ETV Bharat / bharat

ନଭେମ୍ବର ୧୯‌ରେ ଲାଗିବ ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ - ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ

ଚଳିତ ବର୍ଷର ଦ୍ବିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର 19ରେ ହେବାକୁ ଯାଉଛି । କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟ ଏହି ଦିନ ପାଳିତ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନଭେମ୍ବର 19, 2021ରେ ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ପ୍ରାୟ 11.30 ସମୟରେ ଆରମ୍ଭ ହୋଇ ସନ୍ଧ୍ୟା 5:33 ରେ ଶେଷ ହେବ । ଅଧିକ ପଢନ୍ତୁ...

ନଭେମ୍ବର ୧୯‌ ରେ ଲାଗିବ ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ

author img

By

Published : Nov 9, 2021, 8:35 AM IST

ନୂଆଦିଲ୍ଲୀ: ଚଳିତ ବର୍ଷର ଦ୍ବିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର 19 ରେ ହେବାକୁ ଯାଉଛି । କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟ ଏହି ଦିନ ପାଳିତ ହେବ । ତେବେ କାର୍ତ୍ତିକ ପୂର୍ଣ୍ଣିମାରେ ଗଙ୍ଗାରେ ସ୍ନାନ କରିବାର ବିଶେଷ ମହତ୍ତ୍ବ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନଭେମ୍ବର 19, 2021 ରେ ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ପ୍ରାୟ 11.30 ସମୟରେ ଆରମ୍ଭ ହୋଇ ସନ୍ଧ୍ୟା 5:33 ରେ ଶେଷ ହେବ । ତେବେ କାର୍ତ୍ତିକ ପୂର୍ଣ୍ଣିମାରେ ଏହି ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ଏହା ଆଂଶିକ ରହିବ । ଅରୁଣାଚଳ ପ୍ରଦେଶ ଏବଂ ଆସାମର କିଛି ଅଞ୍ଚଳ ବ୍ୟତୀତ ଏହି ଚନ୍ଦ୍ରଗ୍ରହଣ ଦେଶର ଅନ୍ୟ ସ୍ଥାନରେ ଦେଖାଯିବ ନାହିଁ । ଏପଟେ ଆଂଶିକ ଚନ୍ଦ୍ରଗ୍ରହଣ ହେତୁ, ସେହି ସମୟରେ କୌଣସି ସୁତକ ରହିବ ନାହିଁ । ବିଶ୍ବାସ କରାଯାଏ ଯେ, ସୁତକ ସମୟରେ କୌଣସି ଶୁଭ କାମ କରାଯାଏ ନାହିଁ ଏବଂ ଗର୍ଭବତୀ ମହିଳାମାନଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥାଏ । ଅବଶ୍ୟ, ଆଂଶିକ ଚନ୍ଦ୍ରଗ୍ରହଣ ହେତୁ ଲୋକମାନେ ସୁତକ ସମୟର ପ୍ରଭାବରୁ ମୁକ୍ତ ରହିବେ । ଏହି ଚନ୍ଦ୍ରଗ୍ରହଣ ବୃଷ ରାଶିରେ ଘଟିବ, ତେଣୁ ବୃଷ ରାଶିର ଲୋକମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

ପୌରାଣିକ ବାର୍ତ୍ତା ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ସ୍ବର୍ଭାନୁ ନାମକ ଏକ ରାକ୍ଷସ ଛଳରେ(ପ୍ରତାରଣା କରି) ଅମୃତ ପାନ କରିବାକୁ ଚେଷ୍ଟା କରିଥିଲା । ସେତେବେଳେ ଚନ୍ଦ୍ର ଏବଂ ସୂର୍ଯ୍ୟ ତାଙ୍କୁ ଦେଖି ଦେଇଥିଲେ। ଯେତେବେଳେ ସେ ଭଗବାନ ବିଷ୍ଣୁଙ୍କୁ ଏହି ସୂଚନା ଦେଇଥିଲେ, ସେତେବେଳେ ସେ ତାଙ୍କ ସୁଦର୍ଶନ ଚକ୍ରରେ ରାକ୍ଷସର ମୁଣ୍ଡ କାଟି ଦେଇଥିଲେ। କିନ୍ତୁ ସେତେବେଳକୁ ତାଙ୍କ ଗଳାରୁ କିଛି ବୁନ୍ଦା ଅମୃତ ତଳକୁ ଖସିଯିବା କାରଣରୁ ସେହି ରାକ୍ଷସ ଦୁଇଟି ରାକ୍ଷସରେ ବିଭକ୍ତ ହୋଇଯାଇଥିଲା। ସେବେଠାରୁ ତଳର ଭାଗକୁ କେତୁ ଏବଂ ମୁଣ୍ଡ ଭାଗକୁ ରାହୁ କୁହାଯାଏ ।

ବିଶ୍ବାସ କରାଯାଏ, ଏହି ଘଟଣା ପରେ ରାହୁ-କେତୁ ପ୍ରତିଶୋଧ ନେବାକୁ ସମୟ ସମୟରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଉପରେ ଆକ୍ରମଣ କରିଥା’ନ୍ତି। ସେମାନଙ୍କର ପ୍ରଭାବ ହେତୁ ସୂର୍ଯ୍ୟ ଏବଂ ଚନ୍ଦ୍ର କିଛି ସମୟ ପାଇଁ ଶକ୍ତି ହରାଇବସନ୍ତି । ଏହି ଘଟଣାକୁ ଚନ୍ଦ୍ରଗ୍ରହଣ କୁହାଯାଏ । ଯେହେତୁ ଏହି ଘଟଣା ଧାର୍ମିକ ଶାସ୍ତ୍ର ଅନୁସାରେ ଅଶୁଭ ବୋଲି ମାନାଯାଏ, ସେଥିପାଇଁ ସେହି ସମୟରେ ଶୁଭ କାର୍ଯ୍ୟ ସମ୍ପୂର୍ଣ୍ଣ ନିଷେଧ ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.