ETV Bharat / bharat

ପଞ୍ଚାୟତ ମେମ୍ବରରୁ ମନ୍ତ୍ରୀ: ଛତିଶଗଡ଼ ସରକାରର ସର୍ବ କନିଷ୍ଠ ମନ୍ତ୍ରୀ 'ଲକ୍ଷ୍ମୀ' - ଲକ୍ଷ୍ମୀ ରାଜୱାଦେ

Cabinet Minister Laxmi Rajwade: ଜିଲ୍ଲା ପଞ୍ଚାୟତ ସଦସ୍ୟରୁ ବିଧାୟିକା, ଆଉ ଏବେ ମନ୍ତ୍ରୀ । ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ କ୍ୟାବନେଟରେ ମନ୍ତ୍ରୀ ହୋଇଛନ୍ତି ଲକ୍ଷ୍ମୀ ବେଜୱାଦେ । 31 ବର୍ଷୀୟା ଲକ୍ଷ୍ମୀ ଛତିଶଗଡ଼ ସରକାରରେ ସର୍ବକନିଷ୍ଠ ମନ୍ତ୍ରୀ । କିଏ ଏହି ଲକ୍ଷ୍ମୀ ଏବଂ କେମିତି ହେଲେ ମନ୍ତ୍ରୀ ? ଆସନ୍ତୁ ଜାଣିବା,

ପଞ୍ଚାୟତ ମେମ୍ବରରୁ ମନ୍ତ୍ରୀ: ଛତିଶଗଡ଼ ସରକାରର ସର୍ବ କନିଷ୍ଠ ମନ୍ତ୍ରୀ 'ଲକ୍ଷ୍ମୀ'

author img

By ETV Bharat Odisha Team

Published : Dec 22, 2023, 7:30 PM IST

ରାୟପୁର(ଛତିଶଗଡ଼): ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆଜି ତାଙ୍କ କ୍ୟାବିନେଟ୍ ସଂପ୍ରସାରଣ କରିଛନ୍ତି । ବିଷ୍ଣୁଦେବଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି 9 ଜଣ ମନ୍ତ୍ରୀ । ଏଥିରେ ଅଛନ୍ତି ପ୍ରଥମ ଥର ବିଧାୟିକା ନିର୍ବାଚିତ ହୋଇଥିବା ଲକ୍ଷ୍ମୀ ରାଜୱାଦେ । ଲକ୍ଷ୍ମୀ ହେଉଛନ୍ତି ଛତିଶଗଡ଼ ସରକାରରେ ସର୍ବକନିଷ୍ଠ ମନ୍ତ୍ରୀ। ଜିଲ୍ଲା ପଞ୍ଚାୟତ ସଦସ୍ୟରୁ ବିଧାୟିକା ହୋଇଥିବା ଲକ୍ଷ୍ମୀ ଏବଂ ପ୍ରଥମ ଥର ବିଧାୟିକା ହେବା ପରେ ତାଙ୍କୁ ମିଳିଛି ମନ୍ତ୍ରୀ ପଦ। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବଙ୍କ କ୍ୟାବିନେଟରେ ଲକ୍ଷ୍ମୀ ଏକମାତ୍ର ମହିଳା ସଦସ୍ୟା।

କିଏ ଲକ୍ଷ୍ମୀ ବେଜୱାଦେ ?: ବିଷ୍ଣୁଦେବ କ୍ୟାବିନେଟରେ ସର୍ବ କନିଷ୍ଠ ମନ୍ତ୍ରୀ ଲକ୍ଷ୍ମୀ ରାଜୱାଦେଙ୍କ କାହାଣୀ ବେଶ୍ ରୋଚକ ଏବଂ କୈତୁହଳପୂର୍ଣ୍ଣ। ସୁରଜପୁର ଜିଲ୍ଲାର ଭଟଗାଓଁ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟିକା ନିର୍ବାଚିତ ହୋଇଛନ୍ତି ଲକ୍ଷ୍ମୀ । ସେ ପ୍ରଥମ ଥର ପାଇଁ ବିଧାନସଭାକୁ ଯାଇଛନ୍ତି। ଭେୟାଥାନ ବିକାଶଗଡ଼ ବ୍ଲକ ଅନ୍ତର୍ଗତ ବୀରପୁର ସଦସ୍ୟରୁ ଆରମ୍ଭ ହୋଇଥିଲା ଲକ୍ଷ୍ମୀଙ୍କ ରାଜନୈତିକ କ୍ୟାରିୟର। ଗତ ପଞ୍ଚାୟତ ନିର୍ବାଚନରେ ​​ଲକ୍ଷ୍ମୀ ଜିଲ୍ଲା ପଞ୍ଚାୟତ ସଦସ୍ୟ ନିର୍ବାଚନ ​​ଜିତିଥିଲେ। ସେ ସୁରଜପୁରରୁ ଜିଲ୍ଲା ପଞ୍ଚାୟତ ସଦସ୍ୟ ହେବା ପରେ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ହୋଇଥିଲେ।

ଲକ୍ଷ୍ମୀ କିପରି ମନ୍ତ୍ରୀ ହେଲେ ? ଲକ୍ଷ୍ମୀ ରାଜୱାଦେ ଭଟଗାଓଁ ବିଧାନସଭାରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଯଦିଓ ଏହି ଆସନ ସାଧାରଣ ବର୍ଗ ପାଇଁ ଉଦ୍ଦିଷ୍ଟ। ତେବେ ଜାତି ସମୀକରଣ ଏହି ବିଧାନସଭାରେ କାର୍ଯ୍ୟ କରୁଛି । ଗତ ଦୁଇଟି ନିର୍ବାଚନରେ ପରସନାଥ ରାଜୱାଦେ ଏହି ଆସନରେ ନିର୍ବାଚନ ଜିତିଥିଲେ। କିନ୍ତୁ ଏଥର ଲକ୍ଷ୍ମୀ ରାଜୱାଦେ ପରସନାଥଙ୍କ ବିଜୟ ରଥରେ ବ୍ରେକ୍ ଲଗାଇଛନ୍ତି । ଏଥିପାଇଁ ତାଙ୍କୁ ପୁରସ୍କାର ମଧ୍ୟ ମିଳିଛି। ତାଙ୍କର ପ୍ରଥମ ନିର୍ବାଚନରେ ​​ଲକ୍ଷ୍ମୀ, କଂଗ୍ରେସର ହାଇପ୍ରୋଫାଇଲ୍ ପ୍ରାର୍ଥୀ ପରସନାଥଙ୍କୁ 43 ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

ଶପଥ ପରେ କଣ କହିଲେ ଲକ୍ଷ୍ମୀ ? ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଲକ୍ଷ୍ମୀ। ଶପଥ ଗ୍ରହଣ ପରେ ଲକ୍ଷ୍ମୀ କହିଛନ୍ତି, " ମୋ ଭଳି ଜଣେ ଗରିବ ଶ୍ରମିକଙ୍କ ଉପରେ ବିଜେପି ବିଶ୍ୱାସ ପ୍ରକଟ କରିଛି । ଏଥିପାଇଁ ମୁଁ ପାର୍ଟିକୁ ଧନ୍ୟବାଦ ଦେବାକୁ ଚାହୁଁଛି। ମୁଁ କେବଳ ଭଟଗାଓଁ ବିଧାନସଭାକୁ ପ୍ରତିନିଧିତ୍ୱ କରିବି ନାହିଁ ବରଂ ସମଗ୍ର ରାଜ୍ୟ ପାଇଁ କାମ କରିବାର ସୁଯୋଗ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ମହିଳାମାନଙ୍କୁ ପ୍ରାଥମିକତା ଦିଆଯାଉଛି। ମୋଦିଙ୍କ ପ୍ରତ୍ୟେକ ଗ୍ୟାରେଣ୍ଟି ପୂରଣ ପାଇଁ ପ୍ରୟାସ କରିବି। ଭବିଷ୍ୟତରେ ଦଳ ମୋତେ ଯାହା କରିବାକୁ କହିବ, ମୁଁ ସମାନ ନିର୍ଦ୍ଦେଶ ଅନୁଯାୟୀ ଜନସାଧାରଣଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବି।"

ଲକ୍ଷ୍ମୀଙ୍କ ପାଇଁ ଚାକିରି ଛାଡ଼ିଥିଲେ ସ୍ବାମୀ ରାମ : ଲକ୍ଷ୍ମୀଙ୍କ ପାଇଁ ଚାକିରି ଛାଡ଼ିଥିଲେ ତାଙ୍କ ସ୍ବାମୀ ରାମ। ପତ୍ନୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। କଥାରେ ଅଛି, ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ପଛରେ ଜଣେ ମହିଳା ଥାଆନ୍ତି। ଏଠାରେ ଓଲଟା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ସଫଳତା ପଛରେ ରହିଛନ୍ତି ଜଣେ ପୁରୁଷଙ୍କ ହାତ । ଲକ୍ଷ୍ମୀଙ୍କ ସ୍ୱାମୀ ରାମ ରାଜୱାଦେ, ପଞ୍ଚାୟତ ସଂପାଦକ ଭାବେ କାର୍ଯ୍ଯ କରୁଥିଲେ । ପତ୍ନୀଙ୍କୁ ନିର୍ବାଚନରେ ​ସାହାଯ୍ୟ କରିବା ପାଇଁ ରାମ ଚାକିରିରୁ ଇସ୍ତଫା ଦେଇଥିଲେ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.