ମୁମ୍ବାଇ: ସଙ୍ଗୀତ ଜଗତରେ ୮ ଦଶନ୍ଧି ପୂରଣ କଲେ କିମ୍ବଦନ୍ତୀ ଗାୟିକା, ସୁର ସାମ୍ରାଜ୍ଞୀ ତଥା ଭାରତ ରତ୍ନ ଲାତା ମଙ୍ଗେସକର । ୮୦ବର୍ଷ ପୂର୍ବେ ଆଜିର ଦିନରେ ରେଡିଓରେ ପ୍ରଥମ ଗୀତ ଗାଇ ନିଜ କଣ୍ଠଦାନ କ୍ୟାରିୟରର ଶୁଭାରମ୍ଭ କରିଥିଲେ ଲତା । ଆଜି ଏହି ୯୨ ବର୍ଷୀୟା କିମ୍ବଦନ୍ତୀ ଗାୟିକା ଲତା ନିଜର ଦୀର୍ଘ ସଙ୍ଗୀତ କ୍ୟାରିୟରର ପ୍ରଥମ ଦିନକୁ ମନେ ପକାଇବା ସହ ନିଜ ବାଲ୍ୟକାଳର ଏକ ଫଟୋ ଟ୍ବିଟ କରି ବେଶ ଭାବପ୍ରବଣ ନଜର ଆସିଛନ୍ତି । ପ୍ରଶଂସକଙ୍କ ଠାରୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ ।
-
16 दिसम्बर 1941 को,ईश्वर का पूज्य माई और बाबा का आशिर्वाद लेकर मैंने रेडीओ के लिए पहली बार स्टूडीओ में २ गीत गाए थे.आज इस बात को 80 साल पूरे हो रहे हैं.इन 80 सालों में मुझे जनता का असीम प्यार और आशिर्वाद मिला है,मुझे विश्वास है की आपका प्यार,आशिर्वाद मुझे हमेशा यूँही मिलता रहेगा. pic.twitter.com/YwFTkkPMnb
— Lata Mangeshkar (@mangeshkarlata) December 16, 2021 " class="align-text-top noRightClick twitterSection" data="
">16 दिसम्बर 1941 को,ईश्वर का पूज्य माई और बाबा का आशिर्वाद लेकर मैंने रेडीओ के लिए पहली बार स्टूडीओ में २ गीत गाए थे.आज इस बात को 80 साल पूरे हो रहे हैं.इन 80 सालों में मुझे जनता का असीम प्यार और आशिर्वाद मिला है,मुझे विश्वास है की आपका प्यार,आशिर्वाद मुझे हमेशा यूँही मिलता रहेगा. pic.twitter.com/YwFTkkPMnb
— Lata Mangeshkar (@mangeshkarlata) December 16, 202116 दिसम्बर 1941 को,ईश्वर का पूज्य माई और बाबा का आशिर्वाद लेकर मैंने रेडीओ के लिए पहली बार स्टूडीओ में २ गीत गाए थे.आज इस बात को 80 साल पूरे हो रहे हैं.इन 80 सालों में मुझे जनता का असीम प्यार और आशिर्वाद मिला है,मुझे विश्वास है की आपका प्यार,आशिर्वाद मुझे हमेशा यूँही मिलता रहेगा. pic.twitter.com/YwFTkkPMnb
— Lata Mangeshkar (@mangeshkarlata) December 16, 2021
1941 ମସିହା ଡିସେମ୍ବର 16 ତାରିଖରେ ରେଡିଓ ପାଇଁ ଷ୍ଟୁଡିଓରେ ପ୍ରଥମ ଥର ପାଇଁ 2ଟି ଗୀତରେ କଣ୍ଠଦାନ କରିଥିଲେ ଲତା । ପରେ ଦୀର୍ଘ ୭ ଦଶନ୍ଧି ଧରି ଭାରତୀୟ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ଅଖଣ୍ଡ ରାଜ କରିଥିଲେ । ନିଜ ସଙ୍ଗୀତ କ୍ୟାରିୟରରେ ପ୍ରଶଂସକଙ୍କ ଠାରୁ ପାଇଥିବା ଭଲପାଇବା, ସମ୍ମାନ ଓ ଆର୍ଶୀବାଦ ପାଇଁ ସେ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।
ନିଜ ଟ୍ବିଟରେ ଲତା ବେଶ ଭବପ୍ରବଣ ନଜର ଆସିଛନ୍ତି । ଲତା କହିଛନ୍ତି ଏହି 80 ବର୍ଷର ଦୀର୍ଘ ଯାତ୍ରା ମଧ୍ୟରେ ସେ ଜନସାଧାରଣଙ୍କ ତରଫରୁ ଅପାର ପ୍ରେମ ଏବଂ ଆଶୀର୍ବାଦ ପାଇଛନ୍ତି । ତାଙ୍କ ପ୍ରତି ଏ ଭଲପାଇବା ଓ ଆର୍ଶୀବାଦ ସର୍ବଦା ରହିବା ନେଇ ମଧ୍ୟ ତାଙ୍କର ବିଶ୍ବାସ ରହିଛି । ଲତାଙ୍କ ଏପରି ପୋଷ୍ଟ ସାମ୍ନାକୁ ଆସିବା ପରେ ଭାରତୀୟ ସଙ୍ଗୀତ ପ୍ରେମୀ ଓ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଶଂସକମାନେ ତାଙ୍କ ଦୀର୍ଘ ତଥା ସୁସ୍ଥ ଓ ନିରାମୟ ଜୀବନ କାମନା କରି ଶୁଭଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି ।
1942 ମସିହାରେ ସଙ୍ଗୀତ ଜଗତରେ ଖୁବ କମ ବୟସରେ ଜଣେ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଲତା । ପରେ ପ୍ରାୟ ୭ ଦଶନ୍ଧି ଧରି ଭାରତୀୟ ସଙ୍ଗୀତ ଜଗତରେ ନିଜର ଯାଦୁଭରା କଣ୍ଠରେ ସମସ୍ତଙ୍କୁ ମତୁଆଲା କରିଥିଲେ ଲତା । ହିନ୍ଦୀ ସମେତ ୩୦ରୁ ଊର୍ଦ୍ଧ୍ବ ଭାଷାରେ 25,000 ରୁ ଅଧିକ ଗୀତରେ କଣ୍ଠଦାନ କରି କୋକିଳ କଣ୍ଠୀ ଭାବେ ପରିଚୟ ହାସଲ କରିଛନ୍ତି ଲତା ।
ନିଜ ଆଜୀବନ ସଙ୍ଗୀତ ସାଧାନ ପାଇଁ ୨୦୦୧ ମସିହାରେ ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ସମେତ ପଦ୍ମବିଭୂଷଣ, ପଦ୍ମ ଭୂଷଣ ଏବଂ ଦାଦାସାହେବ ଫାଲକେ ପରି ସମ୍ମାନଜନକ ଜାତୀୟ ପୁରସ୍କାରର ଅଧିକାରିଣୀ ହୋଇଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ।
ANI