ETV Bharat / bharat

ହ୍ବାଟ୍ସଆପ ଓ ଫେସବୁକକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

author img

By

Published : Feb 15, 2021, 2:01 PM IST

ହ୍ବାଟସ୍ଆପର ନୂତନ ପ୍ରାଇଭେସି ପଲିସିକୁ ନେଇ ବିବାଦ ଚାଲିଥିବା ବେଳେ ସୁପ୍ରିମକୋର୍ଟ ଆଜି ଫେସବୁକ୍ ଏବଂ ହ୍ବାଟ୍ସଆପକୁ ତାଗିଦ୍ କରିଛନ୍ତି । ଅଧିକ ପଢନ୍ତୁ...

ହ୍ବାଟସ୍ ଆପ୍ ଓ ଫେସବୁକକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ହ୍ବାଟ୍ସଆପର ନୂତନ ପ୍ରାଇଭେସି ପଲିସିକୁ ନେଇ ବିବାଦ ଚାଲିଥିବା ବେଳେ ସୁପ୍ରିମକୋର୍ଟ ଆଜି ଫେସବୁକ୍ ଏବଂ ହ୍ବାଟ୍ସଆପକୁ ତାଗିଦ୍ କରିଛନ୍ତି । ଏହି ପ୍ରାଭେସି ପଲିସିକୁ ନେଇ ୟୁରୋପ ଓ ଭାରତର ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ହ୍ବାଟ୍ସଆପ / ଫେସବୁକକୁ ଲିଖିତ ଆକାରରେ କହିଛନ୍ତି ଯେ ଲୋକଙ୍କ ବ୍ୟକ୍ତିଗତ ମେସେଜକୁ ଏପରି ପଢାଯାଏ ନାହିଁ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ଚାରି ସପ୍ତାହ ପରେ ହେବ ।

ଫେସବୁକ୍ ଏବଂ ହ୍ବାଟ୍ସଆପକୁ କୋର୍ଟ କହିଛନ୍ତି, ‘ଆପଣ 2 କିମ୍ବା 3 ଟ୍ରିଲିୟନର ଏକ କମ୍ପାନୀ ହୋଇଥାଇପାରନ୍ତି । କିନ୍ତୁ ଲୋକେ ନିଜର ଗୋପନୀୟତାକୁ ଅଧିକ ଗୁରୁତ୍ବ ଦିଅନ୍ତି ଏବଂ ସେମାନଙ୍କୁ ଏପରି କରିବାର ଅଧିକାର ଅଛି ।’ ଯାଚିକାରେ କୁହାଯାଇଛି ଯେ ୟୁରୋପ ପାଇଁ ଭିନ୍ନ ଏବଂ ଭାରତ ପାଇଁ ବିଭିନ୍ନ ନିୟମ ଆପଣାଯାଉଛି । ଭାରତରେ ଡାଟା ସୁରକ୍ଷା ଆଇନ ନିର୍ମିତ ହେବାକୁ ଯାଉଛି । ଏହି ନିୟମକୁ ଅପେକ୍ଷା ନକରି ହ୍ବାଟ୍ସଆପ ନୂତନ ନିୟମ ଆଣିଛି । ଯାହା ଠିକ୍ ନୁହେଁ ।

ଏହି ମାମଲା ହ୍ବାଟସଆପର ସେହି ପ୍ରାଇଭେସି ପଲିସି ସହିତ ଜଡିତ, ଯାହା 2016ରେ ଆସିଥିଲା ​​| ଏହି ପ୍ରସଙ୍ଗଟି ସେତେବେଳେ ମଧ୍ୟ କୋର୍ଟରେ ପହଞ୍ଚିଥିଲା । ଏହି ମାମଲାର ଶୁଣାଣି ବେଳେ ନାଗରିକଙ୍କୁ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ତଥା ଏହାର ଅପବ୍ୟବହାରକୁ ରୋକିବା ପାଇଁ କୌଣସି ଆଇନ ପ୍ରଣୟନ କରାଯିବ କି ନାହିଁ ବୋଲି ସରକାରଙ୍କୁ ପଚାରିଥିଲେ କୋର୍ଟ । ବର୍ତ୍ତମାନ ସମୟ ଆସିଛି ଏହି ଦିଗରେ ସରକାରଙ୍କୁ ଉତ୍ତର ଦେବାକୁ ପଡିବ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.