ETV Bharat / bharat

ଝିଅର ଜନ୍ମଦିନ ପାଳନ ପାଇଁ ବିଧାନସଭାକୁ ଭଡ଼ାରେ ମାଗିଲେ ଓକିଲ ବାପା

author img

By

Published : Dec 22, 2022, 11:01 PM IST

ଝିଅର ଜନ୍ମଦିନ ପାଳନ ଲାଗି ବିଧାନସଭାକୁ ଭଡ଼ାରେ ମାଗି ଚର୍ଚ୍ଚାରେ ଓକିଲ ପିତା (Lawyer seeks Suvarna Soudha on rent for birthday celebration ) । କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଏପରି ଘଟଣା । ଅଧିକ ପଢନ୍ତୁ

Karnataka Suvarnasoudha
Karnataka Suvarnasoudha

ବେଙ୍ଗାଲୁରୁ: କର୍ଣ୍ଣାଟକ ବେଲଗାଭିରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ପିତା ନିଜ ଏକମାତ୍ର ଝିଅର ଜନ୍ମଦିନ ପାଳନ ଲାଗି ସୁବର୍ଣ୍ଣସୌଧ (କର୍ଣ୍ଣାଟକର ବିଧାନସଭା)କୁ ଭଡ଼ାରେ ଦେବା ଲାଗି ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି (Father writes letter to Speaker for Suvarna Soudha on rent for daughter's birthday celebration) । ତେବେ ସୁବର୍ଣ୍ଣସୌଧରେ କର୍ଣ୍ଣାଟକର କେବଳ ଶୀତକାଳୀନ ଅଧିବେଶନ ବସିଥାଏ ।

ଚିଠି ଲେଖିଥିବା ବ୍ୟକ୍ତି ଜଣକ ବୃତ୍ତିରେ ଜଣେ ଆଇନଜୀବୀ ହୋଇଥିବା ବେଳେ ତାଙ୍କ ନାମ ମଲ୍ଲିକାର୍ଜୁନ ଚୌକାଶୀ ବୋଲି ଜଣାପଡ଼ିଛି । ସେ ଗୋକାକ ନିକଟ ଘତ୍ରପ୍ରଭାର ଅଧିବାସୀ ବୋଲି ଜଣାପଡ଼ିଛି । ସେ ଚିଠିରେ ବାଚସ୍ପତିଙ୍କୁ ଲେଖିଛନ୍ତି, "ମୋପର ଗୋଟିଏ ମାତ୍ର ଝିଅ ମାନିଶ୍ରୀ । ଯିଏକି ଆସନ୍ତା ଜାନୁଆରୀ ୩୦ ତାରିଖରେ ୫ବର୍ଷର ହେବ । ଏହାସହିତ ସେ ପ୍ରଥମ ଶ୍ରେଣୀରେ ପଢିବ । ଏହା ତା' ଜୀବନର ଏକ ବିଶେଷ ମୁହୂର୍ତ୍ତ ହେବାକୁ ଯାଉଛି । ଏଥିଲାଗି କର୍ଣ୍ଣାଟକ ସୁବର୍ଣ୍ଣସୌଧ (Karnataka Suvarnasoudha) ଗୋଟିଏ ଦିନ ଲାଗି ଭଡ଼ାରେ ଦେବାକୁ ଅନୁରୋଧ ।"

ଏହା ବି ପଢନ୍ତୁ- ଜନ୍ମ ନେଲା ୪ ହାତଗୋଡ ବିଶିଷ୍ଟ ଶିଶୁ, ଦେଖିବାକୁ ଜମିଲା ଲୋକଙ୍କ ଭିଡ

ସୂଚନା ଥାଉ କି କର୍ଣ୍ଣାଟକରେ ଏକାଧିକ ବିଧାନସଭା ରହିଛି । ଏହି ସୁବର୍ଣ୍ଣସୌଧରେ କେବଳ ଶୀତକାଳୀନ ଅଧିବେଶନ ବସିଥାଏ । ଏଠାରେ ୧୦ ଦିନିଆ ସେସନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ତେବେ ସରକାର ବିଧାନସଭାକୁ ଭଡାରେ ଲଗାଇଲେ କିଛି ଅର୍ଥ ଉପାର୍ଜନ କରିପାରିବେ । ଏହି ପ୍ରସ୍ତାବକୁ ଗୃହରେ ଆଲୋଚନା କରିବା ଲାଗି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.