ETV Bharat / bharat

ଯେତେବେଳେ ମନ ମିଶେ: ବର 85କୁ କନିଆ 65, ସାଜିଲେ ଉଦାହରଣ - ମହୀଶୂର ଜିଲ୍ଲାର ମୁସ୍ତାଫା ଓ ଫତିମାଙ୍କ ବାହାଘର ସମ୍ପନ୍ନ

ବାହାଘର ହେଉଛି ଅସମ୍ପୂର୍ଣ୍ଣ ଜୀବନରେ ଏକ ସମ୍ପନ୍ନ କାର୍ଯ୍ୟ । ବାହାଘର ପରିବାର ଓ ଦମ୍ପତିଙ୍କ ମଧ୍ୟରେ ଆଣିଥାଏ ହସ ଓ ଉଲ୍ଲାସ । ତେବେ ଏମିତି ଏକ ବାହାଘର କର୍ଣ୍ଣାଟକର ମହୀଶୂର ଜିଲ୍ଲାରେ ହୋଇଛି । ଯାହାକୁ କେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଅଧିକ ପଢନ୍ତୁ

old man married to a old woman in Karnataka
କର୍ଣ୍ଣାଟକ ମହୀଶୂରରେ ବାର୍ଦ୍ଧକ୍ୟରେ ବାହାଘର
author img

By

Published : Jan 23, 2022, 8:39 PM IST

ମହୀଶୂର(କର୍ଣ୍ଣାଟକ): ବାହାଘର ହେଉଛି ଅସମ୍ପୂର୍ଣ୍ଣ ଜୀବନରେ ଏକ ସମ୍ପନ୍ନ କାର୍ଯ୍ୟ । ବାହାଘର ପରିବାର ଓ ଦମ୍ପତିଙ୍କ ମଧ୍ୟରେ ଆଣିଥାଏ ହସ ଓ ଉଲ୍ଲାସ । ତେବେ ଏମିତି ଏକ ବାହାଘର କର୍ଣ୍ଣାଟକର ମହୀଶୂର ଜିଲ୍ଲାରେ ହୋଇଛି । ଯାହାକୁ କେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଏହି ବାହାଘର କର୍ଣ୍ଣାଟକର ମହୀଶୂର ଜିଲ୍ଲାରେ ହୋଇଛି । ବରଙ୍କୁ ୮୫ ବର୍ଷ ହୋଇଥିବାବେଳେ କନ୍ୟାଙ୍କୁ ୬୫ ବର୍ଷ । ଗତ ସପ୍ତାହରେ ୮୫ ବର୍ଷୀୟ ମୁସ୍ତାଫା ୬୫ ବର୍ଷିୟା ଫତିମାଙ୍କୁ ବିବାହ କରିଛନ୍ତି । ଉଭୟ ମୁସ୍ତାଫା ଓ ଫତିମାଙ୍କ ଘର ମହୀଶୂର ଜିଲ୍ଲାର ଘୋଉସିଆ ନଗର ।

ଅନ୍ୟପଟେ ମୁସ୍ତାଫାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସେ ଏକୁଟିଆ ହୋଇ ଯାଇଥିଲେ । ଏଥିସହ ତାଙ୍କର ୯ଟି ସନ୍ତାନ ରହିଛନ୍ତି । ଏପଟେ ମୁସ୍ତାଫାଙ୍କ ସମସ୍ତ ସନ୍ତାନ ବାହାଘର ପରେ ସେ ନିଜକୁ ଆହୁରି ଏକୁଟିଆ ମଣିଥିଲେ ।

ସେହିପରି ଫତିମାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ସନ୍ତାନ ସବୁ ବାହାରେ ରହୁଥିବାବେଳେ ସେ ମଧ୍ୟ ନିଜକୁ ଏକୁଟିଆ ରହୁଥିଲେ । ଏହାପରେ ଫତିମାଙ୍କୁ ବିବାହ ପାଇଁ ନିବେଦନ କରିଥିଲେ ମୁସ୍ତାଫା । ଫତିମା ରାଜି ହେବା ପରେ ଉଭୟଙ୍କ ପରିବାର ଉପସ୍ଥିତିରେ ଗତ ସପ୍ତାହରେ ବାହାଘର ସମ୍ପନ୍ନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.