ETV Bharat / bharat

ତୱାଙ୍ଗରେ ଭୂ-ସ୍ଖଳନ, 5 ଦିନ ପରେ ମିଳିଲା ଯବାନଙ୍କ ମୃତଦେହ - ଭୂସ୍ଖଳରେ ଚାଲିଗଲା ଜୀବନ

ପ୍ରବଳ ତୁଷାରପାତ ପରେ ଭୂସ୍ଖଳ ଯୋଗୁଁ ଡ୍ୟୁଟିରେ ଥିବା ଯବାନ ଶହୀଦ । ଆଜି ଘରେ ପହଞ୍ଚିବ ପାର୍ଥୀବ ଶରୀର । ଅଧିକ ପଢନ୍ତୁ

jawan died after Landslide
jawan died after Landslide
author img

By

Published : Apr 2, 2023, 10:44 AM IST

ଇଟାନଗର: ଡ୍ୟୁଟିରେ ଥିବା ସମୟରେ ଭାରତୀୟ ଯବାନ ଶହୀଦ । ପ୍ରବଳ ତୁଷାରପାତ ପରେ ଭୂସ୍ଖଳ ଯୋଗୁଁ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ଅରୁଣାଚଳ ରାଜ୍ୟର ତଓ୍ବାଙ୍ଗ ସେକ୍ଟରରେ ଏପରି ଘଟଣା ଘଟିଛି । ଗତ 27 ତାରିଖ ଦିନ ସକାଳ ସମୟରେ ଭୂସ୍ଖଳନ ପରେ ଆବର୍ଜନାରେ ଫସିଯାଇଥିଲେ କାର୍ଯ୍ୟରତ ଯବାନ ଜଣଙ୍କ । ଉଦ୍ଧାର କାର୍ଯ୍ୟର 5 ଦିନ ପରେ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶହୀଦ ଯବାନ ହେଉଛନ୍ତି ମହାରାଷ୍ଟ୍ର ରତ୍ନଗିରିର ସୁବେଦାର ଏଏସ ଧଙ୍ଗଲେ ।

ଏନେଇ ଗୌହାଟି ପ୍ରତିରକ୍ଷା ବିଭାଗ ମୁଖପାତ୍ର ଲେପ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାୱତ କହିଛନ୍ତି ଯେ, ''ତୱାଙ୍ଗ ସେକ୍ଟରରେ ଭାରତୀୟ ସେନାର ଯବାନ ଡ୍ୟୁଟିରେ ଥିବା ସମୟରେ ହଠାତ୍‌ ଭୂସ୍ଖଳନ ହୋଇଥିଲା । ଫଳରେ ଶହୀଦ ଯବାନ ଜଣଙ୍କ ଉପରେ ଗଛ ଓ ପଥର ଖସିପଡିଥିଲା । ଅନ୍ୟ ଯବାନ ଏଥିରେ ଆହତ ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଥିଲା । ଏହାପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରାଯାଇ ଶହୀଦ ସୁବେଦାର ଏଏସ ଧଙ୍ଗଲେଙ୍କୁ ଉଦ୍ଧାର କରାଯାଇଛି ।

ସେ ଏକ ଅଳିଆ ଗଦାରେ ଚାପି ହୋଇ ରହିଯାଇଥିଲେ । ସର୍ଚ୍ଚ ଅପରେସନ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଅନ୍ୟ ଯବାନ ମାନେ । ଆଶଙ୍କା କରାଯାଉଥିଲା ଯେ ଏଏସ ଧଗଲ ଅଳିଆ ଗଦାରେ ଫସିଯାଇଛନ୍ତି । କିନ୍ତୁ ତାହା ପରବର୍ତ୍ତୀ ମୂହୁର୍ତ୍ତରେ ସତ ପ୍ରମାଣିତ ହୋଇଥିଲା । ପଥରରେ ମାଡ ହୋଇ ରକ୍ତ ଶ୍ରାବ ହେବାରୁ ଯବାନ ଜଣଙ୍କ ଶହୀଦ ହୋଇଥିବା ଜଣାପଡିଛି ।''

ଭୂସ୍ଖଳନର 5 ଦିନ ପରେ ଅର୍ଥାତ ଶନିବାର ସୁବେଦାର ଧଙ୍ଗଲେଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ମୃତଦେହକୁ ତୱାଙ୍ଗ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶହୀଦ ଯବାନ ହେଉଛନ୍ତି ମହାରାଷ୍ଟ୍ର ରତ୍ନଗିରିର ସୁବେଦାର ଏଏସ ଧଙ୍ଗଲେ । ସେ ବିବାହିତ ହୋଇଥିବା ବେଳେ ତାଙ୍କ 2 ଝିଅ ମଧ୍ୟ ରହିଛନ୍ତି । ସୁବେଦାରଙ୍କ ମୃତଦେହକୁ ତାଙ୍କ ଜନ୍ମମାଟିକୁ ପଠାଇ ଦିଆଯାଇଛି । ଆଜି ତାଙ୍କ ଘରେ ମୃତଦେହ ପହଞ୍ଚିବା ନେଇ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ।

ଗତ ଫେବୃଆରୀ ମାସରେ ଉତ୍ତର କାଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଲମର୍ଗରେ ହିମସ୍ଖଳନ ହୋଇଥିଲା । ଏଥିରେ ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ପର୍ଯ୍ୟଟକ ଫସି ରହିଲେ । ଗୁଲମର୍ଗର ପ୍ରସିଦ୍ଧ ସ୍କି ରିସୋର୍ଟରେ ହିମସ୍ଖଳନ ହୋଇଥିଲା । ଗତ କିଛିଦିନ ପୂର୍ବେ ଛତିଶଗଡରେ ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଥିଲେ । ଛତିଶଗଡ ସଶସ୍ତ୍ର ବାହିନୀରେ କାର୍ଯ୍ୟରତ ଜଣେ ଯବାନ ଶହୀଦ ହୋଇଥିବା ନେଇ ସୂଚନା ମିଳିଥିଲା । ବିଜାପୁର ଜିଲ୍ଲାରେ ଆଇଟି ବିସ୍ଫୋରଣ କରିଥିଲେ ନକ୍ସଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.