ETV Bharat / bharat

ଜମ୍ମୁ କାଶ୍ମୀରର ରାମବାନରେ ଦବିଲା ମାଟି: ଭୁଶୁଡିଲା 10ରୁ ଊର୍ଦ୍ଧ୍ବ ଘର

author img

By

Published : Feb 19, 2023, 7:36 PM IST

ଜମ୍ମୁ କାଶ୍ମୀରରରେ ଯୋଶୀମଠ ପରିସ୍ଥିତି । ମାଟି ଦବିବା କାରଣରୁ ୧୦ରୁ ଅଧିକ ଘର ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ଅଧିକ ପଢ଼ନ୍ତୁ

ଜାମ୍ମୁକାଶ୍ମୀରରରେ ଯୋଶିମଠ ଭଳି ପରିସ୍ଥତି
ଜାମ୍ମୁକାଶ୍ମୀରରରେ ଯୋଶିମଠ ଭଳି ପରିସ୍ଥତି
ଜାମ୍ମୁକାଶ୍ମୀରରରେ ଯୋଶିମଠ ଭଳି ପରିସ୍ଥତି

ଶ୍ରୀନଗର: ଯୋଶୀମଠ ପରେ ଜମ୍ମୁ କାଶ୍ମୀର ରାମବାନ ଜିଲ୍ଲାରେ ଦବିଲା ମାଟି । ଯାହାକୁ ନେଇ ଆତଙ୍କିତ ଲୋକେ । ମାଟି ଦବିବା କାରଣରୁ ୧୦ରୁ ଅଧିକ ଘର ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ଜମ୍ମୁ କାଶ୍ମୀରର ରାମବାନ ଜିଲ୍ଲାର ଯୋଶୀମଠ ପରିସ୍ଥିତି ଦେଖିବାକୁ ମିଳିଛି । ଯାହାକୁ ନେଇ ସେଠାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ତେବେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ସକାଳ ପ୍ରାୟ ୫ଟା ସମୟରେ ଡାଲୱା ଠାରେ ମାଟି ହଠାତ୍ ଥରିବାକୁ ଲାଗିଥିଲା । ପରେ ଧୀରେଧୀରେ ମାଟି ଦବିବାକୁ ଆରମ୍ଭ କରିଥିଲା । ଯାହାଫଳରେ ଘର ଗୁଡିକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ଯାହାକୁ ଦେଖି ସ୍ଥାନୀୟ ଲୋକମାନେ ଡରିଯାଇଥିବା ବେଳେ ତୁରନ୍ତ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ କରିଥିଲେ ।

ଇଟିଭି ଭାରତ ସହ ଆଲୋଚନା କରି ସ୍ଥାନୀୟ ଲୋକ କହିଛନ୍ତି, ‘‘ହଠାତ ଭୂମି ଦବିବା ଫଳରେ ସ୍ଥାନୀୟ ଲୋଙ୍କ ମଧ୍ୟରେ ଆତଙ୍କ ଦେଖିବାକୁ ମିଳିଥିଲା । ରାମବାନ ଜିଲ୍ଲାର ୱାର୍ଡ ନଂ ୫ର ଲୋକମାନେ କହିଛନ୍ତି, ହଠାତ୍ ଭୂମି ଦବିବା ଫଳରେ ଲୋକମାନେ ବହୁ କଷ୍ଟରେ ନିଜନିଜ ଘରୁ ବାହାରିବାରେ ସକ୍ଷମ ହୋଇଥିଲେ । କ୍ଷତିଗ୍ରସ୍ତ ଲୋକଙ୍କ ଘର ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଛି ।’’

ସ୍ଥାନୀୟ ବାସିନ୍ଦା ଅବଦୁଲ ଘାନି କହିଛନ୍ତି , ‘‘ଭୂମି ଦବିବାରୁ ଦୁଇଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାସହ ଗାଁର ହନିଫା, ମହମ୍ମଦ ସାଦିକ, ଅବଦୁଲ ରସିଦ, ମହମ୍ମଦ ଶାଫି, ମହମ୍ମଦ ଅସଲମ ଜାରଗାର, ଶବବୀର ଅଲି, ଅବଦୁଲ ରସିଦ ଶେଖ ଏବଂ ଅନ୍ୟମାନଙ୍କ ଘର କାନ୍ଥ ଫାଟି ଆଁ କରିଛି । ଘରର ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଘରେ ରହିବା କଷ୍ଟକର ହୋଇପଡିଛି । ’’

ତେବେ ଡାଲୱା ଅଞ୍ଚଳରେ ଜମି ଦବିବା ସମ୍ପର୍କରେ ସୂଚନା ପାଇବା ପରେ ସରକାରୀ କର୍ମଚାରୀଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ସମଗ୍ର ପରିସ୍ଥିତିର ଅନୁଧ୍ୟାନ କରିବା ସହ ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅର୍ଥ ବିଭାଗର ଅଧିକାରୀମାନେ କହିଛନ୍ତି,‘‘ ଘଟଣାର ଖବର ପାଇବା ମାତ୍ରେ ଆମେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲୁ । ତେବେ କେବଳ ଘର ନୁହେଁ କୃଷି ଜମି ସମେତ ଅନେକ ଅଞ୍ଚଳରେ ଜମି ଦବିବା କାରଣରୁ ଅନେକ ଘର ପ୍ରଭାବିତ ହୋଇଛି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.