ଗତମାସ ଶେଷ ଭାଗରେ, ଅନଲାଇନ ଶୈକ୍ଷିକ ସଂସ୍ଥା ‘ଅନଏକାଡେମୀ’ ମଧ୍ୟ ନିଜ ମାନବସମ୍ବଳ ନୀତିରେ ପରିବର୍ତ୍ତନ କରି କର୍ମଚାରୀଙ୍କ ସଂଖ୍ୟାକୁ ହ୍ରାସ କରିଛି । ସଂସ୍ଥାର ସହ-ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ମୁଜାଲ କହିଛନ୍ତି, ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦେଖି ଟିମର ଆକାର 12 ପ୍ରତିଶତ ହ୍ରାସ କରାଯାଇଛି । ସଂସ୍ଥା ଧାର୍ଯ୍ୟ କରିଥିବା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ 350ରୁ ଅଧିକ କର୍ମଚାରୀଙ୍କର ଆବଶ୍ୟକତା ନାହିଁ । ତେଣୁ ସଂସ୍ଥା ତାର କର୍ମଚାରୀ ସଂଖ୍ୟା ହ୍ରାସ କରିଛି ।

ଏହି ଶ୍ରେଣୀଭୂକ୍ତ ଆସୁଥିବା ଷ୍ଟାର୍ଟଅପ୍ଗୁଡିକ ଯଥା, ବାଇଜୁ, ଓଲା, ଓୟୋ, ମିଶୋ, ଏମପିଏଲ, ଲିଭସ୍ପେସ୍ ଇନୋଭେଟର୍ସ, ଉଡାନ, ୟୁନାକେଡି ଏବଂ ବେଦାନ୍ତୁ ପ୍ରମୁଖ ମଧ୍ୟ ସାମାନ ପନ୍ଥା ଗ୍ରହଣ କରିଛନ୍ତି । ସଂସ୍ଥାର ଆର୍ଥିକ ସ୍ଥିରତା, ଖର୍ଚ୍ଚ ହ୍ରାସ ପାଇଁ ସେମାନେ ମଧ୍ୟ କର୍ମଚାରୀ ସଂଖ୍ୟା ହ୍ରାସ କରିବାରେ ଲାଗିଛନ୍ତି । ସେହିପରି ଅଗ୍ରଣୀ ଡିଜିଟାଲ ସ୍ୱାସ୍ଥ୍ୟସେବା ପ୍ଲାଟଫର୍ମ ‘ପ୍ରାକ୍ଟୋ’ କମ୍ପାନୀର ମୋଟ 41ଜଣ କର୍ମଚାରୀଙ୍କୁ ଛଟେଇ କରିଛି । ଏଥିରେ ଅଧିକାଂଶ ଇଞ୍ଜିନିୟରଙ୍କୁ ଛଟେଇ କରାଯାଇଛି । ଦ୍ରୁତ-ଗ୍ରୋସରୀ ବିତରଣ ପ୍ରଦାନକାରୀ ‘ଡୁଞ୍ଜୋ’ ନିଜର 30 ପ୍ରତିଶତ କର୍ମଚାରୀ ବା ପ୍ରାୟ 300 ଜଣଙ୍କୁ ଛଟେଇ କରିଛି ।

ସେହିପରି ‘ଲିଭସ୍ପେସ୍’ ଖର୍ଚ୍ଚ କାଟ କରିବା ପଦକ୍ଷେପ ସ୍ବରୂପ ଅତି କମରେ 100 କର୍ମଚାରୀଙ୍କୁ ଛଟେଇ କରିଛି । ‘ୟୁନିକର୍ଣ୍ଣ ପ୍ରିଷ୍ଟାଇନ୍ କେୟାର’ 350 କର୍ମଚାରୀଙ୍କୁ ଛଟେଇ କରିଛି । ଏହି ପ୍ରକ୍ରିୟା ବିକ୍ରୟ, ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦ ଟିମରେ କାର୍ଯ୍ୟରତ କର୍ମଚାରୀଙ୍କୁ ପ୍ରଭାବିତ କରିଥିଲା ​। ଅନଲାଇନ୍ ଉଚ୍ଚଶିକ୍ଷା କମ୍ପାନୀ ଅପଗ୍ରେଡ୍ ଏହାର ସହାୟକ କମ୍ପାନୀ 'କ୍ୟାମ୍ପସ୍'ରେ ପ୍ରାୟ 30% କର୍ମଜୀବୀଙ୍କୁ ଛଟେଇ କରିଥିଲା । ଏହି ହାତଗଣତି କିଛି ପ୍ରମୁଖ କମ୍ପାନୀ ବ୍ୟତୀତ ବହୁ ଛୋଟବଡ କମ୍ପାନୀମାନେ ନିଜ ମାନବ ସମ୍ବଳରେ ହ୍ରାସ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି କମ୍ପାନୀଙ୍କ ସଂଖ୍ଯା 84 ହୋଇଥିବା ବେଳେ ଏଥିରେ ପ୍ରଭାବିତ ହୋଇ ନିଯୁକ୍ତି ହରାଇଥିବା କର୍ମଚାରୀଙ୍କ ସଂଖ୍ୟା ମୋଟ 24 ହଜାର ହେବା ନେଇ ଅନୁଧ୍ୟାନ ରିପୋର୍ଟରେ ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.