ETV Bharat / bharat

IMA Passing Out Parade: ଆଇଏମଏରୁ ପାସ୍ ଆଉଟ୍‌ ହେଲେ ଆଫଗାନିସ୍ତାନର ଶେଷ ବ୍ୟାଚ

author img

By

Published : Jun 11, 2022, 2:43 PM IST

ଭାରତୀୟ ସୈନ୍ୟ ଏକାଡେମୀରୁ ପାସ୍ ଆଉଟ ହେଲେ ୩୭୭ କ୍ୟାଡେଟ୍‌ । ଆଫଗାନିସ୍ତାନର ଶେଷ ବ୍ୟାଚ୍ ମଧ୍ୟ ପାସ୍ ଆଉଟ୍‌ ହୋଇଛନ୍ତି । ଅଧିକ ପଢନ୍ତୁ

IMA Passing Out Parade: ଆଇଏମଏରୁ ପାସ୍ ଆଉଟ ହେଲେ ଆଫଗାନିସ୍ତାନର ଶେଷ ବ୍ୟାଚ

ଡେରାଡୁନ: ଡେରାଡୁନ ସ୍ଥିତ ଭାରତୀୟ ସୈନ୍ୟ ଏକାଡେମୀରୁ (Indian Military Academy) ଆଜି(ଶନିବାର) ୩୭୭ କ୍ୟାଡେଟ ପାସ ଆଉଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଆଫଗାନିସ୍ତାନର ୪୩ କ୍ୟାଡେଟର ଶେଷ ବ୍ୟାଚ୍ ମଧ୍ୟ ସାମିଲ ରହିଛି । ଆଇଏମଏରେ ୧୧ ଜୁନ ଅର୍ଥାତ୍ ଆଜି ହୋଇଥିବା ପାସିଂ ଆଉଟ୍‌ ପରେଡ ପରେ ଭାରତୀୟ ସେନାକୁ ୨୮୮ ଜଣ ଯୁବ ଅଫିସର ମିଳିଛି । ଏହାବ୍ୟତୀତ ୮ ମିତ୍ର ଦେଶର ୮୯ ଜଣ ସେନା ଅଧିକାରୀ ମଧ୍ୟ ଅଛନ୍ତି ।

ବର୍ତ୍ତମାନ ଦେଶବିଦେଶର ସୈନ୍ୟ ବାହିନୀକୁ ୬୩ ହଜାର ୭୬୮ ଯୁବ ସେନା ଅଧିକାରୀ ଦେବାର ଗୌରବ ଆଇଏମଏ ନାଁରେ ରହିଛି । ଏହାମଧ୍ୟରେ ୩୪ ମିତ୍ର ଦେଶକୁ ମିଳିଥିବା ୨,୭୨୪ ସେନା ଅଧିକାରୀ ମଧ୍ୟ ଅନ୍ତର୍ଭୁକ୍ତ । ଆଜି ଭାରତୀୟ ସେନା ଏକାଡେମୀରୁ ୩୭୭ କ୍ୟାଡେଟ ପାସ୍‌ ଆଉଟ ହୋଇଛନ୍ତି । ଏଥିମଧ୍ୟରୁ ୨୮୮ କ୍ୟାଡେଟ ଭାରତୀୟ ସେନାରେ କାର୍ଯ୍ୟ କରିବେ । ବାକି ୮୯ଟି ବିଦେଶୀ କ୍ୟାଡେଟ ଅଟନ୍ତି । ଆଜିର ଭାରତୀୟ ସେନାର ପାସିଂ ଆଉଟ ପରେଡରେ ଦକ୍ଷିଣ ପଶ୍ଚିମ କମାଣ୍ଡ କମାଣ୍ଡର (Command of South Western Command) ଲେଫ୍ଟନାଣ୍ଟ ଜେନେରାଲ ଅମରଦୀପ ସିଂହ ଭିଣ୍ଡର ସାମିଲ ହୋଇଛନ୍ତି ।

ଆଜି ଭାରତୀୟ ସୈନ୍ୟ ଏକାଡେମୀର ପାସିଂ ଆଉଟ୍‌ ପରେଡ ସମୟରେ ଭାରତୀୟ ବ୍ୟାଚ୍‌ ସହ ଆଫଗାନିସ୍ତାନର ୪୩ କ୍ୟାଡେଟର ଶେଷ ବ୍ୟାଚ୍‌ ପାସ୍‌ ଆଉଟ ହୋଇଛନ୍ତି । ଗତବର୍ଷ ଅଗଷ୍ଟରେ ଯେତେବେଳେ ତାଲିବାନ କ୍ଷମତାକୁ ଆସିଲା, ସେତେବେଳେ ଆଫଗାନିସ୍ତାନ ରାଷ୍ଟ୍ରୀୟ ସେନାର ଅସ୍ତିତ୍ବ ମାଟିରେ ମିଶିଗଲା । ତାଲିବାନ କବଜା ପରେ ଆଇଏମଏରେ ୮୩ ଆଫଗାନିସ୍ତାନ ଜେଣ୍ଟେଲମ୍ୟାନ କ୍ୟାଡେଟ ଥିଲେ ।

ସେଥିମଧ୍ୟରୁ ଗତବର୍ଷ ଡିସେମ୍ବରରେ ୪୦ କ୍ୟାଡେଟ୍‌ ଏକାଡେମୀରୁ ସ୍ନାତକ ଉପାଧି ପ୍ରାପ୍ତ କରିଥିଲେ ଏବଂ ବାକି ୪୩ କ୍ୟାଡେଟ ଆଜିର ପରେଡରେ ପାସ୍ ଆଉଟ ହୋଇଯାଇଛନ୍ତି । ଆଇଏମଏ ଅଧିକାରୀଙ୍କ କହିବାନୁସାରେ, ଯେବେଠୁ ତାଲିବାନ ଆଫଗାନିସ୍ତାନକୁ କବ୍‌ଜା କରିଛି, ସେବେଠୁ କୌଣସି ନୂଆ କ୍ୟାଡେଟ୍‌ ପ୍ରଶିକ୍ଷଣ ପାଇଁ ଆଇଏମଏ ଆସିନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.