ବୀରଭୂମ: ଚାରିଆଡେ ଘଞ୍ଚ ଜଙ୍ଗଲ .. ଶାନ୍ତ ପରିବେଶ, ଭିତରେ କିଚିରିମିଚିରି ଶବ୍ଦ .. ତା ମଧ୍ୟରେ ରହିଥିବା ଏହି ପୁରୁଣା ପରିତ୍ୟକ୍ତ କୋଠା ଇତିହାସ ପୃଷ୍ଠାରେ ରହିଛି ଜୀବନ୍ତ । ଏହା କେବଳ ଏକ ବଙ୍ଗଳା ନୁହେଁ ବରଂ ବହୁ ଅକୁହା-ଅଶୁଣା ଇତିହାସର ମୁକସାକ୍ଷୀ । ନୀଳକୁଠି ନାଁରେ ପରିଚିତ ଏହି ସ୍ଥାନ ......
ପଶ୍ଚିମବଙ୍ଗ ବୀରଭୂମର ଲାଭପୁରକୁ ଆପଣଙ୍କୁ ସ୍ବାଗତ । ଆଜି ଆମେ ଆପଣଙ୍କୁ ଜଣାଇବୁ ଗୁନୁଟିଆ ନୀଳକୁଠି ବିଷୟରେ । ମୟୁରାକ୍ଷୀ ନଦୀ କୂଳରେ ରହିଥିବା ନୀଳକୁଠି ନାଁ ଶୁଣିଲେ କେବେ ଭୟରେ ଥରୁଥିଲେ ଲୋକ । ହେଲେ 250 ବର୍ଷ ତଳର ଏହି କୋଠା ଆଜି ‘ହରର’ ନାଁରେ ହୋଇଯାଇଛି ବିଲୁପ୍ତ ।
ଏଡୱାର୍ଡ ହେ 1775 ମସିହାରେ ନିଳକୁଠିର ସ୍ଥାପନା କରିଥିଲେ । ଯଦିଓ ସମୟ ସହ ଏହାର ଚମକ ଫିକା ପଡିବା ସହ ପରିତ୍ୟକ୍ତ ହୋଇପଡିଛି । କିନ୍ତୁ ସେହି କାଳରେ ଏହା ଥିବା ବଙ୍ଗଳବାର ସବୁଠୁ ବଡ ନୀଳକୁଠି ।
ମୁଖ୍ୟ କୋଠା, ଫାର୍ମା ହାଉସ, ଜନ ଚିପଙ୍କ ଶେଷ ବିଶ୍ରାମ ସ୍ଥଳ , କୃଷି ପାଇଁ ଜଳଭୂମି , ବଡ ଟାୱାର .... ସବୁ କିଛି ଏଠାରେ ଅବସ୍ଥିତ । ଇତିହାସକୁ ବର୍ଷ ବର୍ଷ ଧରି ନିଜ ଭିତରେ ସାଇତି ରଖିଛି ଏହି କୋଠା । କିନ୍ତୁ ଏଥିରୁ ଅଧିକାଂଶ ଏବେ ଜରାଜୀର୍ଣ୍ଣ ।
ଗୁନୁଟିଆ ନୀଳକୁଠୀରୁ ଏକ ବୃହତ ଅଞ୍ଚଳରେ ରଙ୍ଗ ଚାଷ ପରିଚାଳନା କରାଯାଉଥିଲା | ସ୍ଥାନୀୟ ଲୋକଙ୍କ କହିବାନୁସାରେ ସେହି ସମୟରେ ଏଠାରେ 200 ରୁ ଉର୍ଦ୍ଧ୍ବ ଟାୱାର ଲଗାଯାଇ ଥିଲା । ଏଥିରୁ କିଛି ଟାୱାର ଏବେ ବି ଏଠାରେ ରହିଛି | ରଙ୍ଗ ବ୍ୟତିତ ରେଶମ ଏବଂ ତୁତ କୋଳି ଚାଷ ଉପରେ ନଜର ରଖିବାକୁ ମଧ୍ୟ ଏହି ଟାୱାରଗୁଡିକୁ ବ୍ୟବହାର କରାଯାଉଥିଲା ।
ଐତିହାସିକଙ୍କ ମତରେ ଯଦି ଏଠାକାର ସ୍ଥିତିରେ ସୁଧାର ଅଣାଯାଏ, ତେବେ ଏହା ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇପାରିବ । ଏନେଇ ସ୍ଥାନୀୟ ଲୋକେ ମଧ୍ୟ ମତ ରଖିଛନ୍ତି ।
ଜନ୍ ଚିପ୍ ଏବଂ ତାଙ୍କ ସହଯୋଗୀ ଏହି ନୀଳକୁଠି ସ୍ଥାପନ କରିଥିଲେ । ସେମାନଙ୍କର ବ୍ୟବସାୟ ସମଗ୍ର ଜିଲ୍ଲାରେ ବୃଦ୍ଧି କରିବାକୁ ଚେଷ୍ଟା କରିଥିଲେ । ଅଜୟ ଏବଂ ମୟୁରାକ୍ଷୀ ନଦୀର ଜଳପଥ ଏହି ବ୍ୟବସାୟର ମୁଖ୍ୟ କାରଣ ଥିଲା | ସେମାନେ ଏହି ବ୍ୟବସାୟ ପାଇଁ ଏହି ନଦୀ ପଥକୁ ବ୍ୟବହାର କରୁଥିଲେ | ନୀଳ ବା ରଙ୍ଗ ଚାଷ ବର୍ତ୍ତମାନ ଏଠାକାର ଇତିହାସ, କିନ୍ତୁ ଏହି ପରିତ୍ୟକ୍ତ ବିଲ୍ଡିଂ ଦେଖିଲେ ସେହି ସମୟର ମହତ୍ତ୍ବକୁ ବୁଝିପାରିବେ | ଏହା ଆମକୁ ବିରଭୂମ ଇତିହାସ ଆଡକୁ ଆକର୍ଷିତ କରେ | ଯଦି ଆମେ ଏହି ସ୍ଥାନର ନବୀକରଣ କରିବା, ପ୍ରଶାସନିକ ସହାୟତାରେ ନଦୀ କୂଳ ଏବଂ ଜଙ୍ଗଲ ଅଞ୍ଚଳର କିଛି ସୁଧାର କରିବା । ତେବେ ଏହି ସ୍ଥାନଟି ପର୍ଯ୍ୟଟନ ସ୍ଥଳୀ ଭାବେ ରୂପାନ୍ତରିତ ହେବ | ଏହା ନିଶ୍ଚୟ ବୀରଭୂମର ଦୁର୍ବଳ ଇତିହାସକୁ ସଂରକ୍ଷଣ କରିବ ଏବଂ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ଉଭା ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମତ ରଖିଛନ୍ତି ।
ଘନ ଜଙ୍ଗଲ ଭିତରେ ନୀଳ ଚାଷର ଦୁଃଖଦ ଇତିହାସ ଏବେ ବି ନଜର ଆଢୁଆଳରେ । ଏଣୁ ଏହାର ପୁନରୁଦ୍ଧାର କରି ପର୍ଯ୍ୟଟନ ସ୍ଥଳର ମାନ୍ୟତା ଜରୁରୀ ରହିଛି । ଫଳରେ ସାଢେ 200 ବର୍ଷ ତଳର ଇତିହାସ ପୁଣି ଲୋକଲୋଚନକୁ ଆସପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ